ETV Bharat / bharat

ଆସୁଛି ଦୁର୍ଗାପୂଜା: 50 କିଲୋ ସୁନାରେ ଝଲସିବ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି - ଶାରଦୀୟ ଦୁର୍ଗାପୂଜା

ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । କୋଲକାତାର ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ 20 କୋଟିର ମାଆଙ୍କ ମୃଣ୍ମୟୀ ମୂର୍ତ୍ତି । ଏହି ମୂର୍ତ୍ତି ସମ୍ପୂର୍ଣ୍ଣ ସୁନାରେ ତିଆରି କରାଯାଉଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Sep 26, 2019, 12:10 PM IST

କୋଲକାତା: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଆଉ ଦିନ କେଇଟା ପରେ ଧରାବତରଣ କରିବେ ମାଆ ଦୁର୍ଗା । ଏଥିପାଇଁ ଚଳଚଞ୍ଚଳ ରାଜ୍ୟ ଠୁ ସହର, ପଲ୍ଲୀ ଠୁ ଦିଲ୍ଲୀ । ଆଶିଷ ଲାଭ କରିବାକୁ ଭକ୍ତ ମାଆଙ୍କ ଆଗମନକୁ ଅନାଇ ବସିଛି । ଅନ୍ୟପଟେ ବିଭିନ୍ନ ସ୍ଥାନରେ ତୋରଣ କାମ ଠାରୁ ଆରମ୍ଭ କରି ମୂର୍ତ୍ତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ତେବେ ମାଆଙ୍କ ଆଗମନ ପାଇଁ ନବବଧୂ ପରି ସଜେଇ ହେଲାଣି କୋଲକାତା ।

ବିଶ୍ବ ପ୍ରସିଦ୍ଧି ଲାଭ କରିଥିବା କୋଲକାତାର ଦୁର୍ଗାପୂଜା ପାଇଁ ସେଠାକାର ମାହୋଲ ଏବେଠାରୁ ଦେଖିବାକୁ ମିଳିଲାଣି । ତେବେ କୋଲକାତାର ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ 20 କୋଟିର ମାଆଙ୍କ ମୃଣ୍ମୟୀ ମୂର୍ତ୍ତି । ଏହି ମୂର୍ତ୍ତି ସମ୍ପୂର୍ଣ୍ଣ ସୁନାରେ ତିଆରି କରାଯାଉଛି ।

ପାଖାପାଖି ଏହି ମୂର୍ତ୍ତିରେ 50 କିଲୋ ସୁନାକୁ ବ୍ୟବହାର କରାଯିବ । ସେଥିପାଇଁ 20 କୋଟିର ବଜେଟ ରଖାଯାଇଛି । କାମ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ତେବେ ଏହି ମୂର୍ତ୍ତିର ଉଚ୍ଚତା 13 ମିଚର ରହିଥିବା ପୂଜା କମିଟିର ସଦସ୍ୟ ସୂଚନା ଦେଇଛନ୍ତି ।

Intro:Body:

ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । କୋଲକାତାର ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ 20 କୋଟିର ମାଆଙ୍କ ମୃଣ୍ମୟୀ ମୂର୍ତ୍ତି । ଏହି ମୂର୍ତ୍ତି ସମ୍ପୂର୍ଣ୍ଣ ସୁନାରେ ତିଆରି କରାଯାଉଛି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.