ବେଙ୍ଗାଲୁରୁ: ବସ ପାଲଟିଲା କୋଭିଡ-19 ମୋବାଇଲ କ୍ଲିନିକ । କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ମହିଶୂରର କର୍ଣ୍ଣାଟକ ରାଜ୍ୟ ପରିବହନ ନିଗମ (କେଏସଆରଟି) ଏକ ବସକୁ କୋଭିଡ-19 କ୍ଲିନିକ ଭାବେ ପରିଣତ କରାଯାଇଛି । ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଚିକିତ୍ସା ତ୍ବାରାନିତ କରିବା ପାଇଁ ରାଜ୍ୟ ପରିବହନ ନିଗମ ତରଫରୁ ଏଭଳି ମୋବାଇଲ କ୍ଲିନିକ ପ୍ରସ୍ତୁତ କରାଯାଇଛି ।
ମୋବାଇଲ କ୍ଲିନିକରେ କୋରୋନା ସଂକ୍ରମିତଙ୍କ ପାଇଁ ଏକ ବେଡ ଓ ଡାକ୍ତରଙ୍କ ପାଇଁ ଏକ କେବିନ ରହିଛି । ସେହିଭଳି ଏଠାରେ ବସିବା ପାଇଁ ସୁବିଧା ଥିବାବେଳେ ଓୌଷଧ ବାକ୍ସ, ୱାସ ବେସିନ, ତେଲ, ସାବୁନ ଫ୍ୟାନ ଓ ଅଲଗା ପାଣି ବ୍ୟବସ୍ଥା ବି ରହିଛି । ବସରେ ଏଭଳି କ୍ଲିନିକ ନିର୍ମାଣ ପାଇଁ ପ୍ରାୟ 50 ହଜାର ଟଙ୍କା ଖର୍ଚ୍ଚ ହୋଇଥିବା କହିଛି କର୍ଣ୍ଣାଟକ ରାଜ୍ୟ ପରିବହନ ନିଗମ (କେଏସଆରଟି) ।
ଏହି ସମୟରେ ରାଜ୍ୟରେ 15ଟି ନୂଆ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛନ୍ତି । କୋରୋନା ଯୋଗୁଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 18 ଜଣ ମୃତ୍ୟୁ ହୋଇଥିବା ବେଳେ 153 ଟି ସୁସ୍ଥ ମାମଲା ସମେତ 489 କୋଭିଡ-19 ମାମଲା ଚିହ୍ନଟ ହୋଇଛି ।
@ANI