ETV Bharat / bharat

ଅନଲାଇନ୍ ରମି ବଢାଇଛି ଚିନ୍ତା, କୋହଲି-ତମନ୍ନାଙ୍କୁ କେରଳ ହାଇକୋର୍ଟଙ୍କ ନୋଟିସ୍‌

author img

By

Published : Jan 27, 2021, 3:27 PM IST

କେରଳ ହାଇକୋର୍ଟ ବୁଧବାର ଅନଲାଇନ୍ ରମି ମାମଲାର ବ୍ରାଣ୍ଡ ଆମ୍ବାସଡରଙ୍କୁ ନୋଟିସ୍ ପଠାଇଛନ୍ତି। କ୍ରିକେଟର ବିରାଟ କୋହଲି, ଚଳଚ୍ଚିତ୍ର ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ମାଲାୟାଲମ ଅଭିନେତା ଅଜୁ ଭାର୍ଗସେଙ୍କଠାରୁ କୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି । ଅଧିକ ପଢନ୍ତୁ...

କେରଳ ହାଇକୋର୍ଟ
କେରଳ ହାଇକୋର୍ଟ

ଥିରୁଅନନ୍ତପୁରମ୍: କେରଳ ହାଇକୋର୍ଟ ବୁଧବାର ଅନଲାଇନ୍ ରମି ମାମଲାର ବ୍ରାଣ୍ଡ ଆମ୍ବାସଡରଙ୍କୁ ନୋଟିସ୍ ପଠାଇଛନ୍ତି । କ୍ରିକେଟର ବିରାଟ କୋହଲି, ଚଳଚ୍ଚିତ୍ର ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ମାଲାୟାଲମ ଅଭିନେତା ଅଜୁ ଭାର୍ଗସେଙ୍କଠାରୁ କୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି। ସେମାନଙ୍କୁ 10 ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି । ଇଣ୍ଟରନେଟ ଜୁଆ ସମ୍ପର୍କରେ କେରଳ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ପଠାଇଛନ୍ତି ।

ଓକିଲ ପାଉଲି ଭଡାକକାନ୍ ଏକ ଅଭିଯୋଗ ଦାଖଲ କରିବା ପରେ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ। ସେ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ଏହା ଚଳଚ୍ଚିତ୍ର ଏବଂ କ୍ରିକେଟ୍ ସେଲିବ୍ରିଟିଙ୍କ ମାଧ୍ୟମରେ ଅନଲାଇନ୍ ଜୁଆକୁ ପ୍ରୋତ୍ସାହିତ କରାଯାଉଛି ।

ଏହା ଏକ ଚିନ୍ତାର ବିଷୟ ବୋଲି କୋର୍ଟ ଆକଳନ କରିଛନ୍ତି ଏବଂ ଏହା ସହ ଜଡିତ ଅଭିନେତାଙ୍କୁ ନୋଟିସ ପଠାଇଛନ୍ତି। ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି । ଏହି ମାମଲାରେ ପ୍ଲେ ଗେମ୍ 24x7 ଏବଂ ମୋବାଇଲ୍ ପ୍ରିମିୟର ଲିଗ୍ ଭଳି କମ୍ପାନୀକୁ ନୋଟିସ୍ ପଠାଇବାକୁ କୋର୍ଟ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.