ETV Bharat / bharat

ଚୀନ-ପାକିସ୍ତାନର ମଧୁ ଚନ୍ଦ୍ରିକା - ଚୀନ-ପାକିସ୍ତାନର ମଧୁ ଚନ୍ଦ୍ରିକା

କାଶ୍ମୀର ଆତଙ୍କବାଦୀ ଗୋଷ୍ଠୀଙ୍କ ସହ ଚୀନ ଆଲୋଚନା କରୁଥିବା ଜଣା ପଡିଥିବା ବେଳେ ପାକିସ୍ତାନ 20 ହଜାର ସୈନ୍ୟ ଉତ୍ତର ଲଦାଖକୁ ପଠାଉଥିବା ବିଶେଷ ସୁତ୍ରରୁ ଜଣା ପଡିଛି । ତେବେ ଚୀନ ବଳରେ ବଳିଆନ ହୋଇଥିବା ପାକିସ୍ତାନକୁ ଓ ଚୀନକୁ ମଧ୍ୟ ଭାରତକୁ କଡ଼ା ଜବାବ ଦେବାକୁ ହେବ । ଅଧିକ ପଢ଼ନ୍ତୁ...

Key factors, China and Pakistan relationship, China -Pakistan bonhomie, ଚୀନ-ପାକିସ୍ତାନର ମଧୁ ଚନ୍ଦ୍ରିକା, ଚୀନ ଏବଂ ପାକିସ୍ଥାନ ସମ୍ପର୍କ
ଚୀନ-ପାକିସ୍ତାନର ମଧୁ ଚନ୍ଦ୍ରିକା
author img

By

Published : Jul 3, 2020, 10:42 PM IST

ଉତ୍ତର ଲଦାଖ ସୀମାକୁ ପାକିସ୍ତାନ 20,000 ସୈନ୍ୟ ପଠାଉଥିବା ରିପୋର୍ଟରୁ ଜଣା ପଡିଛି ଏହାସହ ଚୀନ କାଶ୍ମୀର ଆତଙ୍କୀ ଗୋଷ୍ଠୀଙ୍କ ସହ ଯୋଗାଯୋଗ କରୁଥିବା ଖବର ଯୁଦ୍ଧର ଆଶଙ୍କାକୁ ବଢ଼ାଇ ଦେଇଛି । ସମ୍ଭବତଃ ଭାରତକୁ ଏକାସହ ପାକିସ୍ତାନ, ଚୀନ, ଓ କାଶ୍ମୀର ଆତଙ୍କୀଙ୍କ ସହ ଉତ୍ତର ପୂର୍ବରେ ଥିବା ଆତଙ୍କବାଦୀ ଗୋଷ୍ଠୀ ସହ ସଂଘର୍ଷ କରିବାକୁ ପଡ଼ିପାରେ । ସେମାନଙ୍କର ସମ୍ପର୍କ ଯାହାକୁ ପର୍ବତଠାରୁ ଉଚ୍ଚ, ସମୁଦ୍ରଠାରୁ ଗଭୀର, ଇସ୍ପାତ ଅପେକ୍ଷା ଶକ୍ତିଶାଳୀ ଏବଂ ମହୁ ଠାରୁ ମଧୁର ବୋଲି କୁହନ୍ତି ସେମାନେ ।

ଚୀନ ଏବଂ ପାକିସ୍ଥାନ ସମ୍ପର୍କ ପାଇଁ ଦାୟୀ ମୁଖ୍ୟ କାରଣ

ପାକିସ୍ତାନ ଏବଂ ଚୀନ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାରେ ଅନେକ ଗୁଡ଼ିଏ ପ୍ରମୁଖ କାରଣ ରହିଛି ।

