ETV Bharat / bharat

ହିମାଚଳରେ ହିମପାତ, ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ - ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶ

ପ୍ରବଳ ତୁଷାରପାତ କାରଣରୁ ହିମାଚଳ ପ୍ରଦେଶର ମନାଲୀ ଏବଂ ଲାହୋଲ ମଧ୍ୟରେ ଯାତାୟତ ଏକ ପ୍ରକାର ଠପ ହୋଇଯାଇଛି । ମନାଲୀ-ଲାହୋଲ ରାଜପଥରେ ରାସ୍ତାରେ ପ୍ରବଳ ମାତ୍ରାରେ ବରଫ ଜମି ରହିଛି । ସେପଟେ ତୁଷାରପାତ ଦେଖିବାକୁ ମନାଲୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Nov 9, 2019, 10:21 PM IST

ସିମଲା: ଶୀତ ଦିନ ଆରମ୍ଭରୁ ଧଳା ଚାଦରରେ ଘୋଡ଼େଇ ହୋଇଛି ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶ । ପ୍ରବଳ ତୁଷାରପାତ କାରଣରୁ ରାଜ୍ୟର ସୌନ୍ଦର୍ଯ୍ୟ ବଢିଛି । ଅନୁରୁପ ଭାବେ ଅନେକ ସମସ୍ୟା ମଧ୍ୟ ମୁଣ୍ଡଟେକିଛି । ବିଶ୍ବ ପ୍ରସିଦ୍ଧ ରୋହତଙ୍କ ପାସରେ ପ୍ରବଳ ତୁଷାରପାତ କାରଣରୁ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ଯାଇଛି । ରୋହତାଙ୍ଗ ସହିତ ମନାଲୀ-ଲେହ ରାଜପଥରେ ବରଫ ଜମିବା କାରଣରୁ ଯାତାୟକ ମଧ୍ୟ ଏକ ପ୍ରକାର ବନ୍ଦ ହୋଇଯାଇଥିବା ଜଣାପଡ଼ିଛି ।

ରାଜପଥରେ ଯାତାୟତ ବନ୍ଦ ହେବା କାରଣରୁ ଅନେକ ସ୍ଥାନରେ ସେଓ ଟ୍ରକ, ପର୍ଯ୍ୟଟକ ଫସି ରହିଥିବା ଜଣାପଡ଼ିଛି । ମନାଲୀ ଓ ଲାହୋଲ ମଧ୍ୟରେ ପର୍ଯ୍ୟଟକମାନେ ଫସି ରହିଥିବା ଜଣାପଡ଼ିଛି । ସେପଟେ ମନାଲିରେ ଥିବା ପର୍ଯ୍ୟଟକ ସହାୟତା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି । ଏପରିକି ରୋହତଙ୍ଗ ସୁଡ଼ଙ୍ଗ ଦେଇ ଯିବାପାଇଁ ସେମାନେ ସରକାରଙ୍କ ଠାରୁ ଅନୁମତି ଲୋଡ଼ିଥିବା ଜଣାପଡ଼ିଛି । ତୁଷାରପାତ ସାମାନ୍ୟ କମିବା ପରେ ପର୍ଯ୍ୟଟକ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ସେପଟେ ଏହି ତୁଷାରପାତ କାରଣରୁ ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତା ମଧ୍ୟ ଦ୍ବିଗୁଣିତ ହୋଇଛି । ପ୍ରବଳ ଶୀତ କାରଣରୁ ଅନେକ ଲୋକ ଘରୁ ବାହାରୁ ନଥିବା ଜଣାପଡ଼ିଛି ।

ସେପଟେ ରୋହତାଙ୍ଗ ସୁଡ଼ଙ୍ଗର କାର୍ଯ୍ୟ ଏବେ ବି ଜାରି ରହିଛି । ଏହି ଅବସ୍ଥାରେ ସୁଡ଼ଙ୍ଗ ଦେଇ ସରକାର ଯିବା ଆସିବା ପାଇଁ ଅନୁମତି ଦେଇନାହାନ୍ତି । କେବଳ ଜରୁରୀକାଳୀନ ସେବା ଗୁଡ଼ିକ ଅତ୍ୟାବଶ୍ୟକସ୍ଥିତିରେ ଏହି ସୁଡ଼ଙ୍ଗ ଦେଇ ଯିବା ଆସିବା କରିପାରିବେ ବୋଲି ଜଣାପଡ଼ିଛି । ଏହି ତୁଷାରପାତ କାରଣରୁ ମନାଲୀରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଧିରେ ଧିରେ ବଢୁଥିବା ଜଣାପଡ଼ିଛି । ପର୍ଯ୍ୟଟକ ବଢିବା କାରଣରୁ ଏଠାକାର ବ୍ୟବସାୟ ମଧ୍ୟ ବଢିଛି । ଫଳରେ ବ୍ୟବସାୟୀଙ୍କ ମଧ୍ୟରେ ଏକ ପ୍ରକାର ଖୁସିର ମାହୋଲ ଖେଳିଯାଇଛି ।

Intro:Body:

national issue

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.