ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକ୍କମାଗାଲୁରୁରେ ଥିବା ପାହାଡର ଶୃଙ୍ଖଳା ଭିତରେ ସ୍ବର୍ଗପରି ଦୃଶ୍ୟ ଦେଖିବାକୁ ମିଳିଛି । ଏହାର କାରଣ ହେଉଛି ସୌନ୍ଦର୍ଯ୍ୟମୟୀ କୁରବଞ୍ଜି ଫୁଲ । ଯାହାର ବୈଜ୍ଞାନିକ ନାଁ ହେଉଛି ଶ୍ଟ୍ରୋବିଲେନଥିସ କୁନ୍ଥିୟାନା । ସ୍ଥାନୀୟ ଲୋକ ଏହାକୁ ଗୁର୍ଗୀ ହୁବୁ ବୋଲି ମଧ୍ୟ କହିଥାନ୍ତି ।
ଏହି ଫୁଲ 12 ବର୍ଷରେ ଗୋଟିଏ ଥର ପାଇଁ କେବଳ ଫୁଟିଥାଏ । ଏହା ଫୁଟିବା ପରେ ଏବେ ମାଲନ୍ଦ ଜିଲ୍ଲାରେ ଥିବା ଚନ୍ଦ୍ରଦ୍ରୋଣର ସୁନ୍ଦରତାରେ ଅହେତୁକ ବୃଦ୍ଧି ଘଟିଛି । କୁରବଞ୍ଜି ଫୁଲ ଫୁଟିବା ପରେ ସମଗ୍ର ପାହାଡ ପୁରା ବାଇଗେଣୀ ରଙ୍ଗରେ ସଜେଇ ହୋଇଛି । ଏହାକୁ ଦେଖିବା ପାଇଁ ଅନେକ ସ୍ଥାନରୁ ପର୍ଯ୍ୟଟକଙ୍କ ଭିଡ ଲାଗୁଛି ଆଉ ଏହି ଫୁଲକୁ ଦେଖି ତାର ନୈସର୍ଗିକ ସୌନ୍ଦର୍ଯ୍ୟରେ ମୁଗ୍ଧ ହେଉଛନ୍ତି ।
![Kuruvanji Flower](https://etvbharatimages.akamaized.net/etvbharat/prod-images/4776466_uuu.jpg)
ଏହି ଫୁଲର ଧାର୍ମିକ ମହତ୍ତ୍ବ ରହିଛି । ବିଶ୍ବାସ ରହିଛି ଯେ,ବିବାହ ସମୟରେ ବେଲ୍ଲୀ ଭଗବାନ ସୁବ୍ରମଣ୍ୟମଙ୍କ ଗଳାରେ ଗୁର୍ଗୀ ବା କୁରବଞ୍ଜି ଫୁଲ ହାର ପିନ୍ଧାଇଥିଲେ । ଯେଉଁଥିପାଇଁ କେରଳ ଓ ତାମିଲନାଡୁରେ ଏହି ଫୁଲକୁ ପ୍ରେମର ଫୁଲ ବୋଲି ମଧ୍ୟ କୁହାଯାଏ । ଏହାକୁ ଭଗବାନ ସୁବ୍ରହମଣ୍ୟମଙ୍କୁ ଅର୍ପଣ କରାଯାଇଥାଏ ।
ଯେତବେଳେ ପରିବେଶ ପରିସ୍ଥିତି ବର୍ଷା, ଖରା, ପବନ ଓ ପ୍ରକୃତି ସମାନୁପାତ ଓ ସନ୍ତୁଳିତ ଥାଏ ସେହି ସମୟରେ ଏହି ଫୁଲ ଫୁଟିଥାଏ । ଏହା ଅନେକ ପ୍ରକାରର ଥାଏ କିଛି ଫୁଲ 5, 7 12 ଓ 14 ବର୍ଷରେ ଥରେ ଫୁଟିଥାଏ । ଏହାର କେତେକ ଔଷଧୟୀ ଗୁଣମଧ୍ୟ ରହିଛି ।