ବେଙ୍ଗାଲୁରୁ: ଗତ ବର୍ଷ ନଭେମ୍ବରରେ କର୍ଣ୍ଣାଟକରେ ଅନୁଷ୍ଠିତ ଉପ-ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିରୁପ୍ପା ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ମାମଲାରେ କର୍ଣ୍ଣାଟକର ଗୋକାକ କୋର୍ଟ ୟେଦିରୁପ୍ପାଙ୍କୁ ସମନ କରିଛନ୍ତି ।
2019 ମସିହା ଡିସେମ୍ବର 5ରେ ଅନୁଷ୍ଠିତ ବିଧାନସଭା ଉପ-ନିର୍ବାଚନ ପୂର୍ବରୁ ଏହି ଘଟଣା ଘଟିଥିଲା । ଯେଉଁଥିରେ ବିଜେପି ପ୍ରାର୍ଥୀ ରମେଶ ଜାରକୋହୋଲି ଜୁଲାଇ 2019ରେ କଂଗ୍ରେସ ସରକାରରୁ ଇସ୍ତଫା ଦେବା ପରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ସମୟରେ ୟେଦିରୁପ୍ପା ଜାରକୋହୋଲିଙ୍କୁ ଭୋଟ ଦେବାକୁ ବୀରଶୈବ ସମ୍ପ୍ରଦାୟକୁ ଡାକିଥିଲେ । ଯାହା ଆଚରଣ ବିଧି ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଛି ।
ତେବେ ସେପ୍ଟେମ୍ବର 1, 2020 ସୁଦ୍ଧା ଏକ ମାସର ସମନ ଫେରସ୍ତ ହୋଇପାରିବ । ଆଇନ ବିଭାଗ ଏହି ନିର୍ଦ୍ଦେଶକୁ ଅନୁଧ୍ୟାନ କରିବ ଏବଂ ଉପଯୁକ୍ତ ଜବାବ ଦେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ।
ଜୁନ୍ ମାସରେ ୟେଦିରୁପ୍ପାଙ୍କ ବିରୋଧରେ କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଅନୁଧ୍ୟାନ କରିବା ପରେ ଜଜ୍ ଏହି ସମନ ଜାରି କରିଛନ୍ତି ।