ETV Bharat / bharat

ଧାନବାଦରୁ ନିର୍ବାଚନ ଲଢିବେ କୀର୍ତ୍ତି ଆଜାଦ - Congress

ପୂର୍ବତନ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦଙ୍କ ନାଁ ରହିଛି । ସେ ବିଗତ ଦିନରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ଦଳ ତାଙ୍କୁ ଝାଡଖଣ୍ଡର ଧାନବାଦରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି ।

ଫାଇଲ ଫଟୋ
author img

By

Published : Apr 8, 2019, 11:28 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ମଧ୍ୟରେ ଚାଲିଛି ପ୍ରାର୍ଥୀ ତାଲିକା ଘୋଷଣା କରିବା ପର୍ବ । ଏହି କ୍ରମରେ କଂଗ୍ରେସ ଆଜି(ସୋମବାର) ଜାରି କରିଛି ଆଉ ଏକ ପ୍ରାର୍ଥୀ ତାଲିକା । ଯେଉଁଥିରେ ରହିଛି ଝାଡଖଣ୍ଡର ୨ ପ୍ରାର୍ଥୀଙ୍କ ନାଁ ।

ଏଥିମଧ୍ୟରୁ ବହୁ ଚର୍ଚ୍ଚିତ ପୂର୍ବତନ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦଙ୍କ ନାଁ ରହିଛି । ସେ ବିଗତ ଦିନରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ଦଳ ତାଙ୍କୁ ଝାଡଖଣ୍ଡର ଧାନବାଦରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି ।

ବର୍ତ୍ତମାନ କୀର୍ତ୍ତି ଆଜାଦ ବିହାରର ଦରଭଙ୍ଗାରୁ ସାଂସଦ ଅଛନ୍ତି । ସେ ଦରଭଙ୍ଗାରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ କିନ୍ତୁ ଆରଜେଡି ହାତକୁ ଏହି ଆସନ ଯିବାରୁ କଂଗ୍ରେସ କୀର୍ତ୍ତିଙ୍କୁ ଧାନବାଦ ଆସନରୁ ଟିକେଟ ଦେଇଛି । ସେହିପରି ଖୁଣ୍ଟି(ସଂରକ୍ଷିତ) ଆସନ କାଳିଚରଣ ମୁଣ୍ଡାଙ୍କୁ ଦଳ ଟିକେଟ ଦେଇଛି ।

Intro:Body:

ପୁରୀରୁ ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, 3 ମୃତ

ବାଲେଶ୍ୱର:  ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷଯାତ୍ରା। କାଳିଆ ଦର୍ଶନ ସାରି ଫେରୁଥିବାବେଳେ ଡମ୍ଫରକୁ ପଛପଟୁ ପିଟିଥିଲା କାର । ଏହି ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3ଜଣ ଗୁରୁତର ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଳା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର କୁଣ୍ଡପୁରଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୲ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଡମ୍ପରକୁ ପଛପଟୁ କାର ପିଟିଥିଲା ।

ସୂଚନା ଅନୁସାରେ, ଜଳେଶ୍ବର ବ୍ଲକ ଚୁରମାରା ଓ ପାକଶିଦା ଅଞ୍ଚଳରୁ 7ଜଣ ଏକ କାରରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ। ଶନିବାର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏମିତି ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କ ମଧ୍ୟରେ 2ଜଣ ଶିଶୁଥିବା ଜଣାପଡ଼ିଛି। ମୃତକମାନେ ହେଲେ ସୁଭିରଞ୍ଜନ ପରିଡ଼ା, କଳ୍ପନା ରଣା, ତୋଫାନ ରଣା, ରବି ରଣା ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବିଳମ୍ବିତ ରାତିରେ କାର ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏମିତି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରୁ କାରରେ ଥିବା ଲୋକଙ୍କୁ ସ୍ଥାନୀୟ ଲୋକ ମେଡିକାଲ ନେଇଥିଲେ। ସେଠାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

ବାଲେଶ୍ୱରଉ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.