ETV Bharat / bharat

ହାଇଟେକ୍ ଲ୍ୟାବରେ ପଢିବେ କେରଳ ଛାତ୍ରଛାତ୍ରୀ, ଇଂରାଜୀରେ ହେବେ ବିଚକ୍ଷଣ - ହାଇଟେକ୍ ଲ୍ୟାବ

ସ୍କୁଲ ପିଲାଙ୍କ ଇଂରାଜୀ ଜ୍ଞାନ ବଢାଇବାକୁ କେରଳ ସରକାରଙ୍କ ନୂଆ ପଦକ୍ଷେପ। ଏନେଇ ସରକାର ଆଇଟି ଲ୍ୟାବ ଓ ଏକ ସ୍ବତନ୍ତ୍ର ଧରଣର କିଟ୍ ଓ ଇ-3 ଲଞ୍ଚ କରିଛନ୍ତି।

Kerala School Students
ହାଇଟେକ୍ ଲ୍ୟାବରେ ପଢିବେ କେରଳ ଛାତ୍ରଛାତ୍ରୀ, ଇଂରାଜୀରେ ହେବେ ବିଚକ୍ଷଣ
author img

By

Published : Feb 23, 2020, 5:06 PM IST

ଥିରୁଅନନ୍ତପୁରମ: ପିଲାଙ୍କ ପଢିବା ଶୈଳୀ ଓ ଇଂରାଜୀ ଜ୍ଞାନ ବଢାଇବାକୁ କେରଳ ସରକାରଙ୍କ ନୂଆ ପଦକ୍ଷେପ । ଏନେଇ ସରକାର ଏକ ସ୍ବତନ୍ତ୍ର ଧରଣର କିଟ୍ ଓ ଇ-3(ଏନଜୟ,ଏନହାନ୍ସ ଓ ଏନରିଚ) ଲଞ୍ଚ କରିଛନ୍ତି। ହାଇଟେକ୍ ଆଇଟି ଲ୍ୟାବରେ ପିଲାଙ୍କ ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି ବୋଲି ସୂଚନା ମିଳିଛି।

ଏହି କାର୍ଯ୍ୟକ୍ରମ କେରଳ ସରକାରଙ୍କ ଲୋକ ଶିକ୍ଷା କାର୍ଯ୍ୟକଳାପ ମିଶନର ଅନ୍ତର୍ଭୁକ୍ତ । ତେବେ ରାଜ୍ୟର ଜଣେ ସଫଳ ସରକାର ଭାବେ ସେ ବିଭିନ୍ନ ଦିଗ ଉପରେ ଗୁରୁତ୍ବ ଦେଇଥାନ୍ତି। ପିଲାମାନଙ୍କୁ ଏକ ସୁସ୍ଥ ବାତାବରଣ ଓ ଉତ୍ତମ ଇଂରାଜୀ ଶିକ୍ଷା ଦେବା ପାଇଁ କିଟର ସିଇଓ କେ ଅନଭାର ସାଦାଥ୍ କହିଛନ୍ତି।

ଏହାସହ କିଟରେ 3ଟି ଉପକରଣ ରହିଛି । ସମଗ୍ର ଇ ଲାଇବ୍ରେରୀ, ଇ ଲାଙ୍ଗୁଏଜ୍ ଲ୍ୟାବ ଓ ଇ ବ୍ରଡକାଷ୍ଟ। ଖରାଛୁଟି ବେଳେ ପ୍ରାୟ 1 ଲକ୍ଷ ଶିକ୍ଷକଙ୍କୁ କିଟ୍ ବିଷୟରେ ଟ୍ରେନିଂ ଦିଆଯାଇ ନୂଆ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ। ଏହାସହ ପିଲାମାନେ ପାଠ୍ୟକ୍ରମ ଅଡିଓ ଓ ଭିଡିଓ ଫର୍ମାଟରେ ପାଇପାରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.