ମାଲାପୁରମ: କରିପୁର ବିମାନବନ୍ଦରରେ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆର 14 ଜଣ ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି । ଏନେଇ ମାଲାପୁରମ ଜିଲ୍ଲାପାଳ କେ.କୃଷ୍ଣଗୋଳକ୍ରିଷ୍ଣନ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ 2 ପାଇଲଟଙ୍କ ସମେତ 18 ଜଣଙ୍କ ମୃତ୍ୟୁ ହୋଇଛି । ଆଇଏକ୍ସ-1344 ବିମାନ ଦୁବାଇରୁ 190 ଯାତ୍ରୀଙ୍କୁ ନେଇ କାଲିକଟ ଆସୁଥିଲା । ଲ୍ୟାଣ୍ଡିଂ ପୂର୍ବରୁ ବର୍ଷା ପ୍ଲାବିତ ରନୱେରେ ଖସିଯାଇଥିଲା । ଫଳରେ ବିମାନଟି 35 ଫୁଟ ତଳକୁ ପଡି 2 ଖଣ୍ଡ ହୋଇଯାଇଥିଲା ।
ବର୍ତ୍ତମାନ ସୁଦ୍ଧା 49 ଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । 109 ଜଣ ଯାତ୍ରୀ ମଲାପୁରମ ଓ କୋଝିକୋଡର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତଥାପି 14ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ।
ବିମାନ ଦୁର୍ଘଟଣାରେ ପାଇଲଟ ଏବଂ ସହ-ପାଇଲଟଙ୍କ ସମେତ 18 ମୃତକଙ୍କ ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଏୟାର ଏକ୍ସପ୍ରେସ ପକ୍ଷରୁ କୁହାଯାଇଛି ।
ରବିବାର ଦିନ ସହ-ପାଇଲଟ୍ ଅଖିଳେଶ କୁମାରଙ୍କ ମୃତଦେହକୁ ପରିବାରର ସମସ୍ତ ସଦସ୍ୟ ତଥା ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ଅଧିକାରୀମାନେ ତାଙ୍କର ହୋମ ଟାଉନ ମଥୁରାରେ ଶବଦାହ କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