ETV Bharat / bharat

ଶାଢୀରେ ଜିମ୍ନାଷ୍ଟିକ: ଚର୍ଚ୍ଚାରେ ପାରୁଲ, ସାଉଁଟୁଛନ୍ତି ପ୍ରଶଂସା - ଜିମ୍ନାଷ୍ଟିକ ଯୁବତୀ ପାରୁଲ ଅରୋଡା

ସାଧାରଣତଃ ମହିଳାମାନେ ଶାଢୀ ପିନ୍ଧି ଘରର ଚାରି କାନ୍ଥ ମଧ୍ୟରେ ଆବଦ୍ଧ ହୋଇଥାନ୍ତି । କେହି କେହି ତ ଶାଢୀ ପିନ୍ଧି ଠିକ୍ ଭାବେ ଚାଲି ପାରନ୍ତି ନାହିଁ। ଦୌଡିବା ତ ଦୂରରେ ଥାଉ। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ହରିୟାଣାର ଅମ୍ବାଲାସ୍ଥିତ ପାରୁଲ ଅରୋଡା। ଭଳିକି ଭଳି ସିଲ୍କ ଶାଢୀରେ ଜିମ୍ନାଷ୍ଟିକ କରି ସେ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି । ଅଧିକ ପଢନ୍ତୁ...

ଶାଢୀରେ ଜିମ୍ନାଷ୍ଟିକ: ଚର୍ଚ୍ଚାରେ ପାରୁଲ, ସାଉଁଟୁଛନ୍ତି ପ୍ରଶଂସା

author img

By

Published : Jan 11, 2021, 8:07 PM IST

ଚଣ୍ଡିଗଡ: ସୋସିଆଲ ମିଡିଆରେ ଆଜିକାଲି ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ଯୁବତୀ ଶାଢୀ ପିନ୍ଧି ଜିମ୍ନାଷ୍ଟିକ କରୁଥିବା ନଜର ଆସୁଛନ୍ତି । ଦେଖିଲେ ଏମିତି ଲାଗୁଛି ଯେମିତି ଏହି ଖେଳ ଯୁବତୀଙ୍କ ବାମ ହାତର ଖେଳ। ଆଖି ପିଛୁଳାକେ ସେ ଏହି ଚତ୍ମକାର କରିପାରୁଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ରାତାରାତି ଯୁବତୀ ଜଣଙ୍କ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି । ପ୍ରଶଂସାରେ ପୋତି ହୋଇଯାଇଛନ୍ତି । ଏହି ଭିଡିଓକୁ ବହୁ ବଡ ବଡ ଚଳଚ୍ଚିତ୍ର ତାରକା ମଧ୍ୟ ନିଜ ନିଜ ଆକାଉଣ୍ଟରେ ସେୟାର କରିସାରିଲେଣି ।

ସାଧାରଣତଃ ମହିଳାମାନେ ଶାଢୀ ପିନ୍ଧି ଘରର ଚାରି କାନ୍ଥ ମଧ୍ୟରେ ଆବଦ୍ଧ ହୋଇଥାନ୍ତି । କେହି କେହି ତ ଶାଢୀ ପିନ୍ଧି ଠିକ୍ ଭାବେ ଚାଲି ପାରନ୍ତି ନାହିଁ। ଦୌଡିବା ତ ଦୂରରେ ଥାଉ। ଶାଢୀ କିଛି ମହିଳାଙ୍କୁ ବେଶ ପସନ୍ଦ ଥିବାବେଳେ ଆଉ କିଛି ଜଣଙ୍କୁ ବଡ ଅଡୁଆ ଲାଗିଥାଏ। କିନ୍ତୁ ସେଥିରେ ଜିମ୍ନାଷ୍ଟିକ କରିବା ବଡ ଆଶ୍ଚର୍ଯ୍ୟକର ବିଷୟ । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ହରିୟାଣାର ଅମ୍ବାଲାସ୍ଥିତ ପାରୁଲ ଅରୋଡା। ଭଳିକି ଭଳି ସିଲ୍କ ଶାଢୀରେ ଜିମ୍ନାଷ୍ଟିକ କରି ସେ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ।

ଶାଢୀରେ ଜିମ୍ନାଷ୍ଟିକ: ଚର୍ଚ୍ଚାରେ ପାରୁଲ, ସାଉଁଟୁଛନ୍ତି ପ୍ରଶଂସା

ଘରୋଇ ମହିଳାଙ୍କୁ ପ୍ରେରଣା ଦେବା ମୁଖ୍ୟ ଉଦ୍ଦେଶ୍ୟ:

