କର୍ଣ୍ଣାଟକ: ସକାଳୁ ଉଠି ମୋଦି ମୁହଁରେ ମେକଅପ୍ ନିଅନ୍ତି । ବେଳେବେଳେ ମୁହଁ ୱାକ୍ସ ମଧ୍ୟ କରନ୍ତି । ଯାହା ଫଳରେ କ୍ୟାମେରା ସାମନାରେ ତାଙ୍କ ମୁହଁ ଚମକିଥାଏ ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ । ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ସମୟରେ ସେ ଏପରି କହିଛନ୍ତି ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ରାଜ୍ୟରେ ନିର୍ବାଚନ ପ୍ରଚାର ଜୋର ଧରିଛି । ଏହି ଅବସରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରିଛନ୍ତି କୁମାରସ୍ବାମୀ । ସେ କହିଛନ୍ତି ଯେ ମୋଦି କ୍ୟାମେରା ସାମନାରେ ବସିବା ପାଇଁ ସକାଳୁ ଉଠି ମୁହଁରେ ମେକଅପ୍ ଭରନ୍ତି । ଏପରିକି ସେ ମୁହଁ ୱାକ୍ସ ମଧ୍ୟ କରନ୍ତି । ତାଙ୍କ ମୁହଁ ଯେପରି କ୍ୟାମେରାରେ ଚମକିବ ସେଥିପାଇଁ ସେ ସମସ୍ତ ପ୍ରକାର ଉପାୟ ଆପଣାନ୍ତି । ସେଥିପାଇଁ ମିଡିଆରେ ମୋଦିଙ୍କୁ ଦେଖାଯିବା ସମୟରେ ଆଉ କାହାକୁ ଦେଖାଯାଏନି ବୋଲି ସେ କହିଛନ୍ତି ।
-
Karnataka CM HD Kumaraswamy: Modi wakes up every morning, applies makeup or wax to get a shine on his face&sits in front of cameras. But we take bath once in the morning & wash our face only the next day. Our faces don’t look good on cameras. That’s why even media shows only Modi pic.twitter.com/0h93gcsM4P
— ANI (@ANI) April 9, 2019 " class="align-text-top noRightClick twitterSection" data="
">Karnataka CM HD Kumaraswamy: Modi wakes up every morning, applies makeup or wax to get a shine on his face&sits in front of cameras. But we take bath once in the morning & wash our face only the next day. Our faces don’t look good on cameras. That’s why even media shows only Modi pic.twitter.com/0h93gcsM4P
— ANI (@ANI) April 9, 2019Karnataka CM HD Kumaraswamy: Modi wakes up every morning, applies makeup or wax to get a shine on his face&sits in front of cameras. But we take bath once in the morning & wash our face only the next day. Our faces don’t look good on cameras. That’s why even media shows only Modi pic.twitter.com/0h93gcsM4P
— ANI (@ANI) April 9, 2019
ଏହାସହ ସେ ତାତ୍ସଲ୍ୟ କରି କହିଛନ୍ତି ଯେ ସକାଳେ ଅନ୍ୟମାନେ କେବଳ ଥରେ ହିଁ ଗାଧାନ୍ତି । ଏପରିକି ଆମେ ପୁରା ଦିନ ଭିତରେ ସକାଳେ ହିଁ ମୁହଁ ଧୋଇଥାଉ ଏବଂ ପରଦିନ ସକାଳେ ଆଉଥରେ ମୁହଁ ଧୋଇଥାଉ । ସେଥିପାଇଁ ଆମ ଚେହେରା କ୍ୟାମେରାରେ ଭଲ ଦିଶେ ନାହିଁ ବୋଲି ସେ କହିଛନ୍ତି ।