ETV Bharat / bharat

ମାଛ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, 20ରୁ ଊର୍ଦ୍ଧ୍ବ ଶ୍ରମିକ ଅସୁସ୍ଥ - ବେଙ୍ଗାଲୁର

ମାଛକୁ ଫ୍ରିଜ କରିବା ପାଇଁ ଆମୋନିଆ ଗ୍ୟାସର ପ୍ରୟୋଗ ସମୟରେ ଏହା ଲିକ ହୋଇଯିବାରୁ 20ରୁ ଊର୍ଦ୍ଧ୍ବ ଶ୍ରମିକ ଅସୁସ୍ଥ ହୋଇ ପଡିଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତିି କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 13, 2019, 12:11 PM IST

ବେଙ୍ଗାଲୁର: କର୍ଣ୍ଣାଟକର ଏକ ଘରୋଇ କମ୍ପାନୀ ଏମଏମ ଏକ୍ସପୋର୍ଟରେ ଆମୋନିଆ ଗ୍ୟାସ ଲିକ ହେବାରୁ 20ରୁ ଊର୍ଦ୍ଧ୍ବ ଶ୍ରମିକ ଅସୁସ୍ଥ ହୋଇପଡିଛନ୍ତି । ତୁରନ୍ତ ଅସୁସ୍ଥ ଶ୍ରମିକଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଫ୍ୟାକ୍ଟ୍ରିରେ ମାଛକୁ ଅଧିକ ଦିନ ଧରି ରଖିବା ପାଇଁ ଆମୋନିଆ ଗ୍ୟାସର ବ୍ୟବହାର କରାଯାଉଥିଲା । ତେବେ ଏହା ହଠାତ୍ ଲିକ ହୋଇଯାଇଥିଲା । ଯାହା ଫଳରେ କମ୍ପାନୀରେ କାର୍ଯ୍ୟରତ ଥିବା ଶ୍ରମିକ ଏହାର ପ୍ରଭାବରେ ଆସି ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କୁ ତତକ୍ଷଣାତ୍ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ, ଗୁରୁତରଙ୍କୁ ଆଇସିୟୁରେ ରଖାଯାଇଛି ।

ଏ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଆମୋନିଆ ଗ୍ୟାସ ଲିକକୁ ବନ୍ଦ କରିବାକୁ ଚେଷ୍ଟା ଜାରି ରଖିଛି । ଅନେକ କସରତ ପରେ ଏହି କମ୍ପାନୀରେ ସୃଷ୍ଟି ହୋଇଥିବା ସ୍ଥିତିକୁ ଆୟତ୍ତ କରାଯାଇଛି । ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏ ଘଟଣାର ଯାଞ୍ଚ କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.