ETV Bharat / bharat

କୃଷ୍ଣ ଜନ୍ମଭୂମି ମାମଲା: ଜିଲ୍ଲା କୋର୍ଟଙ୍କ ଦ୍ବାରସ୍ଥ ହେବେ ଆବେଦନକାରୀ - କୃଷ୍ଣ ଜନ୍ମଭୂମି ମାମଲା

ମଥୁରା କୋର୍ଟରେ ୧୩.୩୭ ଏକର ଭୂମିକୁ ନେଇ ସିଭିଲ ମାମଲା ଦାୟର କରାଯାଇଥିଲା। ମଥୁରା କୋର୍ଟର ସିଭିଲ୍ ବିଚାର ଦାୟିତ୍ୱରେ ଥିବା ବିଚାରପତି ଛାୟା ଶର୍ମା ସେପ୍ଟେମ୍ବର 30 ରେ ଏହି ଆବେଦନକୁ ଖାରଜ କରିଦେଇଥିଲେ।

କୃଷ୍ଣ ଜନ୍ମଭୂମି ମାମଲା : ଜିଲ୍ଲା କୋର୍ଟଙ୍କ ଦ୍ବାରସ୍ଥ ହେବେ ଆବେଦନକାରୀ

author img

By

Published : Oct 4, 2020, 7:41 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମଥୁରା କୋର୍ଟ ଗତ ବୁଧବାର ଦିନ କୃଷ୍ଣ ଜନ୍ମଭୂମି ନିକଟରେ ଥିବା ମସଜିଦ ହଟାଇବାକୁ ଦାବି କରିଥିବା ଆବେଦନ ଖାରଜ କରିଛନ୍ତି। ତେବେ ସ୍ଥାନୀୟ କୋର୍ଟରୁ ନିରାଶ ହେବାପରେ ଆବେଦନକାରୀ ଏବେ ଜିଲ୍ଲା କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି । ଆବେଦନକାରୀ ସ୍ଥାନୀୟ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଜିଲ୍ଲା କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ସେମାନଙ୍କ ପରାମର୍ଶଦାତା କହିଛନ୍ତି।

ମଥୁରା କୋର୍ଟରେ ୧୩.୩୭ ଏକର ଭୂମିକୁ ନେଇ ସିଭିଲ ମାମଲା ଦାୟର କରାଯାଇଥିଲା। ମୋଗଲ କାଳରେ ଏହାକୁ କବଜା କରାଯାଇ ଶାହି ମସଦିଜ ତିଆରି କରାଯାଇଥିଲା। ତେଣୁ ପାଖରେ ଥିବା ଏହି ଶାହି ମସଜିଦକୁ ହଟାଇବାକୁ ନିର୍ଦ୍ଦେଶ ଦେବାକୁ ଏହି ଆବେଦନରେ ଦାବି କରାଯାଇଥିଲା। ଏହି ମାମଲା ଶ୍ରୀକୃଷ୍ଣ ବିରାଜମାନ, ରଞ୍ଜନା ଅଗ୍ନିହୋତ୍ରୀ ଓ ଛଅ ଜଣ ଅନ୍ୟ ଭକ୍ତ ଦାଖଲ କରିଥିଲେ।

ମଥୁରା କୋର୍ଟର ସିଭିଲ୍ ବିଚାର ଦାୟିତ୍ୱରେ ଥିବା ବିଚାରପତି ଛାୟା ଶର୍ମା ସେପ୍ଟେମ୍ବର 30 ରେ ଏହି ଆବେଦନକୁ ଖାରଜ କରିଦେଇଥିଲେ। ତେବେ ଅଭିଯୋଗକାରୀଙ୍କ ପରାମର୍ଶଦାତା ହରି ଶଙ୍କର ଜେନା କହିଛନ୍ତି ଯେ, ଆମେ ଶୀଘ୍ର ଜିଲ୍ଲା ଜଜଙ୍କ କୋର୍ଟରେ ଆବେଦନ କରିବୁ । ଏହି ବିଚାର ଅନେକ ତଥ୍ୟ ଏବଂ ଆଇନ ବିରୁଦ୍ଧ ହୋଇଥିବାରୁ ଜିଲ୍ଲା ଜଜ୍ ଏହାର ସମାଧାନ କରିବେ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.