ନୂଆଦିଲ୍ଲୀ: କୋଝିକୋଡ ବିମାନ ଦୁର୍ଘଟଣାରେ 19 ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ପାଇଲଟ ଓ ସହ-ପାଇଲଟଙ୍କ ମଧ୍ୟ ଜୀବନ ଯାଇଛି । ଏନେଇ ଭାରତୀୟ ବାଣିଜ୍ୟିକ ପାଇଲଟ ଆସୋସିଏସନ(ICPA) ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଗୁରୁତରଙ୍କ ସୁସ୍ଥ କାମନା କରିଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ICPA କହିଛି, ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ୍ IX-1344 ଦୁର୍ଘଟଣାର ଯାଞ୍ଚ ଦିଗରେ ନଜରର ରଖିଛି । ଏଥିସହ ଆମର ସମବେଦନା ପାଇଲଟ ଓ ଗୁରୁତର ଯାତ୍ରୀଙ୍କ ପରିବାରଙ୍କ ପ୍ରତି ରହିଛି । ଆଇସିପିଏ କହିଛି ଯେ, ସମସ୍ତ ଯାତ୍ରୀ ଶୀଘ୍ର ଆରୋଗ୍ୟ ପାଇଁ କାମନା କରୁଛୁ।
ଏହି ଦୁର୍ଘଟଣାର ପରିସ୍ଥିତିକୁ ନେଇ କଳ୍ପନା ଏବଂ ତତ୍ତ୍ବକୁ ଏଡାଇବା ଆବଶ୍ୟକତା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ। ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ (AAIB) କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ଇଚ୍ଛୁକ ରହିଛୁ । ଅନ୍ୟାନ୍ୟ ସୁରକ୍ଷା ଏବଂ ସୁରକ୍ଷା ସୂଚନା ସଂଗ୍ରହ କରିବାରେ ସାହାଯ୍ୟ କରାଯିବ ବୋଲି ଆଇସିପିଏ ।
@ANI