ETV Bharat / bharat

ସାବାସ୍ କୁଲଦୀପ: ପୁଅର ଅନଲାଇନ ପାଠପଢା ପାଇଁ ବିକ୍ରି କଲେ ଗାଈ - educate his children

କୁଲଦୀପଙ୍କ ମାଂସପେଶୀ ଜନିତ ସମସ୍ୟା ଥିବାରୁ ସେ ବେଶୀ ଓଜନିଆ ଜିନିଷ ଉଠାଇ ପାରନ୍ତି ନାହିଁ। ସେଥିପାଇଁ ସେ ମଜୁରୀ କାମ କରିପାରନ୍ତି ନାହିଁ। ଫଳରେ ତାର ରୋଜଗାରର ଏକମାତ୍ର ମାଧ୍ୟମ ହେଉଛି ଗାଈ। କ୍ଷୀର ବିକ୍ରି କରି ସେଥିରୁ ଯେଉଁ ଦୁଇ ପଇସା ମିଳେ, ସେଥିରେ ତାର ପରିବାର ଚଳେ। ଏହାରି ମଧ୍ୟରେ ସେ ତାର 2 ଛୁଆକୁ ପାଠ ପଢାଏ। କୋରୋନା ଯୋଗୁଁ ଅନଲାଇନ ପାଠପଢା ବାଧ୍ୟତାମୂଳକ ହୋଇଥିବାରୁ କୁଲଦୀପ ମଧ୍ୟ ନିଷ୍ପତ୍ତି ନେଇଥିଲେ ଯେ, କିଛି ବି ହୋଇଯାଉ, ସେ ତାଙ୍କ ଛୁଆଙ୍କୁ ପାଠ ପଢାଇବେ।

ସାବାସ୍ କୁଲଦୀପ: ପୁଅର ଅନଲାଇନ ପାଠପଢା ପାଇଁ ବିକ୍ରି କଲେ ଗାଈ

author img

By

Published : Jul 23, 2020, 7:10 PM IST

ସିମଲା: କୋରୋନା ହୋଇଛି କାଳ। ବର୍ତ୍ତମାନ ପରିସ୍ଥିତିରେ କୋରୋନାର ଭୟାବହତା ଚାରିଆଡେ ଦେଖିବାକୁ ମିଳୁଛି । ଏହି କୋରୋନା କେତେ ଯେ, ମୁଣ୍ଡ ନେଲାଣି ତାହାର ହିସାବ କରିବା ବଡ କଷ୍ଟକର। ଫଳରେ ସମଗ୍ର ବିଶ୍ବ ଏହି ମହାମାରୀ ଆଗରେ ମୁଣ୍ଡ ନୁଆଁଇ ସାରିଲାଣି । କେହି ଏଥିରୁ ନିସ୍ତାର ପାଇ ପାରୁ ନାହାଁନ୍ତି । ପୁରା ଦେଶ କୋରୋନା ନିକଟରେ ଯେ ହାର ମାନି ସାରିଲାଣି, କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ସଦ୍ୟତମ ଉଦାହରଣ ହେଉଛି, ଦିନକୁ ଦିନ ବଢୁଥିବା ପଜିଟିଭ ସଂଖ୍ୟା।

କୋରୋନା ଯୋଗୁଁ ବହୁ ବ୍ୟବସାୟ, ପାଠପଢା, ଯାନିଯାତ୍ରା, ଉତ୍ସବ ବନ୍ଦ ହୋଇଗଲାଣି। ଫଳରେ ପିଲାମାନେ ଘରେ ରହି ପଢିବାକୁ ବାଧ୍ୟ ହେଉଛନ୍ତି । ଦିନକୁ ଦିନ ଏହା ବୃଦ୍ଧି ପାଉଥିବାରୁ ସରକାର ଘରେ ରହି ଅନଲାଇନ ପାଠ ପଢିବାକୁ ନିର୍ଦ୍ଦେଶ ଦେଲେ। ଫଳରେ ପିଲାମାନେ ଘରେ ରହି ପାଠ ପଢିଲେ। କାରଣ କେବେ ଯେ, ସ୍କୁଲ ଖୋଲିବ, ତାହା କାହାରିକୁ ବି ଜଣାନାହିଁ।

