ETV Bharat / bharat

ଆଜିଠୁ ଆରମ୍ଭ ହେଲା ପିତୃପକ୍ଷ, ଜାଣନ୍ତୁ ଏହାର ମହତ୍ତ୍ବ...

ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ଅର୍ଥାତ ଏହି ସମୟରେ ଶତାଧିକ ଶ୍ରଦ୍ଧାଳୁ ସେମାନଙ୍କ ପୂର୍ବପୁରୁଷଙ୍କୁ ପିଣ୍ଡଦାନ ଦେବା ପାଇଁ ଗୟାରେ ଭିଡ଼ ଜମାଇଥାନ୍ତି । ତେବେ କଣ ଏହି ପିତୃପକ୍ଷ, କିପରି ପାଳନ ହୋଇଥାଏ ଏହି ପକ୍ଷ ସେ ଉପରେ ଏହି ସ୍ବତନ୍ତ୍ର ରିପୋର୍ଟ...

ଡିଜାଇନ ଫଟୋ
author img

By

Published : Sep 13, 2019, 3:00 PM IST

ଗୟା: ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ ପିଣ୍ଡଦାନ କାର୍ଯ୍ୟକ୍ରମ । ଏହି ପିଣ୍ଡଦାନ କାର୍ଯ୍ୟକ୍ରମ ପାଖାପାଖି 17 ଦିନ ଧିର ଚାଲିବ । ଆଜି ଠାରୁ ପବିତ୍ର ପୂର୍ଣ୍ଣିମା ତିଥିରୁ ଗୟାର ଫାଲ୍ଗୁନୀ ନଦୀ କୂଳରେ ହିଁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ନିଜ ପୂର୍ବପୁରୁଷଙ୍କ ଆତ୍ମାର ସଦଗତି ଓ ଶାନ୍ତି କାମନା କରି ଶ୍ରଦ୍ଧାଳୁମାନେ ଏଠାରେ ପିଣ୍ଡଦାନ କରିଥାନ୍ତି । ତେବେ ପରମ୍ପରା ଓ ସଂସ୍କୃତି ଅନୁଯାୟୀ ପୂର୍ଣ୍ଣିମା ତିଥିରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଆଜି ଦିନରେ ହିଁ ପିଣ୍ଡଦାନ ଦିଆଯାଇଥାଏ ବୋଲି ପୂଜକମାନେ କହିଥାନ୍ତି ।

pitrupakhya
ଆରମ୍ଭ ହେଲା ପିତୃପକ୍ଷ

ତିଥି ଅନୁଯାୟୀ ଏହା ଭାଦ୍ରବ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଆଶ୍ବିନ ମାସର ଅମାବାସ୍ୟା ପର୍ଯ୍ୟନ୍ତ ଏହାକୁ ପାଳନ କରାଯାଇଥାଏ । ଏହି ସମୟକୁ ପିତୃପକ୍ଷ ମଧ୍ୟ ବିବେଚିତ କରାଯାଇଥାଏ ।

