ETV Bharat / bharat

କେରଳ ପୋଲିସ ବିଭାଗରେ ପ୍ରଥମ କୋରୋନା ମୃତ୍ୟୁ - କୋରୋନା ମୃତ୍ୟୁ

କେରଳ ପୋଲିସ ବିଭାଗରେ ପ୍ରଥମ କୋରୋନା ମୃତ୍ୟୁ । ଶୁକ୍ରବାର କେରଳରେ ଜଣେ ପୋଲିସ କର୍ମଚାରୀଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ପୋଲିସ ବିଭାଗକୁ ସୂଚନା ଦେଇଛି।

_corona
କେରଳ ପୋଲିସ ବିଭାଗରେ ପ୍ରଥମ କୋରୋନା ମୃତ୍ୟୁ
author img

By

Published : Aug 1, 2020, 1:19 PM IST

ଥିରୁଅନନ୍ତପୁରମ:କେରଳ ପୋଲିସ ବିଭାଗରେ ପ୍ରଥମ କୋରୋନା ମୃତ୍ୟୁ । ଶୁକ୍ରବାର କେରଳରେ ଜଣେ ପୋଲିସ କର୍ମଚାରୀଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ପୋଲିସ ବିଭାଗକୁ ସୂଚନା ଦେଇଛି।

55 ବର୍ଷୀୟ ପୋଲିସ ଅଧିକାରୀ ଅଜିଥାନ କୋରୋନା ସଂକ୍ରମିତ ହେବାପରେ ଇଡୁକି ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ । ସେ ହୃଦଘାତରେ ପୀଡିତ ଥିବାରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡି ଯାଇଥିଲା । ଏହାପରେ ତାଙ୍କୁ କୋଟାୟାମ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଶୁକ୍ରବାର ସେ ପ୍ରାଣ ହରାଇଛନ୍ତି । ତାଙ୍କ ମୃତ୍ୟୁ ପରେ କେରଳ ପୋଲିସ ତାଙ୍କ ପରିବାରକୁ ସମବେଦନା ଜଣାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ କେରଳରେ ବର୍ତ୍ତମାନ 23612 କୋରୋନା ମାମଲା ରହିଛି । ମୋଟ ଆକ୍ରାନ୍ତ ମଧ୍ୟରୁ 13027 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 10,517 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଏଥିସହ 73 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.