ପାଠପଢାରେ ବାଧା ସୃଷ୍ଟି ହେବ ଭାବି ସରକାର ଏହି ବ୍ୟବସ୍ଥା କଲେ ସତ, କିନ୍ତୁ ଏହା ଯେ କେତେକଙ୍କ ପାଇଁ ଅସୁବିଧାର କାରଣ ସାଜିବ, ତାହା କାହାକୁ ବା ଜଣା। ଆଜି ବି ଦେଶରେ ଏମିତି ପରିବାର ଅଛନ୍ତି, ଯେଉଁଠି ଦିନକୁ ଦି ଓଳି ମୁଠେ ଖାଇବା ବି କଷ୍ଟସାଧ୍ୟ। ସେଠାରେ ପୁଣି ଅନଲାଇନ ପାଠପଢା। ସେ ପୁଣି ମୋବାଇଲରେ।

ପରିବାରରେ ଛୁଆଙ୍କୁ ଖାଇବାକୁ ବାପା ପାଖରେ ଟଙ୍କା ନ ଥିବାବେଳେ ମୋବାଇଲରେ କେମିତି ବା ସେ ପାଠ ପଢାଇପାରିବେ। ଆଜିର ଟେକନିକାଲ ଯୁଗରେ ବି ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କ ପାଖରେ ଆଜି ବି ମୋବାଇଲ ନାହିଁ। ସେଥିମଧ୍ୟରୁ ଜଣେ ହେଉଛନ୍ତି ହିମାଚଳପ୍ରଦେଶର ଜ୍ବାଳାମୁଖୀସ୍ଥିତ ଗୁମର ପଞ୍ଚାୟତରେ ବାସ କରୁଥିବା କୁଲଦୀପ। ପରିବାର କହିଲେ ସ୍ତ୍ରୀ ଓ ତାଙ୍କର 2 ଛୁଆ।

ସାବାସ୍ କୁଲଦୀପ: ପୁଅର ଅନଲାଇନ ପାଠପଢା ପାଇଁ ବିକ୍ରି କଲେ ଗାଈ

ଦାରିଦ୍ର୍ୟ ଏତେ ଯେ, ମୁଣ୍ଡ ଗୁଞ୍ଜିବାକୁ ଭଲ ଛାତ ଖଣ୍ଡେ ନାହିଁ। 2 ବଖରା ଘର ମଧ୍ୟରୁ ଗୋଟିଏ ଘରେ ଗାଈ ଓ ଅନ୍ୟ ଏକ ବଖରାରେ 2 ଛୁଆଙ୍କ ସମେତ, ସ୍ତ୍ରୀ ଓ ନିଜେ କୁଲଦୀପ ରୁହନ୍ତି । ବହୁ ସମୟ ଧରି କୁଲଦୀପଙ୍କ ନାଁ ଦିନ ମଜୁରିଆ ଲିଷ୍ଟରେ ସାମିଲ ନ ଥିବାରୁ ପଞ୍ଚାୟତ ପକ୍ଷରୁ ତାଙ୍କ ନାଁ ବିପିଏଲ୍ ସାରଣୀରୁ କଟା ହୋଇ ଯାଇଥିଲା। ତା ସହ ଏହା ମଧ୍ୟ କୁହା ଯାଇଥିଲା କି ବିପିଏଲ ପାଇଁ ସେ ଯୋଗ୍ୟ ନୁହଁନ୍ତି । ସେଥିପାଇଁ ତାଙ୍କ ନାଁ ସେଥିରୁ କଟାହୋଇଛି ।

