ETV Bharat / bharat

ଛଅଟି ହଟସ୍ପଟ ସହରରୁ ବିମାନ ଯାତ୍ରା ବନ୍ଦ କଲା କୋଲକତା - 6 ହଟସ୍ପଟ ସହର

ଦେଶରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ଏହାକୁ ଦୃଷ୍ଟିରେ ରଖି 6ଟି ହଟସ୍ପଟ ସହରରୁ ବିମାନ ଯାତ୍ରା ବନ୍ଦ କରିଛି କୋଲକତା ।

corona
6ଟି ହଟସ୍ପଟ ସହରରୁ ବିମାନ ଯାତ୍ରା ବନ୍ଦ କଲା କୋଲକତା
author img

By

Published : Jul 18, 2020, 12:03 PM IST

କୋଲକତା:ଦେଶରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ଏହାକୁ ଦୃଷ୍ଟିରେ ରଖି 6ଟି ହଟସ୍ପଟ ସହରରୁ ବିମାନ ଯାତ୍ରା ବନ୍ଦ କରିଛି କୋଲକତା ।ଶୁକ୍ରବାର ଏୟାରପୋର୍ଟ ସୂତ୍ରରୁ ପ୍ରକାଶ ଯେ, ଏହି ବ୍ୟାନ ପୂର୍ବରୁ ଲାଗୁ ହୋଇଥିବା ବେଳେ ବର୍ତ୍ତମାନ ଏହି ଅବଧିକୁ ଜୁଲାଇ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଯେଉଁ ସହରରଗୁଡିକୁ କୋଲକତାରୁ ବିମାନ ଚଳାଚଳ ବନ୍ଦ ହୋଇଛି ସେଗୁଡିକ ହେଲା, ଦିଲ୍ଲୀ, ମୁମ୍ବାଇ, ପୁଣେ, ଚେନ୍ନାଇ, ନାଗପୁର ଏବଂ ଅହମ୍ମଦାବାଦ । ଏନେଇ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ନେତାଜୀ ସୁବାସ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର କର୍ତ୍ତୃପକ୍ଷ ।

କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସର୍ବାଧିକ ପ୍ରଭାବିତ ସହରଗୁଡିକୁ ବିମାନ ସେବା ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ଟ୍ବିଟରେ କୁହାଯାଇଛି ।

ତେବେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ, ମୁମ୍ବାଇ, ପୁଣେ, ଚେନ୍ନାଇ, ନାଗପୁର ଏବଂ ଅହମ୍ମଦାବାଦରୁ କୋଲକତାକୁ ବିମାନ ଚଳାଚଳ ସ୍ଥଗିତ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ରାଜିବ ସିହ୍ନା ଅନୁରୋଧ କରିଥିଲେ । ଫଳରେ ବିମାନ ଚଳାଚଳକୁ 31 ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି ।

ପ୍ରକାଶ ଥାଉକି, ବର୍ତ୍ତମାନ ପଶ୍ଚିମବଙ୍ଗରେ 38011 କୋରୋନା ମାମଲା ରହିଛି । ଏଥିସହ 1049 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.