କୋଲକାତା: ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ କୋଲକାତାରେ ଦେଖିବାକୁ ମିଳିଛି ହାଇ ଭୋଲଟେଜ ହଙ୍ଗାମା । ବିଜେପିର ରୋଡ ଶୋ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ୍ ଶାହାଙ୍କ ପୋଷ୍ଟର ହଟାଇ ଦିଆଯାଇଛି । ସେପଟେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ରାଲି ସ୍ଥଳରେ ପୋଲିସ ପହଞ୍ଚି ଷ୍ଟେଜ ସହ ଜଡିତ ଅନୁମତି ପତ୍ର ମାଗିଥିବା ଜଣା ପଡିଛି । ବିଜେପି ଏହା ଦେଇ ନପାରିବାରୁ ଷ୍ଟେଜ ଭାଙ୍ଗିବାକୁ କୁହାଯାଇଛି ।
ତେବେ ଏହା ପରେ ରାଲି ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଗୋଟିଏ ପଟେ ବିଜେପି କାର୍ଯ୍ୟକର୍ତ୍ତା ନାରାବାଜି ଲଗାଇବା ସହ ପୋଲିସକର୍ମୀଙ୍କୁ ଘେରିଛନ୍ତି । ଆଉ ଅନ୍ୟପଟେ ପୋଲିସ ଏବଂ ରାଜ୍ୟ ନିର୍ବାଚନ ଆୟୋଗ ଅଧିକାରୀ ରାସ୍ତା କଡରୁ ପିଏମ୍ ଏବଂ ଶାହାଙ୍କ ପୋଷ୍ଟର ହଟାଇ ଦେଇଛନ୍ତି ।
ତେବେ ବିଜେପି ଏହି ପୁରା ମାମଲାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଷଡଯନ୍ତ୍ରର ରୂପ ଦେଇଛି । ରାଜ୍ୟ ନିର୍ବାଚନ ଆୟୋଗ ମମତାଙ୍କ ସମର୍ଥକ ରୂପରେ କାମ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ମୁକୁଳ ରାୟ । ତେଣୁ ଏନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଉଛି ।
ସୂଚନା ଯୋଗ୍ୟ ଯେ, ଅମିତ୍ ଶାହା ଆଜି ଉତ୍ତର କୋଲକାତାର ଧର୍ମଶାଳାରେ ରାଲି କରିବାର କାର୍ଯ୍ୟକ୍ରମ ଥିଲା ।