ETV Bharat / bharat

ଗଙ୍ଗେଶ୍ବର ମନ୍ଦିର; ଯେଉଁଠି ପ୍ରତି ଦୁଇ ସେକେଣ୍ଡରେ ସମୁଦ୍ର ପାଣିରେ ବୁଡିଯାଏ ଶିବଲିଙ୍ଗ - jana ajana

ଗଙ୍ଗେଶ୍ବର ମନ୍ଦିର । ଯେଉଁଠି ପ୍ରତି ଦୁଇ ସେକେଣ୍ଡରେ ଥରେ ସମୁଦ୍ର ପାଣିରେ ବୁଡି ଯାଏ ଶିବ ଲିଙ୍ଗ । ପଢନ୍ତୁ କଣ ରହିଛି ଗଙ୍ଗେଶ୍ବର ମନ୍ଦିରକୁ ନେଇ ଜଣା ଅଜଣା କଥା ।

ଗଙ୍ଗେଶ୍ବର ମନ୍ଦିର;  ଯେଉଁଠି ପ୍ରତି ଦୁଇ ସେକେଣ୍ଡରେ ସମୂଦ୍ର ପାଣିରେ ବୁଡି ଯାଏ ଶିବଲିଙ୍ଗ

author img

By

Published : Oct 16, 2020, 1:59 PM IST

ଭାରତରେ ଏପରି ଅନେକ ମନ୍ଦିର ଅଛି ଯାହାର ଇତିହାସ ଶତାବ୍ଦୀ ପୁରୁଣା । ତ୍ରେତୟା ଓ ଦ୍ବାପର ଯୁଗରେ ଅନେକ ମନ୍ଦିର ନିର୍ମାଣ କରାଯାଇଥିଲା। ଶତାବ୍ଦୀ ଧରି ଭାରତର ଭୂମି ଏହିପରି ବହୁ ପ୍ରାଚୀନ ମନ୍ଦିରର ସାକ୍ଷୀ ରହିଆସିଛି । ଆଜି ବି ଭାରତର ପ୍ରତ୍ୟେକ କୋଣରେ ଆପଣ ପ୍ରାଚୀନ ଦେବତାମାନଙ୍କର ଆଶ୍ଚର୍ଯ୍ୟଜନକ ମନ୍ଦିର ପାଇବେ । ଏହି ପ୍ରାଚୀନ ମନ୍ଦିରଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଶ୍ରୀ ଗଙ୍ଗେଶ୍ବର ମହାଦେବ । ଏହି ମନ୍ଦିରର ଆକର୍ଷଣ ହେଉଛି 'ଶିବ ଲିଙ୍ଗ' ।

ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଏହି ଶିବ ଲିଙ୍ଗ ଦେଖିବାକୁ ଆସି ମନ୍ଦିର ପ୍ରାଙ୍ଗଣରେ ପ୍ରାର୍ଥନା କରନ୍ତି। ଏହି ଶିବ ଲିଙ୍ଗ ସମୁଦ୍ର କୂଳର ପଥର ଉପରେ ଅବସ୍ଥିତ । ପ୍ରତି ଦୁଇ ସେକେଣ୍ଡରେ ଯେତେବେଳେ ସମୁଦ୍ରର ଲହଡୀ ଭାଙ୍ଗିଥାଏ ସମୁଦ୍ର ପାଣି ଲିଙ୍ଗ ସହ ପିଟି ହୋଇଥାଏ । ଆଉ ସେତେବେଳେ ଶିବ ଲିଙ୍ଗର ସୌନ୍ଦର୍ଯ୍ୟ ଆହୁରୀ ବୃଦ୍ଧି ପାଇଥାଏ । ଯାହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ଉତ୍କଣ୍ଠା ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଶ୍ରୀ ଗଙ୍ଗେଶ୍ବର ମନ୍ଦିର ଏବଂ ଶିବ ଲିଙ୍ଗ ସମ୍ବନ୍ଧରେ...

ଗଙ୍ଗେଶ୍ବର ମନ୍ଦିର; ଯେଉଁଠି ପ୍ରତି ଦୁଇ ସେକେଣ୍ଡରେ ସମୂଦ୍ର ପାଣିରେ ବୁଡି ଯାଏ ଶିବଲିଙ୍ଗ

5000 ବର୍ଷ ପୁରୁଣା ମନ୍ଦିର

ବିଶ୍ବାସ କରାଯାଏ ଯେ ଏହି ମନ୍ଦିର ପ୍ରାୟ 5000 ବର୍ଷ ପୁରୁଣା । ମହାଭାରତ କାଳରେ ପାଣ୍ଡବଙ୍କ ଦ୍ବାରା ଶିବ ଲିଙ୍ଗ ପ୍ରତିଷ୍ଠା କରାଯାଇଥିଲା। ଏହି ମନ୍ଦିରରେ ପାଞ୍ଚଟି ଶିବ ଲିଙ୍ଗ ଅଛି । ପ୍ରତି ଦୁଇ ସେକେଣ୍ଡରେ ସମୁଦ୍ର ଲହଡି ଶିବ ଲିଙ୍ଗ ସହ ପିଟି ହୁଏ । ସେତେବେଳେ ଶିବଲିଙ୍ଗ ସମ୍ପୂର୍ଣ୍ଣ ଲୁଚିଯାଇଥାଏ । ତା’ପରେ ଏହି ତରଙ୍ଗ ଗୁଡ଼ିକ ପୁଣି ସମୁଦ୍ରରେ ମିଶି ଯିବା ପରେ ଲିଙ୍ଗ ଗୁଡିକ ଦୃଶ୍ୟମାନ ହୁଏ । ଏହି ମନ୍ଦିରର ଚତୁର୍ଦ୍ଦିଗରେ ପରିବେଶ ଏତେ ଶାନ୍ତ ଯେ ଯେତେବେଳେ ବି ଏହି ମନ୍ଦିର ପରିସରକୁ ପ୍ରବେଶ କରିବେ ସେତେବେଳେ ସମୁଦ୍ରର ତରଙ୍ଗର ଶବ୍ଦ ସ୍ପଷ୍ଟ ଭାବରେ ଶୁଣିପାରିବେ ।