ଭୌଗୋଳିକ ଭାବେ ନିକଟତର ହେବା

  • ପାକିସ୍ତାନ ହେଉଛି ଏକମାତ୍ର ଦେଶ ଯାହା ସହ 1963 ମସିହାରେ ଚୀନ ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିଛି । 1963 ମାର୍ଚ୍ଚ ମାସରେ ଉଭୟ ଚୀନ ଏବଂ ପାକିସ୍ତାନ ସୀମା ଚୁକ୍ତି ସ୍ବାକ୍ଷର କରିଥିଲେ। ଗିଲଗିଟ ବାଲତିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀର (ଯାହା
  • ଭାରତ ଏହାର ଅଞ୍ଚଳ ଭାବରେ ଦାବି କରେ) ତାହା ଚୀନର ଜିନଜିଆନ ଉଇଘୁର ସ୍ବୟଂଶାସିତ ଅଞ୍ଚଳ ସହିତ ସଂଯୁକ୍ତ। ସେମାନେ 523 କିମି ସୀମାର ଅଂଶୀଦାର ଅଟନ୍ତି ।

ପାକିସ୍ତାନର ଜିଓ ଷ୍ଟ୍ରାଟେଜିକ ଲୋକେସନ

ପାକିସ୍ତାନର ରଣନୈତିକ ଅବସ୍ଥିତି ମଧ୍ୟ ପାକିସ୍ତାନ ପାଇଁ ଏକ ବଡ଼ କାରଣ । ପାକିସ୍ତାନ ଭାରତ, ଆଫଗାନିସ୍ତାନ ଓ ଇରାନ ସହ ସୀମା ବାଣ୍ଟିଥାଏ ଏହାସହ ଆରବ ସମୁଦ୍ର ଉପକୂଳ ଦେଇ ମଧ୍ୟ ଗତି କରିଥାଏ। ଏହା ତିନୋଟି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ- ଦକ୍ଷିଣ, ପଶ୍ଚିମ ଏବଂ ମଧ୍ୟ ଏସିଆର କ୍ରସ ରୋଡରେ ରହିଛି ଏବଂ ଏହା ଶକ୍ତି ସମୃଦ୍ଧ କେନ୍ଦ୍ରୀୟ ଏସୀୟ ଏବଂ ମଧ୍ୟ ପୂର୍ବ ଦେଶଗୁଡିକ ସହ ନିକଟତର ରହିଛି । ଚୀନ ଏହି ରଣନୈତିକ ଅବସ୍ଥାନର ଲାଭ ଉଠାଇବାକୁ ଆରମ୍ଭ କଲା । 1970 ମସିହାରେ କରାକୋରାମ ରାଜପଥ ନିର୍ମାଣ । CPEC ମଧ୍ୟ ଏହି ଅଞ୍ଚଶଳ ଦେଇ ଯାଇଛି ମାଧ୍ୟମରେ ଚାଲିଛି |

ଭାରତୀୟ କାରକ

1962 ମସିହାରେ ଚୀନ-ଭାରତୀୟ ସୀମା ଯୁଦ୍ଧ ପରେ ଚୀନ ଏବଂ ପାକିସ୍ତାନ ସମ୍ପର୍କ ସୃଷ୍ଟି ହୋଇଥିଲା । ଭାରତ ଏବଂ ପାକିସ୍ତାନ ବିବାଦ ସମୟରେ ଚୀନ ସମର୍ଥନ କରୁଥିବା ଏବଂ ପାକିସ୍ତାନ ଆଡକୁ ଢଳିଥିବା ଉଭୟ ଦେଶ ସହିତ ଭାରତ ଯୁଦ୍ଧ କରିଛି । ଅସ୍ତ୍ରଶସ୍ତ୍ର ଯୋଗାଣ, ଆଣବିକ ଏବଂ କ୍ଷେପଣାସ୍ତ୍ରରେ ସହାୟତା ଏହାକୁ ଅଧିକ ଦୃଢ଼ କରେ ।

