କୋଚି: କୋଭିଡ-19 ପାଇଁ ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାବଳୀ ଭଙ୍ଗ କରି ଜଣେ କ୍ୟାଥୋଲିକ ପ୍ରିଷ୍ଟ ଗିରଫ ହୋଇଛନ୍ତି । ଗିରଫ ଜଣକ ହେଲେ ପ୍ରିଷ୍ଟ ପି ପାଉଲି। ସୋମବାର ଚାଲାକୁଡି ପୋଲିସ ଷ୍ଟେସନ ଅନ୍ତର୍ଗତ ଥିବା ଏକ ଚର୍ଚ୍ଚ ପରିସରରୁ ତାଙ୍କୁ ଗିରଫ କରାଯାଇଛି । ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାବଳୀ ଭଙ୍ଗ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ଗିରଫ ପ୍ରିଷ୍ଟଙ୍କ ନାମକୁ ଗୋପନ ରଖାଯାଇଥିବା କହିଛନ୍ତି ପୋଲିସ ଅଧିକାରୀ ।
ରାତିରେ ଚଲାକୁଡି ଠାରେ ଥିବା କୁଦାପୁଜା ନିଥିସାହୟା ମଥା ଚର୍ଚ୍ଚରେ ଘଟିଥିବା ପ୍ରାର୍ଥନା ଅଧିବେଶନ ବିଷୟରେ ପୋଲିସ ଜାଣିବା ପରେ ତାଙ୍କୁ ଚର୍ଚ୍ଚ ପରିସରରୁ ଗିରଫ କରିଥିଲା। ପ୍ରିଷ୍ଟଙ୍କୁ ପୋଲିସ ଷ୍ଟେସନକୁ ନେବା ପୂର୍ବରୁ ସାନିଟାଇଜରରେ ତାଙ୍କ ହାତ ସଫା କରାଯାଇଥିଲା। ଅନ୍ୟପଟେ ସକାଳ ପ୍ରାର୍ଥନାରେ ଯୋଗ ଦେଇଥିବା ପ୍ରାୟ 100 ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ପୋଲିସ ଯୋଜନା କରୁଥିବା ଜଣାପଡିଛି ।
@IANS