ETV Bharat / bharat

କାମ ଛାଡି କ୍ୟାଣ୍ଡିକ୍ରସ ଖେଳୁଛନ୍ତି କିମ୍ସ ମେଡିକାଲ କର୍ମଚାରୀ - କିମ୍ସ ମେଡିକାଲ କର୍ମଚାରୀ

କର୍ଣ୍ଣାଟକ କିମ୍ସ ହସ୍ପିଟାଲରେ କିମ୍ସ ମେଡିକାଲ କର୍ମଚାରୀ ରୋଗୀଙ୍କ ସେବା ଛାଡି ରେଜିଷ୍ଟ୍ରେସନ ଅଫିସରେ କ୍ୟାଣ୍ଡିକ୍ରସ ଖେଳୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

doctor
ରୋଗୀଙ୍କ ସେବା ଛାଡି କ୍ୟାଣ୍ଡିକ୍ରସ ଖେଳୁଛନ୍ତି କିମ୍ସ ମେଡିକାଲ କର୍ମଚାରୀ
author img

By

Published : Jun 26, 2020, 5:06 PM IST

ବେଙ୍ଗାଲୁରୁ: ମେଡିକାଲରେ କ୍ୟାଣ୍ଡିକ୍ରସ ଖେଳିଛନ୍ତି କିମ୍ସ ମେଡିକାଲ କର୍ମଚାରୀ । କର୍ଣ୍ଣାଟକ କିମ୍ସ ହସ୍ପିଟାଲରେ କିଛି ମେଡିକାଲ କର୍ମଚାରୀ ରୋଗୀଙ୍କ ସେବା ଛାଡି ରେଜିଷ୍ଟ୍ରେସନ ଅଫିସରେ କ୍ୟାଣ୍ଡିକ୍ରସ ଖେଳୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ରୋଗୀଙ୍କ ସେବା ଛାଡି କ୍ୟାଣ୍ଡିକ୍ରସ ଖେଳୁଛନ୍ତି କିମ୍ସ ମେଡିକାଲ କର୍ମଚାରୀ

ସୂଚନା ଅନୁଯାୟୀ, କିଛି ଦିନ ହେବ କର୍ଣ୍ଣାଟକ କିମ୍ସ ମେଡିକାଲରେ କର୍ମଚାରୀ ଆସୁଥିବା ରୋଗୀଙ୍କୁ ଅବହେଳା କରୁଛନ୍ତି । ଫଳରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ରେଜିଷ୍ଟ୍ରେସନ ଅଫିସରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି ।

ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଦେଖି ମଧ୍ୟ ଜଣେ କର୍ମଚାରୀ କମ୍ପ୍ୟୁଟର ସମ୍ମୁଖରେ ବସି କ୍ୟାଣ୍ଡିକ୍ରସ୍ ଖେଳୁଥିବା ନଜର ଆସିଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ବେଳେ ରୋଗୀଙ୍କର ଜଣେ ସମ୍ପର୍କୀୟ ଏହି ଘଟଣାର ଭିଡିଓ ରେକର୍ଡିଂ କରିଥିଲେ । ତେବେ ରୋଗୀଙ୍କ ସେବା ପରିବର୍ତ୍ତେ ଡାକ୍ତରଙ୍କ ଏଭଳି ଅବହେଳାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.