ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସ୍ଥିତ କିଙ୍ଗ ଜାର୍ଜ ମେଡିକାଲ ୟୁନିଭର୍ସିଟିର ଟ୍ରମା ସେଣ୍ଟରର କର୍ମଚାରୀଙ୍କ ଉପରେ କୋରୋନା ସଙ୍କଟ । ଏହି ସମସ୍ତ କର୍ମଚାରୀ ଏଠାରେ ଥିବା ଜଣେ ମଧୁମେହ ରୋଗୀଙ୍କ ଚିକିତ୍ସା କରୁଥିଲେ । ଏହି ରୋଗୀଙ୍କର ନିଶ୍ବାସ ନେବାରେ ଅସୁବିଧା ହେବାରୁ କୋରୋନା ପରୀକ୍ଷଣ ହୋଇଥିଲା । ତେବେ ସୋମବାର ସକାଳେ ରିପୋର୍ଟରେ କୋରୋନା ପଜିଟିଭ ବାହାରିଲା । ଏହାପରେ ସମସ୍ତ କର୍ମଚାରୀ ସ୍ତବ୍ଧ ହୋଇ ରହିଗଲେ ।
ଏକଥା ଜାଣିବା ପରେ 65 ଜଣ ମେଡିକାଲ କର୍ମଚାରୀଙ୍କୁ ଏବେ କ୍ବାରେଣ୍ଟାଇନରେ ରଖାଯାଇଛି । ସୂଚନା ଅନୁସାରେ ଏହି ରୋଗୀଙ୍କୁ କୌଣସି ଏକ ବଡ଼ ଡାକ୍ତର ଉକ୍ତ ମେଡିକାଲର ଠିକଣା ଦେବାକୁ ସେ ଭର୍ତ୍ତି ହୋଇଥିଲେ । ରବିବାର କୋରୋନା ଟେଷ୍ଟ ପାଇଁ ନମୂନା ପଠାଯିବା ପରେ ରିପୋର୍ଟରେ ପଜିଟିଭ ଆସିଲା । ଉକ୍ତ ରୋଗୀ ସମେତ ସମସ୍ତ ମେଡିକାଲ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । କେଜିଏମୟୁର ପ୍ରବକ୍ତା ଡ. ସନ୍ଦୀପ ତିୱାରୀ କହିଛନ୍ତି, ସଂକ୍ରମିତ ରୋଗୀଟିର କଥା ଜାଣିବା ପରେ ସମସ୍ତ ମେଡିକାଲ କର୍ମଚାରୀଙ୍କୁ ଅଲଗା ରଖାଯାଇଛି । ସେପଟେ ମେଡିକାଲକୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯାଇଛି ।
@IANS