ପିତୃପକ୍ଷ ପିଣ୍ଡଦାନର ପୂଜା ବିଧି

  • ପିଣ୍ଡଦାନ ବା ଶ୍ରାଦ୍ଧରେ ତେଲ, ଚାଉଳ, ଯ' ଆଦିର ମହତ୍ତ୍ବ ଅଧିକ ରହିଥାଏ । ଫଳରେ ଏହି ସବୁ ସାମଗ୍ରୀକୁ ଅଗ୍ରାଧିକାର ଭାବେ ଶ୍ରାଦ୍ଧରେ ସାମିଲ କରାଯାଇଥାଏ ।
  • ଶ୍ରାଦ୍ଧ ପଡ଼ି ସାରିବା ପରେ ପୂର୍ବପୁରୁଷଙ୍କୁ ଭୋଗ ଦାନ ପରେ ବ୍ରାହ୍ମଣଙ୍କୁ ଖାଇବାକି ଦିଆଯାଇଥାଏ ।
  • ଏହା ପରେ ପିତୃପୁରୁଷଙ୍କୁ ତେଲ ଏବଂ ସେମାନଙ୍କ ପସନ୍ଦର ଜିନିଷକୁ ସେମାନଙ୍କୁ ଅର୍ପଣ କରାଯାଇଥାଏ । ଶ୍ରାଦ୍ଧ ସମୟରେ ବ୍ୟବହାର ସାମଗ୍ରୀକୁ ପିଣ୍ଡ ସ୍ବରୁପ ପିତୃପୁରୁଷଙ୍କୁ ଅର୍ପଣ କରାଯାଇଥାଏ ।
  • ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାର ଅଧିକାର କେବଳ ପୁଅ, ଭାଇ, ନାତିମାନଙ୍କର ହିଁ ଥାଏ ।
  • ତେବେ ଶ୍ରାଦ୍ଧର ସମସ୍ତ କାର୍ଯ୍ୟ ସରିବା ପରେ ହିଁ କାଉମାନଙ୍କୁ ଖାଦ୍ୟ ଦିଆଯାଇଥାଏ । କାରଣ କାଉ ମାନଙ୍କୁ ପିତୃପୁରୁଷଙ୍କ ରୁପ ଭାବେ ଗ୍ରହଣ କରାଯାଇଥାଏ ।
  • ଗଓ୍ବାଲ ପଣ୍ଡା ସମାଜର ଗଜାଧର ଲାଲ ପଣ୍ଡାଙ୍କ କହିବା ଅନୁଯାୟୀ, ପିଣ୍ଡଦେବା ସ୍ଥାନର କୌଣସି ନିର୍ଦ୍ଦିଷ୍ଟ ନଥାଏ । ଏହି ସମୟରେ ଶତାଧିକ ତୀର୍ଥଯାତ୍ରୀ ମାନେ ଏଠାକୁ ଶ୍ରାଦ୍ଧ ଦେବାକୁ ଆସିଥାନ୍ତି । ଫଳରେ ଯେକୌଣସି ଏକ ସ୍ଥାନରେ ପିତୃପୁରୁଷଙ୍କୁ ପିଣ୍ଡ ଦିଆଯାଇଥାଏ । ଏହି ପିଣ୍ଡଦାନ କାର୍ଯ୍ୟରେ ପୁରା ଦିନ ବିତିଯାଇଥାଏ ।

ଏହି ପିତୃପକ୍ଷ ପିଣ୍ଡଦାନ କାର୍ଯ୍ୟ ସମ୍ପର୍କରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଶ୍ବିନ ମାସ କୃଷ୍ଣପକ୍ଷରେ ଏହି ପିଣ୍ଡଦାନ କାର୍ଯ୍ୟ ହୋଇଥାଏ । ବିଶେଷ କରି ସ୍ଥାନୀୟ ବିଷ୍ଣୁନଗରୀ ଅଞ୍ଚଳରେ ଏହି ପିଣ୍ଡଦାନ ପାଇଁ ଏଠାରେ ବହୁଳ ପରିମାଣରେ ଭିଡ଼ ଜମିଥାଏ । କେବଳ ଦେଶ ମଧ୍ୟରୁ ନୁହେଁ, ଦେଶ ବାହାରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଏଠାରେ ପିଣ୍ଡଦାନ ପାଇଁ ଭିଡ଼ ଜମାଇଥାନ୍ତି ବୋଲି ସେ କହିଛନ୍ତି ।

pitrupakhya
ଆରମ୍ଭ ହେଲା ପିତୃପକ୍ଷ

ତେବେ ଏହାର ବିଧିବିଧାନ ମଧ୍ୟ କିଛି ଭିନ୍ନ ରହିଥାଏ । ଏଠାରେ ଶ୍ରଦ୍ଧାଳୁମାନେ ସେମାନଙ୍କର ପିଣ୍ଡଦାନ ପାଇଁ ଦିନେ, 3ଦିନ, 7 ଦିନ, 15 ଦିନ ଓ 17 ଦିନ ପର୍ଯ୍ୟନ୍ତ କର୍ମକାଣ୍ଡ କରିଥାନ୍ତି । ତେବେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ କର୍ମକାଣ୍ଡ କରିବା ପାଇଁ 3 ରୁ 4 ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥାନ୍ତି ।

ପିତୃପକ୍ଷର ଅର୍ଥ
ପରମ୍ପରା ଅନୁଯାୟୀ ପିତୃପକ୍ଷର ଅର୍ଥ ହେଉଛି ପୂର୍ବପୁରୁଷଙ୍କ ପକ୍ଷ ବା ପୂର୍ବପୁରୁଷଙ୍କ ପାଇଁ 15 ଦିନ । ତିଥି ଅନୁଯାୟୀ ଏହା ଭାଦ୍ରବ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଆଶ୍ବିନ ମାସର ଅମାବାସ୍ୟା ପର୍ଯ୍ୟନ୍ତ ଏହାକୁ ପାଳନ କରାଯାଇଥାଏ । ଏହି ସମୟକୁ ପିତୃପକ୍ଷ ମଧ୍ୟ ବିବେଚିତ କରାଯାଇଥାଏ ।

