ଡେରାଡୁନ: କାର୍ତ୍ତିକ ମାସରେ ଯମୁନା ନଦୀର ନିର୍ମଳ ପବିତ୍ର ଧାରାରେ ଆସ୍ଥା ଓ ବିଶ୍ବାସର ବୁଡ ପକାଇବାର ଏକ ବିଶେଷ ମହତ୍ତ୍ବ ରହିଛି । କାରଣ ହିନ୍ଦୁ ଧର୍ମରେ ଗଙ୍ଗାଙ୍କୁ ଜ୍ଞାନର ଦେବୀ ଓ ଯମୁନା ଭକ୍ତିର ସାଗର ବୋଲି କୁହାଯାଇଥାଏ । ବିଶ୍ବାସ ରହିଛିଯେ, ଯମରାଜ ଯମୁନାଙ୍କୁ ଏହି ବରଦାନ ଦେଇଥିଲେଯେ, ଯଦି ଯମୁନା ନଦୀରେ କେହି ଶ୍ରଦ୍ଧା ଓ ଆସ୍ଥାର ବୁଡ ପକାଇଥାଏ ତାକୁ ଯମପୁର ଯିବାକୁ ପଡିନଥାଏ ।
ଯମୁନା ନଦୀ ଭାରତର ପବିତ୍ର ନଦୀ ମଧ୍ୟରୁ ଗୋଟିଏ । ଏହି ନଦୀର ଉତ୍ପତି ସ୍ଥଳ ଯମୁନେତ୍ରୀ ଅଟେ । ଯମୁନା ସୂର୍ଯ୍ୟ ଓ ଛାୟାଙ୍କର କନ୍ୟା ଓ ଯମଙ୍କର ଭଉଣୀ ଅଟନ୍ତି । ତେଣୁ ଯମୁନାଙ୍କୁ ବରଦାନ ମିଳିଛି ଯେ, କୌଣସି ବ୍ୟକ୍ତି ଏଠାରେ ଆସ୍ଥାର ବୁଡ ପକାଏ ତାକୁ ମୃତ୍ୟୁର ଭୟ ରୁହେନାହିଁ । ଆଉ ଅକାଳ ମୃତ୍ୟୁର ସଙ୍କଟ ଦୂରେଇଯାଇଥାଏ ।