ETV Bharat / bharat

କୋଲକାତାରେ ଉଦଘାଟିତ ହେବ ପ୍ରଥମ ଟ୍ରାମ ଲାଇବ୍ରେରୀ - books

କୋଲକାତାରେ ଖୁବଶିଘ୍ର ନଜର ଆସିବାକୁ ଯାଉଛି ପ୍ରଥମ ଟ୍ରାମ ଲାଇବ୍ରେରୀ ।ବିଭିନ୍ନ ଶିକ୍ଷାନୁଷ୍ଠାନର ପାଠକଙ୍କୁ ଆକର୍ଷିତ କରିବା ପାଇଁ ଡିଜାଇନ ହୋଇଛି ସ୍ବତନ୍ତ୍ର ଟ୍ରାମ ଲାଇବ୍ରେରୀ । ଅଧିକ ପଢନ୍ତୁ...

କୋଲକତାରେ ଉଦଘାଟିତ ହେବ ଟ୍ରାମ ଲାଇବ୍ରେରୀ
କୋଲକତାରେ ଉଦଘାଟିତ ହେବ ଟ୍ରାମ ଲାଇବ୍ରେରୀ
author img

By

Published : Sep 23, 2020, 5:25 PM IST

କୋଲକାତା: କୋଲକାତା ଏକ ଟ୍ରାମ ଲାଇବ୍ରେରୀ ପାଇବାକୁ ପ୍ରସ୍ତୁତ ବୋଲି ବୁଧବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପଶ୍ଚିମବଙ୍ଗ ପରିବହନ ନିଗମ (ଡବ୍ଲୁବିଟିସି) ପରିଚାଳନା ନିର୍ଦ୍ଦେଶକ ରାଜନବୀର ସିଂ କପୁର କହିଛନ୍ତି, ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପାଠକଙ୍କୁ ଆକର୍ଷିତ କରିବା ପାଇଁ ସ୍ବତନ୍ତ୍ର ଡିଜାଇନ ହୋଇଥିବା ଟ୍ରାମ ଲାଇବ୍ରେରୀରେ ସିଭିଲ ସର୍ଭିସ, ଡବ୍ଲୁବିସିଏସ, ଜିଆରଇ କିମ୍ବା ଜିଏମଏଟି ଭଳି ପୁସ୍ତକ ଏବଂ ପତ୍ରିକା ରହିବ।

ଗୁରୁବାର ଦିନ ଉଦଘାଟିତ ହେବାକୁ ଥିବା ଏହି ଟ୍ରାମ ଲାଇବ୍ରେରୀ ଶ୍ୟାମବଜାର ଏବଂ ଏସପ୍ଲାନେଡ ମଧ୍ୟରେ ନିୟମିତ ଯାତ୍ରା କରିବ । କୋଲକାତା ବିଶ୍ୱବିଦ୍ୟାଳୟ ଏବଂ ପ୍ରେସିଡେନ୍ସି ୟୁନିଭରସିଟି, ସ୍କଟିସ୍ ଚର୍ଚ୍ଚ କଲେଜ, ହିନ୍ଦୁ ସ୍କୁଲ , ହାରେ ସ୍କୁଲ ଏବଂ କଲିକତା ବାଳିକା ବିଦ୍ୟାଳୟ ସମେତ ଏହି ମାର୍ଗରେ ଅତି କମରେ 30 ଟି ଶିକ୍ଷାନୁଷ୍ଠାନ ଅଛି।

ଡବ୍ଲୁବିଟିସି ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ଯେ, ଭାରତର ଏକମାତ୍ର କାର୍ଯ୍ୟକ୍ଷମ ଟ୍ରାମୱେକୁ ତଦାରଖ କରୁଥିବା ଡବ୍ଲୁବିଟିସି ଦ୍ୱାରା ଆରମ୍ଭ କରାଯାଉଛି । ଏହା ପୁସ୍ତକ ଏବଂ ପତ୍ରିକା ସହିତ ପରିଚିତ ଏକ ସ୍ୱତନ୍ତ୍ର ଟ୍ରାମ୍ । ଯାହାକୁ ଟ୍ରାମରେ ଯାତ୍ରା କରିବା ସମୟରେ ପଢାଯାଇପାରିବ।

ଏହି ଟ୍ରାମରେ ମାଗଣା ୱାଇଫାଇ ମଧ୍ୟ ରହିବ । ଏଥିସହ ଲାଇବ୍ରେରୀରେ ବହି ଉପରେ ହାତ ରଖିବା ବ୍ୟତୀତ ଏହା ଯାତ୍ରୀମାନଙ୍କୁ ଇ-ବୁକ୍ ପଢିବାରେ ମଧ୍ୟ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ଭବିଷ୍ୟତରେ ଆମେ ଟ୍ରାମ ଲାଇବ୍ରେରୀରେ ପୁସ୍ତକ ପାଠନ ଅଧିବେଶନ, ପୁସ୍ତକ ଉନ୍ମୋଚନ ଏବଂ ସାହିତ୍ୟ ମହୋତ୍ସବ ମଧ୍ୟ ଯୋଜନା କରୁଛୁ ବୋଲି ଅଧିକାରୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.