ETV Bharat / bharat

ରାଜାଙ୍କ ଦାନବ ସ୍ବଭାବ, ଖାଦ୍ୟ ସହ ପିଉଥିଲେ ବିଷ !

ମହମୁଦ ବେଗଡାଙ୍କ ନାମ ସହମୁଦ ଶାହ ପ୍ରଥମ ଥିଲା । ତାଙ୍କୁ ବେଗଡାର ଉପାଧି ସେବେ ମିଳିଥିଲା ଯେବେ ସେ ଗିରନାର, ଚମ୍ପାଗଡ ଏବଂ ଚମ୍ପାନେର ଭଳି ସ୍ଥାନ ଉପରେ ବିଜୟ ହାସଲ କରିଥିଲେ । ଅଧିକ ପଢନ୍ତୁ...

author img

By

Published : May 29, 2020, 6:01 PM IST

ରାଜାଙ୍କର ଦାନବ ସ୍ବଭାବ, ଖାଦ୍ୟ ସହ ପିଉଥିଲେ ବିଷ !

ଗାନ୍ଧୀନଗର: ସାରା ବିଶ୍ବରେ ଖାଇବାକୁ ଅଧିକ ଭଲ ପାଉଥିବା ବ୍ୟକ୍ତି ଅନେକ ଅଛନ୍ତି । ହେଲେ ଗୋଟିଏ ଦିନରେ 35 କିଲୋରୁ ଅଧିକ ଖାଦ୍ୟ ଗ୍ରହଣ କରିବା କୌଣସି ସହଜ କଥା ନୁହେଁ । ସାଧାରଣତଃ ଆମେ ସମସ୍ତେ ଜାଣିଛେ ପହିଲବାନମାନେ ଅଧିକ ଖାଦ୍ୟ ଖାଇଥାଆନ୍ତି । ହେଲେ ଗୋଟିଏ ଦିନରେ 35 କିଲୋ ଖାଦ୍ୟ ଖାଇବା ସେମାନଙ୍କ ପାଖେ ମଧ୍ୟ ସମ୍ଭବପର ନୁହେଁ ।

କିନ୍ତୁ ଆଜି ଆମେ ଆପଣଙ୍କୁ ସେମିତି ଜଣେ ରାଜାଙ୍କ ସମ୍ପର୍କରେ କହିବୁ ଯିଏ ଖୁବ୍ ସହଜରେ 35 କିଲୋର ଖାଦ୍ୟ ଖାଇବା ସହ ତାକୁ ହଜମ ମଧ୍ୟ କରିପାରୁଥିଲେ । ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ସେ ବିଷର ମଧ୍ୟ ସେବନ କରୁଥିଲେ । ଏହି ରାଜାଙ୍କ ନାମ ହେଉଛି ମହମୁଦ ବେଗଡା । ସେ ଗୁଜୁରାଟର ଷଷ୍ଠ ସୁଲତାନ ଥିଲେ । 13 ବର୍ଷ ବୟସରେ ସେ ରାଜଗାଦିରେ ବସିଥିଲେ । ଏହାସହ 52 ବର୍ଷ(1459-1511) ପର୍ଯ୍ୟନ୍ତ ସଫଳତା ପୂର୍ବକ ସେ ଗୁଜୁରାଟ ଉପରେ ରାଜ କରିଥିଲେ । ନିଜ ବଂଶର ସେଥିଲେ ସବୁଠାରୁ ଅଧିକ ପ୍ରତାପୀ ଶାସକ ।

ମହମୁଦ ବେଗଡାଙ୍କ ନାମ ସହମୁଦ ଶାହ ପ୍ରଥମ ଥିଲା । ତାଙ୍କୁ ବେଗଡାର ଉପାଧି ସେବେ ମିଳିଥିଲା ଯେବେ ସେ ଗିରନାର, ଚମ୍ପାଗଡ ଏବଂ ଚମ୍ପାନେର ଭଳି ସ୍ଥାନ ଉପରେ ବିଜୟ ହାସଲ କରିଥିଲେ । ମହମୁଦ ବେଗଡା ଜଣେ ଆର୍କଷଣୀୟ ବ୍ୟକ୍ତିତ୍ବ ଥିଲେ । ଯାହାଙ୍କର ଚର୍ଚ୍ଚା ଆଜି ମଧ୍ୟ କରାଯାଇଥାଏ । କୁହାଯାଏ ତାଙ୍କ ଦାଢି ତାଙ୍କ ଅଣ୍ଟା ପର୍ଯ୍ୟନ୍ତ ଲମ୍ବିଥିଲା । ଏହାସହ ତାଙ୍କ ନିଶର ଆକାର ଏତେ ବଡଥିଲା ଯେ, ସେ ତାକୁ ନିଜ କେଶ ସହ ବାନ୍ଧି ଦେଉଥିଲେ ।

ତେବେ ତାଙ୍କ ବିଷୟରେ ଅଧିକ ଚର୍ଚ୍ଚା ତାଙ୍କ ଖାଦ୍ୟକୁ ନେଇ ହୋଇଥାଏ । ସେ ଗୋଟିଏ ଦିନରେ 35 କିଲୋରୁ ଅଧିକ ମାତ୍ରାର ଖାଦ୍ୟ ଗ୍ରହଣ କରୁଥିଲେ । ସେ ପିଲାବେଳୁ ବିଷ ପାନ କରୁଥିବାବି ଶୁଣିବାକୁ ମିଳେ । ଏହାମଧ୍ୟ କୁହାଯାଏ ଯେ, ତାଙ୍କ ଶରୀରରେ ବିଷ ଥିବା କାରଣରୁ ଯେ କୌଣସି କୀଟ ତାଙ୍କ ଶରୀରରେ ବସିଥାଏ ସେ ତତକ୍ଷଣାତ ପ୍ରାଣ ତ୍ୟାଗ କରିଥାଏ । ତେଣୁ ବେଗଡାଙ୍କ ପିନ୍ଧୁଥିବା ବସ୍ତ୍ରକୁ ସଫା କରିବା ପରିବର୍ତ୍ତେ ପୋଡି ଦିଆଯାଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.