ଅର୍ଥନୈତିକ ସମ୍ପର୍କ

  • 2013ରେ ପାକିସ୍ତାନ ସହିତ ଭିତ୍ତିଭୂମି ବିକାଶ ଯୋଜନାର ଏକ ଅଂଶ ଭାବରେ ଚୀନ 60 ବିଲିୟନ ଡଲାର ବିନିମୟରେ ଚୀନ-ପାକିସ୍ତାନ ଇକୋନୋମିକ କୋରିଡର ବା (CPEC) ନିର୍ମାଣ କରିବାକୁ ପ୍ରତୁଶୃତି ଦେଇଛି । ଯେଉଁଥିରେ ସଡ଼କ, ପାଇପଲାଇନ, ପାୱାର ପ୍ଲାଣ୍ଟ, ଇଣ୍ଡଷ୍ଟ୍ରିଆଲ୍ ପାର୍କ ଏବଂ ଆରବ ସାଗରରେ ଏକ ବନ୍ଦର ଅନ୍ତର୍ଭୁକ୍ତ ରହିଛି । CEPC ବେଜିଙ୍ଗର ଥ୍ରିଲିୟନ ଡଲାର ବେଲ୍ଟ ଆଣ୍ଡ ରୋଡର ଏକ ଅଂଶ ବିଶେଷ ।
  • ଚାଇନା କରାକୋରାମ ହାଇୱେ (କେକେଏଚ), ହେଭି ମେକାନିକାଲ୍ କମ୍ପ୍ଲେକ୍ସ (HMC), ପାକିସ୍ତାନ ଏରୋନଟିକାଲ କମ୍ପ୍ଲେକ୍ସ (PAC), ଆଣବିକ ଶକ୍ତି କେନ୍ଦ୍ର, ସଡକ, ରାଜପଥ, ବନ୍ଧ, ତାପଜ ବିଦ୍ୟୁତ ପ୍ରକଳ୍ପ, ସିମେଣ୍ଟ ପ୍ଲାଣ୍ଟ, କାଚ କାରଖାନା ଏବଂ ସର୍ବୋପରି ସମ୍ପ୍ରତି ସ୍ବାକ୍ଷରିତ CPEC ପରି ବଡ଼ ପ୍ରୋଜେକ୍ଟରେ ବିନିଯୋଗ କରିଛି ।
  • ପାକିସ୍ତାନର ସର୍ବୋତ୍ତମ ରଣନୈତିକ ପ୍ରାକୃତିକ ବନ୍ଦର ମଧ୍ୟରୁ ଗ୍ବାଦାର ଅନ୍ୟତମ । ଯାହାର ସମସ୍ତ ଭିତ୍ତିଭୂମି ବିକାଶ ପାଇଁ ଫେବୃଆରୀ 2013ରେ ଏହା ଚୀନକୁ ହସ୍ତାନ୍ତ କରିଛି । ତେବେ ଗ୍ବାଦାର ଚୀନକୁ ଭାରତ ମହାସାଗରରେ ଭାରତୀୟ ନୌସେନାର ଗତିବିଧି ଉପରେ ନଜର ରଖିବା ପାଇଁ ସହାୟକ ହୋଇଛି ।

