ETV Bharat / bharat

କେରଳରେ ସର୍ବାଧିକ ଦୈନିକ ଆକ୍ରାନ୍ତ, 72 ସଂକ୍ରମଣର କାରଣ ଅସ୍ପଷ୍ଟ - 8000ରୁ ଅଧିକ ଲୋକ ସୁସ୍ଥ

କେରଳରେ କୋରୋନା ପ୍ରବେଶ ପରଠାରୁ ଏତେ ସଂଖ୍ୟାରେ ଆକ୍ରାନ୍ତ କେବେ ହେଲେ ବାହାରିନାହାଁନ୍ତି । ପ୍ରଥମ ଥର ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ 1103 ନୂଆ ମାମଲା ବାହାରିଛି । ଅଧିକ ପଢନ୍ତୁ..

କେରଳରେ ସର୍ବାଧିକ ଦୈନିକ ଆକ୍ରାନ୍ତ, 72ଟି ସଂକ୍ରମଣର କାରଣ ଅସ୍ପଷ୍ଟ

author img

By

Published : Jul 26, 2020, 7:07 AM IST

ଥିରୁଅନନ୍ତପୁରମ: ଧିମେଇ ଯାଇଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଦେଶର ପ୍ରଥମ ପଜିଟିଭ ବାହାରିଥିବା ରାଜ୍ୟ କେରଳରେ ମାମଲା ଅତ୍ୟଧିକ ମାତ୍ରାରେ ବଢିବାରେ ଲାଗିଛି । ଉପଯୁକ୍ତ ପଦକ୍ଷେପ ଓ ପରିଚାଳନା ଫଳରେ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଥମିଯାଇଥିଲା । ହେଲେ ନିକଟରେ ପୁଣି ଏହି ସଂଖ୍ୟା ବଢିବାରେ ଲାଗିଛି ।

ଶନିବାର ରାଜ୍ୟରେ ସର୍ବାଧିକ ଦୈନିକ ଆକ୍ରାନ୍ତ ବାହାରିଛି । କେରଳରେ କୋରୋନା ପ୍ରବେଶ ପରଠାରୁ ଏତେ ସଂଖ୍ୟାରେ ଆକ୍ରାନ୍ତ କେବେ ହେଲେ ବାହାରିନାହାନ୍ତି । ପ୍ରଥମ ଥର ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ 1103 ନୂଆ ମାମଲା ବାହାରିଛି । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର ପାର କରିଛି । ଏମାନଙ୍କ ମଧ୍ୟରେ 9420 ଆକ୍ଟିଭ୍ କେସ ରହିଛି ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ସୂଚନା ଦେଇଛନ୍ତି ।

ସେହିପରି ଏବେ ସୁଦ୍ଧା 8000ରୁ ଅଧିକ ଲୋକ ସୁସ୍ଥ ହୋଇସାରିଲେଣି । ଗତ 24 ଘଣ୍ଟାରେ ମୋଟ୍ 1049 ଲୋକ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ମୃତ୍ୟୁସଂଖ୍ୟା 60 ରହିଛି ବୋଲି ଜଣାପଡିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଶନିବାର ବାହାରିଥିବା ନୂଆ କେସ ମଧ୍ୟରେ 838 ଜଣ ପୁରୁଣା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । 119 ଜଣ ବିଦେଶରୁ ଫେରିଛନ୍ତି ଏବଂ 106 ଅନ୍ୟ ରାଜ୍ୟରୁ ଆସିଛନ୍ତି । ବାକି 72 ଜଣଙ୍କ ପଜିଟିଭର କାରଣ ଜଣାପଡିନାହିଁ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ ସୁଦ୍ଧା 481 କୋଭିଡ 19 ହଟସ୍ପଟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.