କୁଲଦୀପଙ୍କ ମାଂସପେଶୀ ଜନିତ ସମସ୍ୟା ଥିବାରୁ ସେ ବେଶୀ ଓଜନିଆ ଜିନିଷ ଉଠାଇ ପାରନ୍ତି ନାହିଁ। ସେଥିପାଇଁ ସେ ମଜୁରୀ କାମ କରିପାରନ୍ତି ନାହିଁ। ଫଳରେ ତାର ରୋଜଗାରର ଏକମାତ୍ର ମାଧ୍ୟମ ହେଉଛି ଗାଈ। କ୍ଷୀର ବିକ୍ରି କରି ସେଥିରୁ ଯେଉଁ ଦୁଇ ପଇସା ମିଳେ, ସେଥିରେ ତାର ପରିବାର ଚଳେ। ଏହାରି ମଧ୍ୟରେ ସେ ତାର 2 ଛୁଆକୁ ପାଠ ପଢାଏ। କୋରୋନା ଯୋଗୁଁ ଅନଲାଇନ ପାଠପଢା ବାଧ୍ୟତାମୂଳକ ହୋଇଥିବାରୁ କୁଲଦୀପ ମଧ୍ୟ ନିଷ୍ପତ୍ତି ନେଇଥିଲେ ଯେ, କିଛି ବି ହୋଇଯାଉ, ସେ ତାଙ୍କ ଛୁଆଙ୍କୁ ପାଠ ପଢାଇବେ।

କିନ୍ତୁ ବାଧକ ସାଜିଥିଲା ମୋବାଇଲ, କୁଲଦୀପଙ୍କ ପାଖରେ ମୋବାଇଲ ନ ଥିଲା। ତେଣୁ ସେ ନିଜ ରୋଜଗାରର ଏକମାତ୍ର ମାଧ୍ୟମ ଗାଈକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଭାବୁଥିଲେ ଯେ, ଆଗେ ହେଉଛି ଛୁଆଙ୍କ ଭବିଷ୍ୟତ। ରୋଜଗାରର ଆଉ କିଛି ମାଧ୍ୟମ ମିଳିଯିବ, କିନ୍ତୁ ଥରେ ଛୁଆଙ୍କ ପାଠପଢା ନଷ୍ଟ ହୋଇଗଲେ, ମୋତେ ସାରା ଜୀବନ ପଶ୍ଚାତାପ କରିବାକୁ ପଡିବ। ତେଣୁ ସେ ଶେଷରେ ନିଜ ଗାଈକୁ ବିକ୍ରି କରିଦେଲେ।

ଗାଈ ବିକ୍ରିକରି ସେ 6000 ଟଙ୍କା ଆଣିଲେ, ଯେଉଁଥିରେ ସେ ମୋବାଇଲ କିଣି ଛୁଆଙ୍କୁ ଅନଲାଇନ ମାଧ୍ୟମରେ ପାଠ ପଢାଇଥିଲେ। ଏହା ପୂର୍ବରୁ ତାଙ୍କର 2 ପୁଅ ପଡୋଶୀ ଘରକୁ ଯାଇ ଅନ୍ୟ ଛୁଆଙ୍କ ସହ ମିଶି ଅନଲାଇନରେ ପାଠ ପଢୁଥିଲେ। ଏବେ ପ୍ରତ୍ୟେକ ଦିନ ପିଲାମାନେ ମୋବାଇଲରେ ପାଠ ପଢୁଥିବା ଦେଖି ବାପା କୁଲଦୀପଙ୍କ ଛାତି କୁଣ୍ଢେମୋଟ ହୋଇଯାଉଛି।

ଦାରିଦ୍ର୍ୟର ସୀମାରେଖା ତଳେ ଥାଇ ମଧ୍ୟ କୁଲଦୀପଙ୍କ ଶିକ୍ଷାପ୍ରତି ଏହି ଚିନ୍ତାଧାରା ବାସ୍ତବରେ ସ୍ବାଗତଯୋଗ୍ୟ। ଏହା ସମସ୍ତଙ୍କ ପାଇଁ ଉଦାହରଣ ସଦୃଶ୍ୟ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.