ETV Bharat / bharat

ଜାଣନ୍ତୁ ଭାରତୀୟ ସମ୍ବିଧାନ ବିଷୟରେ କିଛି ଅଜଣା କଥା... - ଭାରତର ସମ୍ବିଧାନ

ଭାରତର ସମ୍ବିଧାନ ବିଶ୍ବର ସବୁଠାରୁ ବଡ ସମ୍ବିଧାନ ଭାବେ ପରିଗଣିତ । ତେବେ ପ୍ରଥମଥର ପାଇଁ 2015 ମସିହାରୁ ସମ୍ବିଧାନ ଦିବସ ପାଳନ କରାଯାଉଛି । ସମ୍ପୂର୍ଣ୍ଣ ପଢନ୍ତୁ...

Know more about your Constitution
ଭାରତ ସମ୍ବିଧାନ ସମ୍ପର୍କରେ କିଛି ଅଜଣା କଥା
author img

By

Published : Nov 27, 2019, 1:03 PM IST

ହାଇଦ୍ରାବାଦ: ବିଶ୍ବର ସର୍ବବୃହତ ସମ୍ବିଧାନ ଅଟେ ଭାରତୀୟ ସମ୍ବିଧାନ । ଯାହାକୁ ପ୍ରସ୍ତୁତ କରିବା ପାଇଁ ଲାଗିଥିଲା 2 ବର୍ଷ 11 ମାସ 18 ଦିନ । ନଭେମ୍ବର 26, 1949 ମସିହାରେ ସମ୍ବିଧାନକୁ ପ୍ରସ୍ତୁତ କରି ରାଷ୍ଟ୍ରକୁ ସମର୍ପିତ କରିଥିଲେ ଡ.ବି.ଆର ଆମ୍ବେଦକର । ସମ୍ବିଧାନର ମହତ୍ତ୍ବ ସାରା ଦେଶକୁ ଜଣାଇବା 2015 ମସିହାରୁ ପ୍ରତିବର୍ଷ ନଭେମ୍ବର 26କୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ ।

ସମ୍ବିଧାନ ସମ୍ପର୍କରେ କିଛି ଜାଣିବା କଥା:

  • ଭାରତର ସମ୍ବିଧାନକୁ ବିଶ୍ବର ସବୁଠାରୁ ବଡ ସମ୍ବିଧାନ ବୋଲି ଜଣାଯାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ଡ.ବି.ଆର ଆମ୍ବେଦକରଙ୍କ ରହିଥିଲା ମୁଖ୍ୟ ଭୂମିକା । ସମ୍ବିଧାନରେ ସର୍ବମୋଟ 25ଟି ଅଧ୍ୟାୟରେ 448 ଧାରା ଓ 12ଟି ପରିଶିଷ୍ଟ ରହିଛି । ସେଥିପାଇଁ ଏହାକୁ ବିଶ୍ବର ସର୍ବବୃହତ ସମ୍ବିଧାନ ଭାବେ ଜଣାଯାଏ ।
  • ମୂଳ ସମ୍ବିଧାନକୁ ପ୍ରେମ ବିହାରୀ ନାରାୟଣ ରାୟଜାଦା ଇଟାଲିୟନ ଶୈଳୀରେ ଲେଖିଥିଲେ । ଏହାକୁ ଲେଖିବା ପାଇଁ ତାଙ୍କୁ ଲାଗିଥିଲା 6 ମାସ ସମୟ । ସେହିପରି ସମ୍ବିଧାନର ପୃଷ୍ଟାକୁ ଚିତ୍ରଣ କରିଛନ୍ତି ଶାନ୍ତିନିକେତନର ସଦସ୍ୟ ଓ ତାଙ୍କ ଟିମ୍ ।
  • ସ୍ବାଧିନ ଭାରତର ପ୍ରଥମ ସଂସଦ ଥିଲା ସମ୍ବିଧାନ ସଭା । ଏହାକୁ ଅଧ୍ୟକ୍ଷତା କରିଥିଲେ ଅସ୍ଥାୟୀ ଅଧ୍ୟକ୍ଷ ସଚ୍ଚିତାନନ୍ଦ ସିହ୍ନା ।
  • ସମ୍ବିଧାନକୁ ପ୍ରସ୍ତୁତ କରିବାକୁ ଲାଗିଥିଲା 2ବର୍ଷ 11 ମାସ 18 ଦିନ । ଏହାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ମଧ୍ୟ ଲାଗିରହିଥିଲା । ତେବେ ସମ୍ବିଧାନକୁ ଅନ୍ତିମ ରୂପ ଦେବା ପୂର୍ବରୁ 200ରୁ ଅଧିକ ଥର ସଂଶୋଧନ କରାଯାଇଥିଲା ।
  • ତେବେ ଭାରତୀୟ ସମ୍ବିଧାନକୁ ଉଭୟ ହିନ୍ଦୀ ଓ ଇଂରାଜୀରେ ଲେଖାଯାଇଛି । ଏହାକୁ ବର୍ତ୍ତମାନ ସଂସଦର ଲାଇବ୍ରେରୀରେ ରଖାଯାଇଛି ।
  • ସମ୍ବିଧାନ ସଭାର 284 ସଦସ୍ୟ 24 ଜାନୁଆରୀ 1950ରେ ଦସ୍ତାବିଜ୍ ଉପରେ ହସ୍ତାକ୍ଷର କରିଥିଲେ ଏହାର ଦୁଇଦିନ ପରେ ଅର୍ଥାତ୍ 26 ଜାନୁଆରୀ 1950 ମସିହାରେ ଏହାକୁ ଲାଗୁ କରାଯାଇଥିଲା ।
  • ଭାରତୀୟ ସମ୍ବିଧାନରେ ବିଭିନ୍ନ ଦେଶର ସମ୍ବିଧାନର ଭଲ ଅଂଶ ଆଣି ଭର୍ତ୍ତି କରାଯାଇଛି । ଜାତିର ଅଭିପ୍ସା,ଆକାଂକ୍ଷା ଓ ଲକ୍ଷ୍ୟ ଏଥିରେ ସନ୍ନିବେଶିତ ହୋଇଛି । 10ଟି ଦେଶର ସମ୍ବିଧାନର ସଫଳ ବିଶେଷତାକୁ ଭାରତୀୟ ସମ୍ବିଧାନରେ ସାମିଲ କରାଯାଇଛି । ସେଥିରେ ରହିଛି, ବ୍ରିଟେନ, ଆୟାରଲ୍ୟାଣ୍ଡ, ଆମେରିକା, ଜାପାନ, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର, ପୂର୍ବ ୟୁଏସଏସଆର, ଦକ୍ଷିଣ ଆଫ୍ରିକା, ଜର୍ମାନୀ, ଅଷ୍ଟ୍ରେଲିୟା ଓ କାନାଡା ।
  • ଭାରତର ସମ୍ବିଧାନ ସଭାରେ ଭାଗ ନ ନେବା ପାଇଁ ଗତ 1947 ମସିହା ଜୁନ୍ 11ରେ ହାଇଦ୍ରାବାଦର ନିଜାମ ଘୋଷଣା କରିଥିଲେ । ଏପରିକି ସେ କୌଣସି ପ୍ରତିନିଧିଙ୍କୁ ସମ୍ବିଧାନ ସଭାକୁ ପଠାଇ ନଥିଲେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.