ETV Bharat / bharat

'ମହିଳାଙ୍କୁ ମାଗଣା ମେଟ୍ରୋ ସେବା ପାଇଁ କେନ୍ଦ୍ରର ଅନୁମତି ଅନାବଶ୍ୟକ’ - delhi

'ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଏକଦମ ସଠିକ । ଏଥିପାଇଁ କେନ୍ଦ୍ରର ଅନୁମତି ନେବା ଆବଶ୍ୟକ ନାହିଁ'

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 4, 2019, 3:30 PM IST

Updated : Jun 4, 2019, 4:34 PM IST

ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବଡ ଘୋଷଣା କରିଥିଲେ । ମେଟ୍ରୋ ଓ ଡିଟିସି ବସରେ ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ । ତେବେ ଏହି ନିଷ୍ପତ୍ତି ଉପରେ କେନ୍ଦ୍ର ମୋହର ଲଗାଇବା ପରେ ଏହା କାର୍ଯ୍ୟକାରୀ ହେବାକୁ ଥିବାବେଳେ, ଏହା ଉପରେ ନିଜ ବୟାନ ରଖିଛନ୍ତି ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ।

ଦିଲ୍ଲୀ ସରକାର ମହିଳାଙ୍କ ପାଇଁ ଏହି ଯୋଜନା ଅତି ଶୀଘ୍ର ଲାଗୁ କରିବାକୁ ଚାହୁଁଛନ୍ତି । ତେବେ ଅନେକ ଲୋକ ଅଛନ୍ତି ଏହି ଯୋଜନାର ସଫଳତାକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ସେମାନଙ୍କର କହିବାନୂଯାୟୀ, ଦିଲ୍ଲୀ ମେଟ୍ରୋରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କର ସମାନ ଭାଗିଦାରୀ ଅଛି । ସେଥିପାଇଁ ଏହି ଯୋଜନା ଲାଗୁ କରିବା ପୂର୍ବରୁ କେନ୍ଦ୍ର ଠାରୁ ଅନୁମତି ନେବା ସହ ସୂଚନା ଦେବାକୁ ପଡିବ । କିନ୍ତୁ ଗେହଲଟ କହିଛନ୍ତି ଯେ, ମହିଳାଙ୍କ ମାଗଣା ଟ୍ରେନ ଯାତ୍ରା କରିବାର ସୁବିଧା ଦିଲ୍ଲୀ ସିଏମଙ୍କ ସବସିଡି ଯୋଜନା । ଏନେଇ କେନ୍ଦ୍ରର ଅନୁମତି ନେବା କୌଣସି ଆବଶ୍ୟକତା ନାହିଁ ।

ସେ ଆହୁରି କହିଛନ୍ତି ଯେ, କେଜରିଓ୍ବାଲ ସରକାର ଏହି ଦିଗରେ ଲଗାତାର ଚେଷ୍ଟା ଦାରି ରଖିଛନ୍ତି । ଖୁବ ଶୀଘ୍ର ଲୋକମାନେ ଏହାର ପରିଣାମ ଦେଖିପାରିବେ । ଚଳିତ ମାସରୁ ନୂଆ ବସ ଗୁଡିକୁ ଡିଟିସିରେ ସାମିଲ କରାଯିବ । ଆମେ ଷ୍ଟାଣ୍ଡାର୍ଡ ଫ୍ଲୋର ବସରୁ ଏହି ସେବା ଆରମ୍ଭ କରିବୁ । ଏହାପରେ ଲୋ-ଫ୍ଲୋର ଓ ଇଲେକ୍ଟ୍ରିକ ବସ ଗୁଡିକୁ ସାମିଲ କରାଯିବ । ଡିଟିସି ମଧ୍ୟ ଏକ ହଜାର ଲୋ-ଫ୍ଲୋର ବସ କିଣିବାକୁ ଯାଉଛି । ଏହାପରେ ଡିଟିସିରେ 3 ହଜାର ବସ ହୋଇଯିବ । ଏହାପରେ ଖୁବଶୀଘ୍ର ବିଧାନସଭାରେ ଏକ ହଜାର ବସଗୁଡିକୁ କ୍ୟାବିନେଟରେ ପ୍ରସ୍ତାବ ଆଗତ ହେବ ।

ଡିଟିସି ଓ କ୍ଲଷ୍ଟର ବସଗୁଡିକରେ ଖୁବ ବୃଦ୍ଧି ହୋଇଛି । ଆମର ପୁରା ବିଶ୍ବାସ ରହିଛିଯେ, ଆମେ ଯାତ୍ରୀମାନଙ୍କୁ ସୁବିଧା ଦେବାପାଇଁ ପ୍ରସ୍ତୁତ ଅଛୁ । ଯାତ୍ରାଙ୍କ ସଂଖ୍ୟାକୁ ନେଇ ଆଲୋଚନା କରିସାରିଛୁ । ତେବେ ଏହି ଯୋଜନା ଲାଗୁ ହେଲେ ମେଟ୍ରୋରେ ଭିଡ ରହିବନି । ଦିଲ୍ଲୀ ସରକାର ମହିଳାଙ୍କ ପାଁଇ ଏକ ଦମ ଠିକ୍ ଯୋଜନା କରିଥିବା କୈଳାଶ ଗେହଲଟ କହିଛନ୍ତି ।

Intro:Body:

scsc

Conclusion:
Last Updated : Jun 4, 2019, 4:34 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.