ଅମ୍ବାଲାର ଝିଅ ପାରୁଲ ଅରୋଡା କୁହନ୍ତି ଯେ, "ମହିଳାମାନେ ଶାଢୀ ପିନ୍ଧି ଘର ମଧ୍ୟରେ ଆବଦ୍ଧ ହୋଇ ରହିଯାଇଥାନ୍ତି । ରୋଷେଇବାସ ଓ ଛୁଆ ଜଞ୍ଜାଳରେ ହିଁ ସେମାନଙ୍କ ସବୁ ସମୟ କଟିଯାଇଥାଏ। କେବଳ ସେହି ମହିଳାମାନଙ୍କୁ ପ୍ରେରଣା ଦେବା ପାଇଁ ମୁଁ ଏହି ଶାଢୀ ପିନ୍ଧି ଷ୍ଟଣ୍ଟ କରିବାକୁ ଭାବିଲି । ଯାହାକୁ ଦେଖି ମହିଳାମାନେ ଉତ୍ସାହିତ ହେବା ସହ ନିଜକୁ କୌଣସି ଗୁଣରେ ଯେପରି କମ୍ ବୋଲି ଭାବିବେ ନାହିଁ ।" ଆଜି ଏହି ଭିଡିଓ ପୁରା ଦେଶ ଏବଂ ବିଶ୍ବର ବହୁ ପ୍ରଶଂସନୀୟ ହୋଇପାରିଛି ।

କିଏ ଏହି ପାରୁଲ ଅରୋଡା:

ପାରୁଲଙ୍କ ଭିଡିଓ ଭାଇରାଲ ହେବା ପରେ 'ଇଟିଭି ଭାରତ'ର ଏକ ଟିମ୍ ଇଣ୍ଟରନେଟରେ ଚର୍ଚ୍ଚାରେ ରହୁଥିବା ଜିମନାଷ୍ଟକୁ ଖୋଜିଥିଲେ। ପରେ ଜଣାପଡିଲା ସେ ଅମ୍ବାଲାର ଲାଡଲି ପାରୁଲ ଅରୋଡା । ଯିଏକି ଅନ୍ତର୍ଜାତୀୟ ସ୍ତରର ଜଣେ ଜିମ୍ନାଷ୍ଟିକ ଖେଳାଳୀ। ପାରୁଲ ବହୁ ବଡ ବଡ ଚାମ୍ପିୟନସିପରେ ଅଂଶଗ୍ରହଣ କରି ସୁନାମ ଅର୍ଜନ କରିଛନ୍ତି । ମେଡାଲ ଜିତି ନାଁ କେବଳ ଅମ୍ବାଲାର ନାଁ ରଖିଛନ୍ତି ବରଂ ପୁରା ଭାରତବର୍ଷକୁ ଗର୍ବାନ୍ବିତ କରିଛନ୍ତି । କିନ୍ତୁ କୌଣସି ଅସୁବିଧାବଶତଃ ସେ ଜିମ୍ନାଷ୍ଟିକ ଛାଡି ସାରିଛନ୍ତି। ଏବେ ସେ କେବଳ ଜିମ୍ନାଷ୍ଟିକର ଭିଡିଓ ପ୍ରସ୍ତୁତ କରି ମହିଳାଙ୍କୁ ପ୍ରେରଣା ପ୍ରଦାନ କରୁଛନ୍ତି । ପାରୁଲଙ୍କ ବାପା ଜଣେ ଚା' ଦୋକାନୀ ଥିଲେ। ଦୁଇଥର ହାର୍ଟ ଆଟାକ୍ ଆସିବା ଯୋଗୁଁ ତାଙ୍କ ବାପା ଦୋକାନ ବନ୍ଦ କରି ଏବେ ଘରେ ବସିଛନ୍ତି । ଏହି ବିଷମ ପରିସ୍ଥିତିରେ ପରିବାର ଲୋକମାନେ ତାଙ୍କୁ ସାହାସ ଦେବା ସହ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଛନ୍ତି ।

ପାରୁଲକୁ ନେଇ ପୁରା ପରିବାର ଗର୍ବିତ:

ପାରୁଲଙ୍କ ବଡ ଭଉଣୀ ଖୁସବୁ ଜିମ୍ନାଷ୍ଟିକର କୋଚ୍। କିନ୍ତୁ ସେ କେବେ ଭାବି ନ ଥିଲେ ଯେ, ଶାଢୀ ପିନ୍ଧି ଜିମ୍ନାଷ୍ଟିକ କରାଯାଇପାରିବ । ଜିମ୍ନାଷ୍ଟିକ ପାଇଁ ଭିନ୍ନ ପ୍ରକାରର ପୋଷାକ ରହିଥାଏ । ଆଉ ଏଥି ମଧ୍ୟରେ ଯେତେବେଳେ ଭଉଣୀ ପାରୁଲ ଶାଢୀ ପିନ୍ଧି ବିପଦପୂର୍ଣ୍ଣ ଜିମ୍ନାଷ୍ଟିକ କରିଥିଲା, ଏହା ଦେଖି ସେ ନିଜେ ଆଶ୍ଚର୍ଯ୍ୟ ହେବା ସହ ପୁରା ପରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲା । ତେଣୁ ପୁରା ପରିବାର ନିଜ ଝିଅର ଏହି ଅଦ୍ଭୁତ କାରନାମା ଦେଖି ଭାବବିହ୍ବଳ ହେବା ସହ ଗର୍ବରେ ଛାତି କୁଣ୍ଢେମୋଟ ହୋଇଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.