ନୂଆଦିଲ୍ଲୀ : ସୁନା ଚୋରା ଚାଲାଣବେଳେ ଜବତ କଲା କୋଲକାତା କଷ୍ଟମ ବିଭାଗ । ଏହି ଘଟଣାରେ ଜଣକୁ ଗିରଫ କରିବା ସହ 3 କିଲୋ ସୁନା ଜବତ କରିଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗର ଖିଦିରାପୋର ଅଞ୍ଚଳରେ ସୁନା ଚୋରା ଚାଲାଣ ହେଉଥିବା ନେଇ କଷ୍ଟମ ବିଭାଗ ପାଖରେ ଖବର ପହଞ୍ଚିଥିଲା । ଅଭିଯୁକ୍ତକୁ କାବୁ କରିବା ପାଇଁ କଷ୍ଟମ ବିଭାଗ ଆରମ୍ଭ କରିଥିଲା ଉଦ୍ୟମ ।
ପଶ୍ଚିମବଙ୍ଗ ଅଞ୍ଚଳରୁ ଚୋରା ଚାଲାଣ କରୁଥିବା ଅଭିଯୁକ୍ତକୁ ଗିରଫ କରିଥିଲା । ଏହାସହ 26 ଖଣ୍ତ ସୁନା ବିସ୍କୁଟ ଜବତ କରିଥିଲା । ଯାହାର ଓଜନ ତିନି କିଲୋ ହେବ । ଆନୁମାନିକ ମୂଲ୍ୟ 1 କୋଟି 52 ଲକ୍ଷ 51 ହଜାର ହେବ ବୋଲି କୁହାଯାଇଛି । ସେପଟେ, ଗିରଫ ହୋଇଥିବା ଅଭିଯୁକ୍ତ ଜଣକ କହିଛି ଯେ, ସେ ଖିଦିରାପୋରର ସୁନା ଯୋଗାଣକାରୀଙ୍କ ପାଇଁ କାମ କରନ୍ତି । ଯିଏ ତାଙ୍କୁ ସୁନା ଚୋରା ଚାଲାଣ ପାଇଁ ପ୍ରତିମାସରେ ଦରମା ମଧ୍ୟ ଦିଅନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