ଲକ୍ଷ୍ନୌ: ସୋନଭଦ୍ର ଜିଲ୍ଲାର ବିଲ୍ଲୀ ମାରକୁଣ୍ଡି ଖଣି ଖନନରେ ପଥର ଧସି 6 ଶ୍ରମିକ ଫସିରହିଛନ୍ତି । ସେମାନଙ୍କ ମଧ୍ୟରୁ 2 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 4 ନିଖୋଜ ଅଛନ୍ତି। ଆହତଙ୍କ ଚିକିତ୍ସା ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ।
ଘଟଣା ଜଣାପଡିବା ପରେ ଜିଲ୍ଲାପାଳଙ୍କ ସମେତ ଉପଜିଲ୍ଲାପାଳ, ପୋଲିସ ଓ ପ୍ରଶାସନର ଏକ ଦଳ ସେଠାରେ ଉପସ୍ଥିତ ଅଛନ୍ତି । ଘଟଣାସ୍ଥଳରେ ଏନଡିଆରଏଫ୍ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