ଇଡୁକି: କେରଳ ପେଟିମୁଡ୍ଡି ଭୁସ୍ଖଳନରେ ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ମଙ୍ଗଳବାର ଘଟଣା ସ୍ଥଳରୁ ପୁଣି 3 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା 61 ଜଣଙ୍କ ଜୀବନ ଯାଇଛି । ତେବେ ଏବେ ବି 9 ଜଣ ନିଖୋଜଙ୍କ ପତ୍ତା ମିଳି ପାରିନାହିଁ ।
ମଙ୍ଗଳବାର ଉଦ୍ଧାର ହୋଇଥିବା 3 ମୃତ ଦେହ ମଧ୍ୟରୁ ଜଣଙ୍କ ପରିଚୟ ମିଳିପାରି ନାହିଁ । ଏଥିରେ ଜଣେ 6 ବର୍ଷ ବାଳକ ଓ ଜଣେ 57 ବର୍ଷୀୟ ବ୍ୟକ୍ତିଙ୍କ ମୃତ ଦେହ ମିଳିଛି । ତେବେ ଏବେ ନିଖୋଜ 9 ଜଣଙ୍କ ସନ୍ଧାନରେ ଲାଗିଛନ୍ତି ଉଦ୍ଧାରକାରୀ ଦଳ । ଚେନ୍ନାଇର ଦୁଇଟି ଗ୍ରାଉଣ୍ଡ ପେଣ୍ଟ୍ରେଟିଂ ରାଡାର (ଜିଆରପି) ଏବଂ ଚାରିଜଣିଆ ଟିମ୍ ମଙ୍ଗଳବାର ଅପରାହ୍ନ ସୁଦ୍ଧା ସର୍ଚ୍ଚ ଅପରେସନରେ ଯୋଗ ଦେଇଛନ୍ତି ବୋଲି ଇଡ୍ଡୁକି ଜିଲ୍ଲାପାଳ ଏଚ୍ ଦୀନେଶନ କହିଛନ୍ତି। ଏହା ରାଡାର ଇନଷ୍ଟିଚ୍ୟୁଟ୍ ଅଫ ଓସେନୋଗ୍ରାଫିରୁ ଅଣାଯାଇଛି ।
କୁକୁର ସ୍କ୍ବାର୍ଡର ସହାୟତାରେ ସର୍ଚ୍ଚ ଅପରେସନରେ କରାଯାଇଥିଲା । ହେଲେ ବର୍ତ୍ତମାନ ପାଗ ଅନୁକୂଳ ଥିବାରୁ ବର୍ତ୍ତମାନ ସେମାନଙ୍କ ସେବା ବ୍ୟବହାର କରାଯାଉ ନାହିଁ ବୋଲି ସୂତ୍ରରୁ ପ୍ରକାଶ। ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ), ଅଗ୍ନିଶମ ବାହିନୀ, ପୋଲିସ ଏବଂ ଜଙ୍ଗଲ ଅଧିକାରୀ ମିଳିତ ଭାବେ ସର୍ଚ୍ଚ ଅପରେସନରେ ନିୟୋଜିତ ଅଛନ୍ତି।
ସୂଚନାଯୋଗ୍ୟ,ଅଗଷ୍ଟ 7 ତାରିଖରେ ଇଡୁକିର ରାଜମଲାଇ ଅଞ୍ଚଳର ଟି-ଇଷ୍ଟେଟ କର୍ମଚାରୀଙ୍କ ଏକ ଜନବସତି ଅଞ୍ଚଳରେ ଭୂ-ସ୍ଖଳନ ହୋଇଥିଲା । ଏଠାରେ ପ୍ରାୟ 84 ଜଣ ରହୁଥିଲେ । ଏହା ମୁନ୍ନାର ହିଲ ରିସ୍ରୋଟ ଠାରୁ ପ୍ରାୟ 25 କିମି ଦୂର ।
@ANI