ପ୍ରୟାଗରାଜ୍: କୁମ୍ଭମେଳାରେ ଅଘଟଣ । ଶନିବାର ଏକ ବୋଟରେ କିଛି ଯାତ୍ରୀ ଡଙ୍ଗାରେ ଗଙ୍ଗା ନଦୀ ପାର ହେଉଥିବାବେଳେ ଏହି ଅଘଟଣ ହୋଇଛି । ତେବେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।
ଅତିରିକ୍ତ ମୁଖ୍ୟ ସଚିବ ଅଭନେଶ କୁମାର ଆଶ୍ବସ୍ଥୀଙ୍କ ସୂଚନା ମୁତାବକ ବୋଟଟି ଆବଶ୍ୟକତା ଠାରୁ ଅଧିକ ଯାତ୍ରୀଙ୍କୁ ନେଇ ନଦୀ ପାର ହେଉଥିଲା । ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଏହି ଦୁର୍ଘଟଣା ଘଟିଥିଲା ।
ଏନେଇ ଖବର ପାଇ NDRF ଟିମ୍ ଘଟଣାସ୍ଥାଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ହସ୍ପିଟାଲକୁ ପଠାଯାଇଥିଲା ।