ETV Bharat / bharat

କୋରୋନା ଡର: ସୁସ୍ଥ ରୋଗୀଙ୍କୁ ଘରକୁ ନେଲେନି ପରିବାର - ମହାମାରୀ କୋରୋନା

କୋରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ଘରକୁ ନେବାକୁ ମନା କଲେ ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦସ୍ଥିତ ଗାନ୍ଧୀ ହସ୍ପିଟାଲରେ । ଅଧିକ ପଢନ୍ତୁ...

କୋରୋନା ସୁସ୍ଥ ରୋଗୀଙ୍କୁ ଘରକୁ ନେବାକୁ ମନାକଲେ ପରିବାର

author img

By

Published : Jun 25, 2020, 5:19 PM IST

ହାଇଦ୍ରାବାଦ: କୋରୋନା କାଳରେ ଚିନ୍ତାଜନକ ଖବର । ସୁସ୍ଥ କୋରୋନା ରୋଗୀଙ୍କୁ ଘରକୁ ନେବାକୁ ମନା କଲେ ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦରେ ।

ସୂଚନାମୁତାବକ, କୋରୋନା ପଜିଟିଭ ଚିହ୍ନଟ ହୋଇଥିବା 50ରୁ ଅଧିକ ଆକ୍ରାନ୍ତଙ୍କୁ ଘରକୁ ନେବାକୁ ମନା କରିଛନ୍ତି ପରିବାର ଲୋକେ । ଏଥିରେ ଉଭୟ ପୁରୁଷ ଏବଂ ମହିଳା ସଂକ୍ରମିତ ରହିଛନ୍ତି । ସମସ୍ତ ଆକ୍ରାନ୍ତ ପଜିଟିଭ ଚିହ୍ନଟ ହେବା ପରେ ହାଇଦ୍ରାବାଦସ୍ଥିତ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହା ପରେ ସେମାନେ ଗତ 10-15 ଦିନ ହେଲା ଚିକିତ୍ସିତ ହେଉଥିଲେ । ଏବେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସେମାନଙ୍କ ପାଖରେ କୌଣସି ଲକ୍ଷଣ ନାହିଁ । ଗୁରୁବାର ସେମାନଙ୍କୁ ହୋମକ୍ବାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଥିବା ବେଳେ ସେମାନଙ୍କ ପରିବାର ଏବେ ସେମାନଙ୍କୁ ନେବାକୁ ମନା କରୁଛନ୍ତି ବୋଲି ଗାନ୍ଧୀ ହସ୍ପିଟାଲର ନୋଡାଲ ଅଧିକାରୀ ଡକ୍ଟର ପ୍ରଭାକର ରାଓ କହିଛନ୍ତି ।

ଏହି 50 ରୋଗୀଙ୍କ ମଧ୍ୟରୁ ଅନେକ ଘଣ୍ଟା ଘଣ୍ଟା ଧରି ଡାକ୍ତରଖାନା ବାହାରେ ଅପେକ୍ଷା କରିଥିଲେ ମଧ୍ୟ ସେମାନଙ୍କୁ ନେବାକୁ କେହି ଆସି ନଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ବୟସ୍କ ବ୍ୟକ୍ତି ଥିବା ବେଳେ ସେମାନଙ୍କୁ ବରିଷ୍ଠ ଓ୍ବାର୍ଡରେ ରଖାଯାଇଛି ଏବଂ ଅନ୍ୟମାନଙ୍କୁ ନେଚର କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କୋଭିଡ-19 ରୋଗର ଚିକିତ୍ସା ପାଇଁ ଗାନ୍ଧୀ ହସ୍ପିଟାଲ ତେଲେଙ୍ଗାନାର ଏକ ନିର୍ଦ୍ଦିଷ୍ଟ ନୋଡାଲ କେନ୍ଦ୍ର ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.