ETV Bharat / bharat

ଡାକ୍ତରଖାନାରେ ରହିଛି ଟିମ ୱାର୍କର ଅଭାବ : ହାଇକୋର୍ଟ - Lack Of Teamwork, Coordination At Ahmedabad Civil Hospital

ଏସିଆର ସବୁଠାରୁ ବଡ ଡାକ୍ତରଖାନା ବୋଲାଉଥିବା ଅହମ୍ମଦାବାଦ ସିଭିଲ ହସପିଟାଲର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଅହମ୍ମଦାବାଦ ହାଇକୋର୍ଟ । ଡାକ୍ତରଙ୍କ ମଧ୍ୟରେ ନାହିଁ ଟିମ ୱାର୍କ । ଫଳରେ ପ୍ରାଣ ହରାଉଛନ୍ତି କୋଭିଡ-19 ରୋଗୀ ବୋଲି କୋର୍ଟ କହିଛି ।

ଡାକ୍ତରଖାନାରେ ରହିଛି ଟିମ ୱାର୍କର ଅଭାବ : ହାଇକୋର୍ଟ

author img

By

Published : May 27, 2020, 8:32 AM IST

ଗାନ୍ଧିନଗର:ଲକଡାଉନ ସରିବାକୁ ସମୟ ଯେତେ ପାଖଉଛି କୋରୋନା ଆକ୍ରାନ୍ତ ସଂଖ୍ୟା ସେତେ ବଢି ବଢି ଚାଲିଛି । ସେପଟେ ଡାକ୍ତରଖାନାରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟର ଅଭାବ ରହିଛି ବୋଲି କହିଛି ଗୁୁଜୁରାଟ ହାଇକୋର୍ଟ । ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଡାକ୍ତରଙ୍କ ମଧ୍ୟରେ ଟିମ ୱାର୍କର ଅଭାବ ଯୋଗୁଁ ଏପର୍ଯ୍ୟନ୍ତ 400 କୋଭିଡ-19 ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି କୋର୍ଟ ସରକାରଙ୍କୁ ଦାୟୀ କରିଛି ।

କୋର୍ଟ କହିଛି ଯେ ଡାକ୍ତରଖାନାର ପରିଚାଳନା ତଥା କାର୍ଯ୍ୟ କାରିତା ଉପରେ ତୀକ୍ଷ୍ଣ ନଜର ରଖିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦାୟିତ୍ବ ଅଟେ । ଅହମ୍ମଦାବାଦ ସିଭିଲ ହସ୍ପିଟାଲର ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ, କଷ୍ଟଦାୟକ ଏବଂ ଯନ୍ତ୍ରଣାଦାୟକ ବୋଲି ଶନିବାର କୋର୍ଟ କହିବା ପରେ ମଙ୍ଗଳବାର ଦିନ ଏହି ନିରୀକ୍ଷଣ କରାଯାଇଛି ।

ଏକ ଡିଭିଜନ ବେଞ୍ଚ ଅହମ୍ମଦାବାଦରେ ସିଭିଲ୍ ହସ୍ପିଟାଲର କାର୍ଯ୍ୟକାରିତାକୁ ନେଇ ସମସ୍ତ ବିବାଦର ଅନ୍ତ ଘଟାଇବା ପାଇଁ ଡାକ୍ତରଖାନାକୁ ଅଚାନକ ପରିଦର୍ଶନ କରିବେ । ହାଇକୋର୍ଟ କହିଛନ୍ତି ଯେ ଅହମ୍ମଦାବାଦର ସିଭିଲ ହସ୍ପିଟାଲ ଏସିଆର ସବୁଠୁ ବଡ ଡାକ୍ତରଖାନା ବୋଲି ରାଜ୍ୟ ସରକାର ଗର୍ବ କରୁଛନ୍ତି । କିନ୍ତୁ ଏସିଆର ସର୍ବୋତ୍ତମ ଡାକ୍ତରଖାନା ବୋଲି କହିବାକୁ ଆହୁରୀ ଚେଷ୍ଟା କରିବା ଉଚିତ । ଏହାସହ ମନ୍ତ୍ରୀ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଡାକ୍ତରଖାନା ପରିଦର୍ଶନ କରିଛନ୍ତି କି ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

ଡାକ୍ତରଖାନାରେ ମୃତ୍ୟୁ ସଂଖ୍ୟା ବଢିବାରେ ସରକାର କହିଛନ୍ତି ଯେ କୋଭିଡ-19 ଏବଂ ଅନ୍ୟାନ୍ୟ ରୋଗ ହେତୁ ମାର୍ଚ୍ଚରୁ ମେ 2020 ମଧ୍ୟରେ ହସ୍ପିଟାଲରେ ମୋଟ ମୃତ୍ୟୁ ସଂଖ୍ୟା 1,757 ରହିଛି । ଯେତେବେଳେ କି 2019ର ସମାନ ସମୟ ମଧ୍ୟରେ 2,408 ରୁ କମ୍ ଥିଲା ।

ଗୁଜୁରାଟରେ କୋଭିଡ-19 ମାମଲା ଗୁଡ଼ିକର ବୃଦ୍ଧି ଇଟାଲୀ ଓ ଫ୍ରାନ୍ସ ତୁଳନାରେ ଅପେକ୍ଷାକୃତ କମ ରହିଛି ବୋଲି ସରକାର କହିଛନ୍ତି । ଉନ୍ନତ ଚିକିତ୍ସା ଯୋଗୁଁ ଏପରି ସମ୍ଭବ ହୋଇଛି ବୋଲି ସରକାର ଯୁକ୍ତି ବାଢିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.