ଇସଲାମିକ ଦେଶ କାରକ

  • ଇରାନ ଏବଂ ସାଉଦି ଆରବ ସହିତ ଚୀନ୍‌ର କୂଟନୈତିକ ସମ୍ପର୍କ ସ୍ଥାପନ କରିବାରେ ପାକିସ୍ତାନ ଦାୟୀ ଥିଲା ।
  • ସଦସ୍ୟ ଇସଲାମିକ ରାଷ୍ଟ୍ରଗୁଡିକ ଦ୍ବାରା ଜିନଜିଆନରେ ମୁସଲମାନ ସଂଖ୍ୟାଲଘୁ ପାଇଁ ଥିବା ନୀତିକୁ ସମାଲୋଚନା କରିବାକୁ ରୋକିବାରେ ପାକିସ୍ତାନ ଏକ ଭୂମିକା ଗ୍ରହଣ କରୁଛି ଏବଂ ସମସ୍ୟାକୁ OICକୁ ନେଇଯାଉଛି ।
  • ଇସଲାମାବାଦ ବେଜିଂକୁ ମୁସଲିମ-ମାଜୋରିଟି ସାମ୍ନାରେ ଏକ ଗୁରୁତ୍ବପୂର୍ଣ୍ଣ କୂଟନୈତିକ ସମର୍ଥନ ପ୍ରଦାନ କରେ । ଯେଉଁ ଦେଶମାନେ ଏହାର ମୁସଲିମ ଜନସଂଖ୍ୟା ପ୍ରତି ଚୀନର ପରିଚାଳନାକୁ ସମାଲୋଚନା କରିପାରନ୍ତି ।
  • 2009 ରେ ତୁର୍କୀ ବେଜିଂର ଦମନକାରୀ ନୀତି ଉପରେ ପ୍ରସଙ୍ଗ ଉଠାଇଥିଲା । ବିଶେଷ ଭାବରେ ଜୁଲାଇ 2009 ଜିନଜିଆଙ୍ଗରେ ହୋଇଥିବା ଦଙ୍ଗା ପ୍ରସଙ୍ଗ ଯେଉଁଥିରେ 197ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା, କିଛି ସଦସ୍ୟ ଦେଶ ଚାହୁଁଥିଲେ ଏହି ପ୍ରସଙ୍ଗକୁ OIC କୁ ନେବାକୁ କିନ୍ତୁ ଇସଲାମାବାଦ ଏଭଳି ପଦକ୍ଷେପକୁ ରୋକିଥିଲା ​।
  • ପାକିସ୍ତାନ ସଫଳତାର ସହ ସଦସ୍ୟ ଇସଲାମିକ ରାଷ୍ଟ୍ରମାନଙ୍କୁ କହିଥିଲା ​​ଯେ ସମେତ, ଉଇଘୁର ମାନଙ୍କୁ ପରିଚାଳନା ସମେତ ସମସ୍ତ ପ୍ରସ୍ଙ୍ଗ ଚୀନ ସହ ଦ୍ବିପାକ୍ଷିକ ଭାବେ ଆଲୋଚନା କରାଯିବା ଉଚିତ ଏହି ପ୍ରସଙ୍ଗ ଉଠାଇବା ପାଇଁ OIC ସଠିକ ସ୍ଥାନ ନୁହେଁ ।

ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ

  • ପ୍ରତିରକ୍ଷା କ୍ଷେତ୍ରରେ ଚୀନ ମିଳିତ ଉତ୍ପାଦନରେ ପ୍ରବେଶ କଲା, ଲାଇସେନ୍ସ ପ୍ରଦାନ କଲା, ପାକିସ୍ତାନୀ ଟେକ୍ନିସିଆନଙ୍କୁ ତାଲିମ ଦେଲା ଏହାସହ ଟୋକ୍ଟୋଲୋଜି ସ୍ଥାନାନ୍ତର କଲା ।
  • ଚୀନ ଲାଇସେନ୍ସ ସହିତ ପାକିସ୍ତାନ ବନ୍ଧୁକ, ବିମାନ (ଉଭୟ ପ୍ରଶିକ୍ଷକ ଏବଂ ଯୁଦ୍ଧବିମାନ), ଟ୍ୟାଙ୍କ ଏବଂ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର.18 ଦୁଇ ଦେଶ ମିଳିତ ଭାବରେ ଏକ ଉନ୍ନତ ବିମାନ, JF-17 ବିକଶିତ କରିଛନ୍ତି, ଏହାସହ ନୌସେନା ଫ୍ରିଗେଟ ଏବଂ ବୁଡ଼ାଜାହାଜ ନିର୍ମାଣାଧୀନ ରହିଛି ।

