ETV Bharat / bharat

ଅନଲାଇନ କ୍ଲାସକୁ ଅଧିକ ଜୀବନ୍ତ କରୁଛି ଅଗମେଣ୍ଟେଡ ଟେକ୍ନୋଲୋଜି - ଅନଲାଇନ କ୍ଲାସ

କୋରୋନା ମହାମାରୀ ସମୟରେ ଅନଲାଇନ କ୍ଲାସକୁ ଅଧିକ ଆକର୍ଷଣୀୟ କରିବା ପାଇଁ କେରଳରେ ବ୍ୟବହାର ହେଉଛି ଅଗମେଣ୍ଟେଡ ରିଆଲିଟି । ଯାହା ଶିଶୁଙ୍କ ପଢିବା ପ୍ରଣାଳୀକୁ ଅଧିକ ଆକର୍ଷଣୀୟ କରିବା ସହ ଶିକ୍ଷାଦାନ ପ୍ରକ୍ରିୟାକୁ ଏକ ନୂଆ ସ୍ତରରେ ପହଞ୍ଚାଇଛି ।

education system in kerala, online classes in kerala, augmented technology in online classes, augmented technology, online class, kerala latest news, କେରଳରେ ଶିକ୍ଷା ବ୍ୟବସ୍ଥା, କେରଳରେ ଅନଲାଇନ କ୍ଲାସ, ଅନଲାଇନ କ୍ଲାସରେ ଅଗମେଣ୍ଟେଡ ଟେକ୍ନୋଲୋଜିର ବ୍ୟବହାର, ଅଗମେଣ୍ଟେଡ ଟେକ୍ନୋଲୋଜି, ଅନଲାଇନ କ୍ଲାସ, କେରଳ ଲାଟେଷ୍ଟ ନ୍ୟୁଜ୍‌
ଅନଲାଇନ କ୍ଲାସକୁ ଅଧିକ ଜୀବନ୍ତ କରୁଛି ଅଗମେଣ୍ଟେଡ ଟେକ୍ନୋଲୋଜି
author img

By

Published : Jul 14, 2020, 1:08 AM IST

ଥିରୁଅନନ୍ତପୁରମ: ଶିଶୁମାନଙ୍କ ଶିକ୍ଷା ଦିଗରେ କେତେ କ’ଣ ପଦକ୍ଷେପ ନିଆଯାଉଥିବା ସତ୍ତ୍ବେ ଆଜି ବି ଶିକ୍ଷାର ପ୍ରଣାଳୀକୁ ପିଲାଙ୍କ ପାଖରେ ରୋଚକ କରିବା ଅନେକ ସ୍ଥାନରେ ସମ୍ଭବ ହୋଇପାରିନାହିଁ । ପ୍ରତ୍ୟେକ ଶିଶୁଙ୍କ ଶିକ୍ଷା ଗ୍ରହଣ କରିବାର ପ୍ରକ୍ରିୟା ଭିନ୍ନ ହୋଇଥିବା ବେଳେ ସେମାନଙ୍କ ପାଇଁ ପାଠ ପଢା ଶୈଳୀକୁ ଭିନ୍ନ ଓ ଆକର୍ଷଣୀୟ କରିବା ପାଇଁ ଆଗେଇ ଆସିଛି କେରଳର ମଲ୍ଲପୁରମ ଜିଲ୍ଲାରେ ଥିବା ଏକ କିଣ୍ଡରଗାର୍ଟେନ । ଆପଣ କେବେ ଭାବିଛନ୍ତି କି, ବନ୍ୟପ୍ରାଣୀ ହେଉ କିମ୍ବା ଗୃହପାଳିତ ପଶୁ ଅବା ସେ ପୃଥିବୀ ସମ୍ବନ୍ଧୀୟ କୌଣସି ବି ବିଷୟ ହେଉ, ଏଗୁଡିକୁ ପଢିବା ସମୟରେ ସେମାନଙ୍କୁ ପ୍ରତ୍ୟକ୍ଷ ଶ୍ରେଣୀଗୃହରେ ଦେଖିବା ? କଥାଟି ସାମାନ୍ୟ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହାକୁ ସତ କରି ଦେଖାଇଛନ୍ତି ମଲ୍ଲପୁରମ ଜିଲ୍ଲାର କିଣ୍ଡରଗାର୍ଟେନ ।

