ନୂଆଦିଲ୍ଲୀ: 80ତମ ସର୍ବ ଭାରତୀୟ ପ୍ରିଜାଇଡିଂ ଅଫିସର କନଫରେନ୍ସ ଉଦଘାଟନ ପାଇଁ ବୁଧବାର ଗୁଜୁରାଟର କେଭଡିୟା ଗସ୍ତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମ୍ବିଧାନ ଦିବସ ପାଳନ ପାଇଁ ଲୋକସଭା ପକ୍ଷରୁ ଦୁଇ ଦିନିଆ କଫରେନ୍ସର ଆୟୋଜନ କରାଯାଇଛି ।
1949ରେ ନଭେମ୍ବର 26ରେ ସମ୍ବିଧାନର ପ୍ରଣୟନ ନେଇ ଏହି ଦିନକୁ ମନେରଖିବା ପାଇଁ ସମ୍ବିଧାନ ଦିବସ ପାଳନ କରାଯାଏ । ତେବେ ଏହା ପରେ 1950 ଜାନୁଆରୀ 26ରେ ଲାଗୁ ହୋଇଥିଲା ସମ୍ବିଧାନ, ଯାହା ଭାରତୀୟ ଗଣତନ୍ତ୍ର ଇତିହାସରେ ଏକ ନୂତନ ଯୁଗର ଆରମ୍ଭକୁ ଚିହ୍ନିତ କରିଥିଲା।
ସମ୍ବିଧାନ ଦିବସ ପ୍ରଥମେ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମ ରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ପାଳନ କରାଯାଇଥିଲା । ସମ୍ବିଧନ ପ୍ରଣୟନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଆମ୍ବେଦକର ।
ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବୁଧବାର ଗୁଜୁରାଟର କେଭାଡିଆ ଗସ୍ତରେ ଯାଇ 80 ତମ ସର୍ବ ଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀକୁ ଉଦଘାଟନ କରିବେ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ବିବୃତ୍ତି ଜାରି କରି କୁହାଯାଇଛି ।