ମନ୍ଦିର ମାନ୍ୟତା

ପୁରାଣ ଅନୁଯାୟୀ, ଯେତେବେଳେ ପାଞ୍ଚ ଜଣ ପାଣ୍ଡବ ବନବାସରେ ଯାଇଥିଲେ, ସେମାନେ ସେହି ସମୟରେ ଏହି ମନ୍ଦିର ନିର୍ମାଣ କରିଥିଲେ। ଆହୁରି ମଧ୍ୟ କୁହାଯାଏ ଯେ ପାଞ୍ଚ ଜଣ ପାଣ୍ଡବ ପ୍ରତିଦିନ ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଏଠାକୁ ପ୍ରତିଦିନ ଆସୁଥିଲେ। ଗଙ୍ଗେଶ୍ବର ମନ୍ଦିରରେ ଶିବ ରାତ୍ରି ଅତି ଧୁମଧାମରେ ପାଳନ କରାଯାଇଥାଏ । ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଭକ୍ତ ଏହି ସ୍ଥାନ ପରିଦର୍ଶନ କରିଥାନ୍ତି ।

ମନ୍ଦିରର ଅନ୍ୟନାମ

ଏହି ମନ୍ଦିରରେ ପାଞ୍ଚଟି ଶିବ ଲିଙ୍ଗ ଅଛି ତେଣୁ ଏହି ମନ୍ଦିରକୁ ‘ପଞ୍ଚ ଶିବ ଲିଙ୍ଗ’ ମଧ୍ୟ କୁହାଯାଏ । ଏହି ମନ୍ଦିରକୁ 'ସମୁଦ୍ରକୂଳ ମନ୍ଦିର' ମଧ୍ୟ କୁହାଯାଏ । ଏହା ମଧ୍ୟ ବିଶ୍ବାସ ରହିଛି ଯେ ଗଙ୍ଗେଶ୍ବର ଭଗବାନ ଶିବଙ୍କ ନାମ, ଯାହା ଗଙ୍ଗା ମା' ଙ୍କ ଜଟାରୁ ଜଳ ନିଷ୍କାସନ କରାଯାଉଥିବା ବେଳେ ମିଳିଥିଲା । ତେଣୁ ଏହି ମନ୍ଦିର ଗଙ୍ଗେଶ୍ବର ମନ୍ଦିର ଭାବରେ ମଧ୍ୟ ଜଣାଶୁଣା ।

ଗଙ୍ଗେଶ୍ବର ମନ୍ଦିରକୁ କିପରି ଯିବେ ?

ଶ୍ରୀ ଗଙ୍ଗେଶ୍ବର ମନ୍ଦିର ଭାରତର ଗୁଜୁରାଟର ଡିୟୁ ସହରଠାରୁ ପ୍ରାୟ 3 କିଲୋମିଟର ଦୂରରେ ଥିବା ଫାଦୁମ୍ ଗାଁରେ ରହିଛି। ଏହି ମନ୍ଦିର ଗୁଜୁରାଟର ସର୍ବ ପୁରାତନ ଶିବ ମନ୍ଦିର ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହି ମନ୍ଦିର ସମ୍ପୂର୍ଣ୍ଣ ରୂପେ ଭଗବାନ ଶିବଙ୍କ ପାଇଁ ସମର୍ପିତ । ଏହି ମନ୍ଦିରର ପ୍ରାଙ୍ଗଣ ସକାଳ 6 ଟାରୁ ରାତି 8 ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ଅଛି । ଆପଣ ଏଠାରେ ଟ୍ରେନ୍, ବସ୍ କିମ୍ବା ବ୍ୟକ୍ତିଗତ ଟ୍ରେନ୍ ମଧ୍ୟ ପରିଦର୍ଶନ କରିପାରିବେ ।

ଏହି ମନ୍ଦିରରେ ଭଗବାନ ଶିବଙ୍କର ଏକ ପ୍ରତିମା ରହିବା ସହିତ ଭଗବାନ ଗଣେଶ, ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀ ମାତାଙ୍କ ପ୍ରତିମା ମଧ୍ୟ ସ୍ଥାପନ କରାଯାଇଛି । ଏହି ମନ୍ଦିର ଭଗବାନ ଶିବଙ୍କୁ ପୂଜା କରିବା ସହିତ ଏହି ଦେବତାମାନଙ୍କ ପାଇଁ ଏକ ପ୍ରମୁଖ ତୀର୍ଥସ୍ଥାନ ଭାବରେ ପରିଗଣିତ ହୁଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.