ETV Bharat / bharat

ମୋଦି ଟିମରେ 21 ରାଜ୍ୟ, ୟୁପି-ମହାରାଷ୍ଟ୍ରରୁ ସର୍ବାଧିକ ମନ୍ତ୍ରୀ

ମୋଦି ଟିମରେ ମନ୍ତ୍ରୀପଦ ପାଇଛନ୍ତି 57 ସାଂସଦ । ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରକୁ ମିଳିଛି ଅଧିକ ମନ୍ତ୍ରୀପଦ ।

author img

By

Published : May 31, 2019, 10:19 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ନିଜ ନୂଆ ମନ୍ତ୍ରୀମଣ୍ଡଳ ସହ ରାଷ୍ଟ୍ରପତି ଭବନରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରିଛନ୍ତି । ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ 57 ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ଯେଉଁଥିରେ 24 କ୍ୟାବିନେଟ୍‌ ମନ୍ତ୍ରୀ, 24 ରାଷ୍ଟ୍ରମନ୍ତ୍ରୀ ଏବଂ 9 ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । ତେବେ ଶପଥପାଠ କରିଥିବା 20 ମନ୍ତ୍ରୀ ମୋଦି ସରକାରରେ ପ୍ରଥମ ଥର ପାଇଁ ମନ୍ତ୍ରୀ ପଦ ପାଇଛନ୍ତି । ତେବେ ଆସନ୍ତୁ ଜାଣିବା ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କେଉଁ ରାଜ୍ୟରୁ କେତୋଟି ସାଂସଦଙ୍କୁ ମନ୍ତ୍ରୀପଦ ଦିଆଯାଇଛି ।

ଉତ୍ତର ପ୍ରଦେଶ- ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ମୋଦିଙ୍କ ସମେତ ଉତ୍ତର ପ୍ରଦେଶର 9 ଜଣ ମନ୍ତ୍ରୀ ସାମିଲ ଅଛନ୍ତି । ସେମାନଙ୍କ ମଧ୍ଯରେ ଅଛନ୍ତି ରାଜନାଥ ସିଂହ, ସ୍ମୃତି ଇରାନୀ, ମହେନ୍ଦ୍ର ନାଥ ପାଣ୍ଡେ, ଜେନେରାଲ ବିକେ ସିଂହ, ସାଧ୍ବୀ ନିରଞ୍ଜନ ଜ୍ୟୋତି, ସଞ୍ଜୀବ ବାଲିୟାନ, ସନ୍ତୋଷ ଗଙ୍ଗୱାର ଏବଂ ହରଦୀପ ସିଂହ ପୁରୀ ।

ମହାରାଷ୍ଟ୍ର- ସେହିପରି ମହାରାଷ୍ଟ୍ରରୁ 8 ଜଣ ମନ୍ତ୍ରୀ ମୋଦି ଟିମ୍‌ରେ ରହିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ନିତିନ ଗଡକରୀ, ପ୍ରକାଶ ଜାଭେଦକର, ଅରବିନ୍ଦ ସାବନ୍ତ, ପୀୟୁଷ ଗୋଏଲ, ରାୱସାହେବ ଦାନବେ, ବି ମୁରଲୀଧରନ, ସଞ୍ଜୟ ଧୋତ୍ରେ ଏବଂ ରାମଦାସ ଆଠବଲେ ।

ବିହାର- ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ବିହାରର 6 ମନ୍ତ୍ରୀ ସ୍ଥାନ ପାଇଛନ୍ତି । ସେମାନେ ହେଲେ ରାମବିଳାସ ପାସୱାନ, ରବିଶଙ୍କର ପ୍ରସାଦ, ଗିରିରାଜ ସିଂହ, ଆରକେ ସିଂହ, ଅଶ୍ବିନୀ ଚୌବେ ଏବଂ ନିତ୍ୟାନନ୍ଦ ରାୟ ।

ମଧ୍ୟ ପ୍ରଦେଶ- ନରେନ୍ଦ୍ର ସିଂହ ତୋମର, ଧାବରଚନ୍ଦ ଗେହଲଟ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ପଟେଲ ଏବଂ ଫଗ୍ଗନ ସିଂହ କୁଲସ୍ତେ ମୋଦିଙ୍କ ଟିମ୍‌ରେ ସାମିଲ ଅଛନ୍ତି ।

କର୍ଣ୍ଣାଟକ- କର୍ଣ୍ଣାଟକରୁ 4 ମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ଅଛନ୍ତି । ସେମାନେ ହେଲେ ସଦାନନ୍ଦ ଗୌଡ, ନିର୍ମଳା ସିତାରମଣ, ପ୍ରହ୍ଲାଦ ଜୋଶୀ ଏବଂ ସୁରେଶ ଅଙ୍ଗାଡେ ।

ସେହିପରି ରାଜସ୍ଥାନରୁ ଅର୍ଜୁନ ମେଘବାଲ, କୌଳାଶ ଚୌଧୁରୀ ଏବଂ ଗଜେନ୍ଦ୍ର ଶେଖାୱତ , ଗୁଜୁରାଟରୁ ପୁରୁଷତ୍ତୋମ ରୁପାଲା, ମନସୁଖ ମଣ୍ଡାୱିୟା ଏବଂ ଅମିତ୍‌ ଶାହା ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି । ହରିୟାଣାର ରାୱ ଇନ୍ଦ୍ରଜିତ ସିଂହ, ରତନ ଲାଲ କଟାରିଆ ଏବଂ କୃଷ୍ଣାପାଲ ଗୁର୍ଜର, ଅରୁଣାଚଳ ପ୍ରଦେଶର କିରେନ ରିଜିଜୁ, ପଞ୍ଜାବର ହରସିମରତ କୌର ବାଦଲ, ସୌମ ପ୍ରକାଶ, ପଶ୍ଚିମବଙ୍ଗର ବାବୁଲ ସୁପ୍ରିୟୋ ଏବଂ ଦେବଶ୍ରୀ ଚୌଧୁରୀ, ଝାଡଖଣ୍ଡର ଅର୍ଜୁନ ମୁଣ୍ଡା, ମୁଖ୍‌ତାର ଆବ୍ବାସ ନକବୀ, ଆସାମର ରାମେଶ୍ବର ତେଲି, ଦିଲ୍ଲୀର ଡ. ହର୍ଶବର୍ଦ୍ଧନ, ଜମ୍ମୁ କାଶ୍ମୀରର ଡ. ଜୀତେନ୍ଦ୍ର ସିଂହ, ଓଡିଶାର ପ୍ରତାପ ଚନ୍ଦ୍ର ସଡଙ୍ଗୀ, ତେଲେଙ୍ଗାନାର ଜି.କିଶାନ ରେଡ୍ଡୀ, ଛତିଶଗଡର ରେଣୁକା ସିଂହ ସରୁତା, ଗୋଆର ଶ୍ରୀପଦ ଯୋଶ ନାଇକ, ହିମାଚଳ ପ୍ରଦେଶର ଅନୁରାଗ ଠାକୁର ଏବଂ ଉତ୍ତରାଖଣ୍ଡର ରମେଶ ପୋଖରିଆଲ ନିଶଙ୍କ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି ।

Intro:Body:

sdfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.