ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା କୋଣାର୍କ ପ୍ରସଙ୍ଗ । କୋଣାର୍କ ମନ୍ଦିରର ସୁରକ୍ଷା କଥା ରାଜ୍ୟସଭାରେ ଉଠାଇଛନ୍ତି ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମ । କୋଣାର୍କ ମନ୍ଦିରର ସୁରକ୍ଷାକୁ ନେଇ ବିଭିନ୍ନ ଆଲୋଚନା ହେବା ସହ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) କରିଥିବା ମାଷ୍ଟରପ୍ଲାନ ଅନୁଯାୟୀ କାମ କରିବାକୁ ସେ ଦାବି କରିଛନ୍ତି ।
ଏହାସହ କୋଣାର୍କ ମନ୍ଦିର ବିଶ୍ବପ୍ରସିଦ୍ଧ ହୋଇଥିବାରୁ ଏହାର ସୁରକ୍ଷାପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି । ମନ୍ଦିରରେ ଦେଖାଯାଉଥିବା ଜଳବନ୍ଦୀ ସ୍ଥିତି କଥା ସେ ଉଠାଇ ଏଥିପ୍ରତି ଦୃଷ୍ଟି ଦେବାକୁ ସରୋଜିନୀ କହିଛନ୍ତି ।