ETV Bharat / bharat

ଦିଲ୍ଲୀରୁ ବ୍ରିଟେନ ପିଏମଙ୍କୁ ମହିଳାଙ୍କ ମେଲ୍, ଆତ୍ମହତ୍ୟା ପାଇଁ ଦେଲେ ଧମକ

author img

By

Published : Aug 28, 2020, 7:38 AM IST

ଏହି ମେଲ ମିଳିବା ପରେ ବ୍ରିଟେନ ପିଏମ କାର୍ଯ୍ୟାଳୟରେ ହଇଚଇ ସୃଷ୍ଟି ହୋଇଥିଲା । ଏହା ପରେ ସେମାନେ ତୁରନ୍ତ ଏହି ମେଲକୁ ବ୍ରିଟେନରେ ଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ଜଣାଇଥିଲେ । ଅଧିକ ପଢନ୍ତୁ...

ଦିଲ୍ଲୀରୁ ବ୍ରିଟେନ ପିଏମଙ୍କୁ ମେଲ ପଠାଇଲେ ମହିଳା

ନୂଆଦିଲ୍ଲୀ: ବ୍ରିଟେନ ପିଏମଙ୍କୁ ମେଲ ଲେଖିଛନ୍ତି ମାନସିକ ଚାପଗ୍ରସ୍ତ ଜଣେ ମହିଳା । ଦିଲ୍ଲୀ ରୋହିଣୀ ଅଞ୍ଚଳରେ ରହୁଥିବା ମହିଳା ଜଣକ ମେଲରେ ସାହାଯ୍ୟ ନ ମିଳିଲେ 2 ଘଣ୍ଟା ମଧ୍ୟରେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ । ଏହି ମେଲ ମିଳିବା ପରେ ବ୍ରିଟେନ କାର୍ଯ୍ୟାଳୟରୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି ହୋଇଥିଲା । ଦିଲ୍ଲୀ ପୋଲିସର ସହାୟତରେ ତୁରନ୍ତ ମହିଳାଙ୍କ ଖୋଜାଖୋଜି କରାଯାଇଥିଲା ।

ଡିଏସପି ପିକେ ମିଶ୍ରଙ୍କ ଅନୁସାରେ, 26 ଅଗଷ୍ଟ ରୋହିଣୀ ସେକ୍ଟର-21ରେ ରହୁଥିବା ଜଣେ ମହିଳା ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ମେଲ ଲେଖି ସାହାଯ୍ୟ ମାଗିଥିଲେ । ମେଲକୁ ଦେଖିଲେ ଜଣାପଡୁଥିବା ମହିଳା ଜଣକ ବହୁତ ଚିନ୍ତିତ ଥିଲେ । ଏହି ମେଲ୍ ତୁରନ୍ତ ବ୍ରିଟେନର ଭାରତୀୟ ଦୂତାବାସକୁ ପଠାଯାଇଥିଲା ଯେଉଁଠାରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା।

ଏହା ପରେ ଏହାର ସୂଚନା ଅମନ ବିହାର ଥାନାରେ ଦିଆଯାଇଥିଲା । କିଛି ସମୟ ପରେ ଅମନ ବିହାର ପୋଲିସ ଷ୍ଟେସନର ଇନ୍ସପେକ୍ଟର ସତ୍ୟପାଲ ସିଂ, SHO ରଘୁବୀର ସିଂ ଏବଂ ଏସିପି ଅତୁଲ ଭର୍ମା ମହିଳାଙ୍କୁ ବହୁ ଖୋଜାଖୋଜି କରିଥିଲେ। ଆଖପାଖ ଘରେ ସର୍ଚ୍ଚ ଅପରେସନ କରିଥିଲା ପୋଲିସ।

ଗାର୍ଡଙ୍କୁ ପଚରାଉଚରା କରାଯିବା ପ୍ରାୟ 2 ଘଣ୍ଟା ପରେ ମହିଳାଙ୍କ ଘର ଠିକଣା ମିଳିଥିଲା। ଫାୟାର ଇଞ୍ଜିନକୁ ଡାକି ମହିଳାଙ୍କ ଘରର କବାଟ ଖୋଲାଯାଇଥିଲା। ପୋଲିସ ଟିମ ମହିଳା ଜଣକୁ 2 ଘଣ୍ଟା ଧରି ପଚରାଉଚରା କରାଯିବାରୁ ଜାଣିବାକୁ ପାଇଥିଲେ ସେ ମାନସିକ ଚାପଗ୍ରସ୍ତ ହୋଇପଡିଛନ୍ତି । ନିଗମ ସ୍କୁଲରେ ସେ ଶିକ୍ଷୟତ୍ରୀ ଥିବାବେଳେ ବ୍ୟକ୍ତିଗତ କାରଣରୁ ଚାକିରି ଛାଡିଥିଲେ । ଏହା ପରେ ସ୍ବାମୀଙ୍କ ଠାରୁ ମଧ୍ୟ ଛାଡପତ୍ର । ପରେ ଚଳିବା ପାଇଁ ଆଣିଥିବା ଋଣ ସୁଝି ନ ପାରିବାରୁ ସେ ଚାପଗ୍ରସ୍ତ ରହୁଥିଲେ । ତେଣୁ ସେ ସହାୟତା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ମେଲ ପଠାଇଥିଲେ।

ପଚରାଉଚରା ସମୟରେ ଦୁଇ ସାଇକୋଲୋଜିଷ୍ଟ ଏବଂ ଜଣେ ଡାକ୍ତରଙ୍କୁ ମଧ୍ୟ ଘଟଣାସ୍ଥଳରେ ଡକାଯାଇଥିଲା, ଯେଉଁମାନେ ତାଙ୍କୁ ପରୀକ୍ଷା କରିବା ପରେ ମାଜିଷ୍ଟ୍ରେଟଙ୍କୁ ଜଣାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେତୁ ଏହି ମହିଳାଙ୍କ ଜୀବନ ରକ୍ଷା ହୋଇପାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.