ଯୁକ୍ତରାଷ୍ଟ୍ର କାରକ

ଆମେରିକାର ସାମରିକ ଏବଂ ଅର୍ଥନୈତିକ ସହାୟତା ଉପରେ ପାକିସ୍ତାନର ନିର୍ଭରଶୀଳତା ପ୍ରଥମ ଦିନରୁ ହିଁ ରହିଥିଲା। ଉଭୟ 1950 ମସିହାରେ ସୋଭିଏତମାନଙ୍କ ସହିତ ଅତି ନିକଟତର ଭାବେ ସହଯୋଗ କରିଥିଲେ । 1980 ଦଶକରେ ଆଫଗାନିସ୍ତାନ ଉପରେ ଆକ୍ରମଣ ଏବଂ 9/11 ପରବର୍ତ୍ତୀ ସମୟରେ ହାତ ମିଳାଇଥିଲା। ତଥାପି, ସେମାନେ ବିଫଳ ହେଲେ ଏକ ସ୍ଥାୟୀ ସମ୍ପର୍କ ବିକାଶ କରିବାକୁ । ଆମେରିକା-ପାକିସ୍ତାନ ସମ୍ପର୍କରେ ଏକ ବାଧା ଇସଲାମାବାଦକୁ ସବୁବେଳେ ବେଜିଂ ଆଡକୁ ଠେଲି ଦେଇଛି ।

ପାକିସ୍ତାନକୁ ଚୀନ ସହାଯ୍ୟ କରୁଥିବାର ଉଦାହରଣ

  • ବିଶ୍ବର ଚାପ ବୃଦ୍ଧି ସତ୍ତ୍ବେ ଚୀନ ବିଶେଷ କରି ଇସଲାମାବାଦକୁ ଏକାଧିକ ଥର ସମର୍ଥନ କରିଛି ।
  • 1972 ମସିହାରେ ବାଂଲାଦେଶର ପ୍ରବେଶକୁ ରୋକିବା ପାଇଁ ପାକିସ୍ତାନର ଅନୁରୋଧ କ୍ରମେ ଜାତିସଂଘରେ ଚୀନ ନିଜର ପ୍ରଥମ ଭିଟୋ ବ୍ୟବହାର କରିଥିଲା ।
  • ପ୍ରତ୍ୟେକ ଥର ଭାରତ ଅଜହରକୁ “ବିଶ୍ବ ଆତଙ୍କବାଦୀ” ଭାବରେ ନାମିତ କରିବାକୁ କହିଲେ, ଚୀନ ଏହାକୁ ଭିଟୋ କରିଥିଲା, 2009, 2016, 2017 ଏବଂ ମାର୍ଚ୍ଚ 2019ରେ ଚୀନ ଶେଷରେ ମାସୁଦ ଅଜହର ଉପରେ ନିଜର ଆଭିମୁଖ୍ୟକୁ ଓଲଟପାଲଟ କରିଦେଲା ।
  • ପାକିସ୍ତାନ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (FATF) ଦ୍ବାରା କଳା ତାଲିକାଭୁକ୍ତ ନ ହେବାରୁ ସଫଳ ହୋଇଥିଲା କାରଣ ଚୀନ ସହ ତୁର୍କୀ ଓ ମାଲେସିଆ ଏହାକୁ ସହଯୋଗ କରିଥିଲେ ।

ଚୀନ 3 ଥର ଚେଷ୍ଟା କରିଛି ଯେ ଭାରତ ଯେପରି UNSCରେ ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ସ୍ବାଧୀନତା ଦେଉଥିବା ଧାରା 370 ଉଚ୍ଛେଦ ଉପରେ ଆଲୋଚନା ନକରି ପାରେ । କିନ୍ତୁ ସେ ତାର ଯୋଜନାରେ ସଫଳ ହୋଇ ପାରି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.