ETV Bharat / bharat

କୂଳଭୂଷଣ ମାମଲା: ଆଜି ଅନ୍ତର୍ଜାତୀୟ କୋର୍ଟରେ ପ୍ରକାଶ ପାଇବ ରାୟ - କୋର୍ଟ

ଆଜି କୁଳଭୂଷଣ ଯାଦବ ମାମଲାର ଆସିବ ରାୟ । ନେଦରଲାଣ୍ଡର ଦି ହେଗ ସ୍ଥିତ ଅନ୍ତର୍ଜାତୀୟ ନ୍ୟାୟାଳୟ ଶୁଣାଇବେ ରାୟ । ଏପଟେ କୂଳଭୂଷଣ ଅପେକ୍ଷା କରିବସିଛନ୍ତି ତାଙ୍କ ପରିବାର।

ଫାଇଲ ଫଟୋ
author img

By

Published : Jul 16, 2019, 11:13 PM IST

Updated : Jul 17, 2019, 8:19 AM IST

ନୂଆଦିଲ୍ଲୀ: ଆଜି ବହୁଚର୍ଚ୍ଚିତ କୁଳଭୂଷଣ ଯାଦବଙ୍କ ରାୟ । ନେଦରଲାଣ୍ଡର ଦି ହେଗ ଠାରେ ଥିବା ଅନ୍ତର୍ଜାତୀୟ ନ୍ୟାୟାଳୟ ମାମଲାର ରାୟ ଶୁଣାଇବେ । ସନ୍ଧ୍ୟା ସାଢେ 6ଟା ସମୟରେ କୋର୍ଟଙ୍କ ରାୟ ସାର୍ବଜନୀନ ହେବ । ଏହି ମାମଲାରେ ନିଜର ପକ୍ଷକୁ ନେଇ ଭାରତ ସରକାର ନିଶ୍ଚିତ ଥିବା ଜଣାଯାଇଛି ।

ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ଆତଙ୍କବାଦ ଓ ଗୁପ୍ତଚର ବୃତ୍ତି ଅଭିଯୋଗରେ 2016 ମାର୍ଚ୍ଚ 3ରେ ଇରାନ ସୀମାରୁ ଗିରଫ କରିଥିଲା । ଏହାପରେ ଏପ୍ରିଲ 2017ରେ ସେଠାକାର ଏକ ସାମରିକ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ । ତେବେ ଭାରତ ସରକାର ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହି ଦଣ୍ଡାଦେଶ ବିରୋଧରେ ୨୦୧୭ ମସିହା ମେ ୮ ତାରିଖରେ ଆଇସିଜେଙ୍କ ଦ୍ବାରସ୍ଥ ହୋଇଥିଲେ । ପାକିସ୍ତାନର ଦାବିକୁ ଭାରତ ପ୍ରାରମ୍ଭରୁ ଖାରଜ କରିଥିଲା । କୁଳଭୂଷଣ ନିଜ ଅବସର ପରେ ବ୍ୟବସାୟ କରିବା ନେଇ ଇରାନ ଯାଇଥିଲେ । ସେଠାରେ ପାକିସ୍ତାନୀ ଗୁଇନ୍ଦା ବିଭାଗ ତାଙ୍କୁ ଅପହରଣ କରିଥିବା ଭାରତ ଦାବି କରିଥିଲା ।

ଆନ୍ତର୍ଜାତୀକ କୋର୍ଟରେ ଏହି ମାମଲା ପ୍ରାୟ 2 ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଏହି ମାମଲାର ଶେଷ ଶୁଣାଣି ଚଳିତ ବର୍ଷ ଫେବୃୟାରୀ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଶୁଣାଣି ବେଳେ ଉଭୟ ଭାରତ ଓ ପାକିସ୍ତାନର ବରିଷ୍ଠ ଓକିଲ ନିଜ ନିଜର ପକ୍ଷ ରଖିଥିଲେ । ତେବେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଅଦାଲତର ମୁଖ୍ୟ ବିଚାରପତି ଅବ୍ଦୁଲ କାବୀ ଅହମଦ ୟୁସୁଫଙ୍କ ଅଧ୍ୟକ୍ଷତାରେ ଗଠିତ 15 ସଦସ୍ୟ ଯୁକ୍ତ ଖଣ୍ଡପୀଠ ମାମଲାରେ ନିଜ ରାୟ ସଂରକ୍ଷିତ ରଖିଥିଲେ । ଜୁଲାଇ ୧୭ ତାରିଖରେ ଦି ହେଗ ଠାରେ ଏକ ଜନଶୁଣାଣି ହେବ ବୋଲି ବିଚାରପତି ୟୁସୁଫ୍‌ କହିଥିଲେ ।

Intro:Body:

BLANK FOR LINK  

Conclusion:
Last Updated : Jul 17, 2019, 8:19 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.