ଏହି ପନ୍ଦର ଦିନ ମଧ୍ୟରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ ଦେଲେ ସେମାନଙ୍କ ଆତ୍ମା ମୋକ୍ଷପ୍ରାପ୍ତି ହୋଇଥାଏ । ଏହା ସହିତ ଏହି ସମୟ ମଧ୍ୟରେ ପିଣ୍ଡ ଦାନ କଲେ ପିତୃପୁରୁଷଙ୍କ ଜନ୍ମ ପୃଥିବୀରେ ବାରମ୍ବାର ହେବାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି । ଫଳରେ ମୃତକମାନଙ୍କ ବନ୍ଧୁପରିଜନ ଏହି ସ୍ଥାନରେ ପହଞ୍ଚି ପିଣ୍ଡଦାନ ଦେଇଥାନ୍ତି । ଫଳରେ ଏହି ପିଣ୍ଡଦାନ ଦେବା ଦ୍ବାରା ମୃତକଙ୍କ ପ୍ରତି ଶ୍ରଦ୍ଧା, କୃତଜ୍ଞତା ତଥା ସେମାନଙ୍କ ଆତ୍ମା ଶାନ୍ତି ଲାଭ ପାଇଥାଏ ।

ଜ୍ୟୋତିଷମାନଙ୍କ କହିବା ଅନୁଯାୟୀ ଯେଉଁ ତିଥିରେ ମାତାପିତା ତଥା ଜେଜେ ବାପା, ଜେଜେ ମା'ଙ୍କ ମୃତ୍ୟୁ ହୋଇଥାଏ, ସେବେ ଠାରୁ ମାତ୍ର 16 ଦିନ ମଧ୍ୟରେ ସେମାନଙ୍କ ଶ୍ରାଦ୍ଧ ପକାଯାଇଥାଏ । ଏହା ସହିତ ପିତାମାତାଙ୍କ ଶ୍ରାଦ୍ଧ ପୁଅମାନେ ଦେଲେ, ସେମାମାନଙ୍କ ଆତ୍ମାକୁ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷମାନେ କହିଛନ୍ତି ।

pitrupakhya
ଆରମ୍ଭ ହେଲା ପିତୃପକ୍ଷ

ଗୟାରେ କାହିଁକି ପିଣ୍ଡଦାନ
ଗୟାକୁ ବିଷ୍ଣୁଙ୍କ ନଗର ଭାବେ ଅବିହିତ କରାଯାଇଥାଏ । ଏହା ସହିତ ଏହାକୁ ବିଷ୍ଣୁପଦ ନଗର ମଧ୍ୟ କୁହାଯାଇଥାଏ । ଫଳରେ ଏହାକୁ ମୋକ୍ଷର ଭୁମି ବା ମୋକ୍ଷର ଦ୍ବାର ମଧ୍ୟ କହିଥାନ୍ତି । ସେହିଭଳି ପୂର୍ଣ୍ଣ ଶ୍ରଦ୍ଧାର ସହ ଶ୍ରାଦ୍ଧ ଦେଲେ ପିତାମାତାଙ୍କ ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଷ୍ଣୁ ପୁରାଣରେ ଉଲ୍ଲେଖ ରହିଛି । ବିଶ୍ବାସ ରହିଛି ବିଷ୍ଣୁ ପିତୃ ଦେବତାଙ୍କ ରୂପରେ ଶ୍ରାଦ୍ଧ ସ୍ଥଳିରେ ଉପସ୍ଥିତ ରହିଥାନ୍ତି ।

ରାମ ଦେଇଥିଲେ ପିଣ୍ଡଦାନ
ଆହୁରି ମଧ୍ୟ ବିଶ୍ବାସ ରହିଛି ଯେ ଭଗବାନ ରାମ ମଧ୍ୟ ଏହିଠାରେ ପିଣ୍ଡଦାନ ଦେଇଥିଲେ । ତ୍ରେତୟା ଯୁଗରେ ଭଗବାନ ରାମ, ଲକ୍ଷ୍ମଣ ଓ ସୀତା ରାଜା ଦଶରଥଙ୍କ ପିଣ୍ଡଦାନ ମଧ୍ୟ ଏଠାରେ ଦେଇଥିବା ଲୋକକଥା ରହିଆସିଛି । ଏହି କାରଣରୁ ମଧ୍ୟ ଅନେକ ଏଠାକୁ ପୂର୍ବଜମାନଙ୍କ ପିଣ୍ଡଦାନ ପାଇଁ ଏଠାକୁ ଆସିଥାନ୍ତି ବୋଲି ଜଣାପଡ଼ିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.