ଅନଲାଇନ କ୍ଲାସକୁ ଅଧିକ ଜୀବନ୍ତ କରୁଛି ଅଗମେଣ୍ଟେଡ ଟେକ୍ନୋଲୋଜି
education system in kerala, online classes in kerala, augmented technology in online classes, augmented technology, online class, kerala latest news, କେରଳରେ ଶିକ୍ଷା ବ୍ୟବସ୍ଥା, କେରଳରେ ଅନଲାଇନ କ୍ଲାସ, ଅନଲାଇନ କ୍ଲାସରେ ଅଗମେଣ୍ଟେଡ ଟେକ୍ନୋଲୋଜିର ବ୍ୟବହାର, ଅଗମେଣ୍ଟେଡ ଟେକ୍ନୋଲୋଜି, ଅନଲାଇନ କ୍ଲାସ, କେରଳ ଲାଟେଷ୍ଟ ନ୍ୟୁଜ୍‌
ଅନଲାଇନ କ୍ଲାସକୁ ଅଧିକ ଜୀବନ୍ତ କରୁଛି ଅଗମେଣ୍ଟେଡ ଟେକ୍ନୋଲୋଜି

ଏଠାରେ ବନ୍ୟପ୍ରାଣୀ ବା ଗୃହପାଳିତ ପଶୁ ଓ ସାମାଜିକ ବିଜ୍ଞାନରେ ବ୍ୟବହୃତ ପ୍ରାୟ ପ୍ରତ୍ୟେକ ଉପାଦାନକୁ ସହଜରେ ବୁଝିବା ପାଇଁ ସେମାନଙ୍କ ଏକ 3-ଡି ଛବିକୁ ଶ୍ରେଣୀ ଗୃହରେ ବ୍ୟବହାର କରାଯାଉଥିବା ଦେଖାଯାଇଛି । ଯାହା ଶିଶୁଙ୍କ ପଢିବା ପ୍ରଣାଳୀକୁ ଅଧିକ ଆକର୍ଷଣୀୟ କରିବା ସହ ଶିକ୍ଷାଦାନ ପ୍ରକ୍ରିୟାକୁ ଏକ ନୂଆ ସ୍ତରରେ ପହଞ୍ଚାଇଛି । ଏନେଇ ମଲ୍ଲପୁରମର ଏଇଏମ ଏୟୁପି ସ୍କୁଲରେ ସାମାଜିକ ବିଜ୍ଞାନ ଶିକ୍ଷକ ଶ୍ୟାମ ଭେଙ୍ଗାଲୋଟ ପିଲାଙ୍କୁ ପଢାଇବାର ଏକ ନୂଆ ପ୍ରଣାଳୀ ଖୋଜି ବାହାର କରିଛନ୍ତି ।

କୋରୋନା ମହାମାରୀ ସମୟରେ ବର୍ତ୍ତମାନ ଅନଲାଇନ କ୍ଲାସ ଚାଲିଥିବା ବେଳେ ପଢାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେ ପାଠ୍ୟକ୍ରମରେ ଅଗମେଣ୍ଟେଡ ରିଆଲିଟିକୁ ସାମିଲ କରିଛନ୍ତି । ଏହି ଆର୍ଟ ଟେକ୍ନୋଲୋଜିର ବ୍ୟବହାର କରି ଭେଙ୍ଗାଲୋର କହିଛନ୍ତି କି ସେ ଛାତ୍ରଛାତ୍ରୀମାନଙ୍କୁ ଏକ ଉନ୍ନତ ଶୈଳୀରେ ଶିକ୍ଷା ଯୋଗାଇବାକୁ ଚାହାନ୍ତି । ପ୍ରାୟ 2ମାସର ପରିଶ୍ରମ ପରେ ସେ ଏହି ଟେକ୍ନୋଲୋଜିକୁ ବ୍ୟବହାର କରିବାରେ ସକ୍ଷମ ହୋଇଛନ୍ତି । ଏହାର ବ୍ୟବହାର ଦ୍ବାରା ସ୍କୁଲ ଦ୍ବାରା ପରିଚାଳିତ ଅନଲାଇନ କ୍ଲାସକୁ ପିଲାମାନେ ଉତ୍କଣ୍ଠାର ସହ ଅପେକ୍ଷା କରିବସୁଛନ୍ତି । ସେ ପୃଥିବୀ ହେଉ ବା ପଶୁ ପକ୍ଷୀ, ପ୍ରତ୍ୟେକକୁ ଦେଖିଲେ ପିଲାମାନେ ଖୁସିରେ ସେହି ବିଷୟକୁ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି ।

ଏହି ଟେକ୍ନୋଲୋଜିରେ କମ୍ପ୍ୟୁଟର ଦ୍ବାରା ଜେନେରେଟ ହୋଇଥିବା ଫଟୋକୁ ୟୁଜର୍ସଙ୍କ ପାଇଁ ଜୀବନ୍ତ ଛବି ଆକାରରେ ଦେଖାଯାଇଥାଏ । ସେପଟେ ଜୁନ 1ରୁ କେରଳ ସରକାର ‘ଫର୍ଷ୍ଟ ବେଲ’ ନାମରେ ଅନଲାଇନ କ୍ଲାସ ପ୍ରକ୍ରିୟା ଆରମ୍ଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.