ନୂଆଦିଲ୍ଲୀ: କୋରୋନା ବିସ୍ତାରକୁ ରୋକିବା ପାଇଁ ଲକଡାଉନ ସମୟରେ ସରକାର ମଦ ବିକ୍ରିକୁ ଅନୁମତି ଦେଇଛନ୍ତି । ଯାହାକୁ ନେଇ ମଦ ଦୋକାନ ବାହାରେ ଲମ୍ବା ଧାଡି ଲାଗିବା ଆରମ୍ଭ ହୋଇଯାଇଛି । ଲକଡାଉନରେ ବହୁ ପରିମାଣରେ ବିକ୍ରି ହେଉଛି । ଅନେକ ରାଜ୍ୟ ମଧ୍ୟ ମଦ ଉପରେ ଯଥେଷ୍ଟ ଟିକସ ଲଗାଇଛନ୍ତି, ତଥାପି ମଦ ବିକ୍ରି ହ୍ରାସ ପାଉନାହିଁ ।
ତେବେ ଏହି ମଦ ବିକ୍ରିକୁ ନେଇ ଲୋକଙ୍କ ମଧ୍ୟରେ ବିଭିନ୍ନ ମତଭେଦ ଦେଖାଦେଇଛି । କିଛି ଲୋକ ମଦ ବିକ୍ରି ସପକ୍ଷରେ ଥିବାବେଳେ, ଆଉ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି । ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ କିଛି ଲୋକ କୋର୍ଟଙ୍କ ନିକଟକୁ ମଧ୍ୟ ଯାଇଛନ୍ତି। ଏବେ ଏଠାରେ ପ୍ରଶ୍ନ ହେଉଛି, ମଦ୍ୟପାନ ସମ୍ବନ୍ଧରେ ଭାରତୀୟ ସମ୍ବିଧାନରେ ବ୍ୟବସ୍ଥା କ’ଣ ରହିଛି?
ସୁପ୍ରିମକୋର୍ଟର ଆଡଭୋକେଟ ଉପେନ୍ଦ୍ର ମିଶ୍ର କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଧାରା 47ରେ ଉଲ୍ଲେଖ କରାଯାଇଛି ଯେ, ମଦ୍ୟ ପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ଆଡଭୋକେଟ ମିଶ୍ର କହିଛନ୍ତି ଯେ, ଧାରା 47ରେ ମଦକୁ ସିଧାସଳଖ ବିରୋଧ କରାଯାଇ ନାହିଁ, କିନ୍ତୁ ସରକାର ଏଥିପାଇଁ ଚେଷ୍ଟା କରିବାକୁ କହିଛନ୍ତି । ଏହି ଆର୍ଟିକିଲରେ ମଦ୍ୟପାନ ସମେତ ସମସ୍ତ ନିଶା ନିବାରଣକୁ ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ ବୋଲି ବର୍ଣ୍ଣନା କରାଯାଇଛି । ତେବେ ଏହାକୁ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ବାଧ୍ୟ କରାଯାଇପାରିବେ ନାହିଁ ।
ମିଶ୍ର ଆହୁରି କହିଛନ୍ତି ଯେ, ସରକାରଙ୍କ କାର୍ଯ୍ୟ କେବଳ ସରକାର ଚଳାଇବା ନୁହେଁ, ବରଂ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା। ଅନେକ ଅନୁସନ୍ଧାନରେ ଏହା ମଧ୍ୟ ଜଣାପଡିଛି ଯେ, ଅଳ୍ପ ପରିମାଣର ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ତଥାପି, ଅତ୍ୟଧିକ ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।