ETV Bharat / bharat

କୋରୋନା ସଚେତନତା ପାଇଁ କେରଳ ସରକାରଙ୍କ ନୂଆ ଆପ୍‌ ଯୋଜନା - କେରଳରେ କୋଭିଡ-19

କୋରୋନା ସଚେତନତା ପାଇଁ କେରଳ ସରକାରଙ୍କ ନିଆରା ପଦକ୍ଷେପ । ଲଞ୍ଚ କଲେ ନୂଆ ଆପ୍‌ ଜିଓକେ ଡାଇରେକ୍ଟ । ଏଣିକି କୋରୋନା ସମ୍ପର୍କରେ ସବିଶେଷ ତଥ୍ୟ ପାଇପାରିବେ କେରଳବାସୀ । ଅଧିକ ପଢନ୍ତୁ ...

kerala government new app, covid-19 in kerala, corona awareness app in kerala, GoK direct app, ଜିଓକେ ଇରେକ୍ଟ ଆପ୍‌, କେରଳ ଲାଟେଷ୍ଟ ନ୍ୟୁଜ୍‌, କେରଳ ସରକାରଙ୍କ ନୂଆ ଆପ, କେରଳରେ କୋଭିଡ-19, କେରଳରେ କୋରୋନା ସଚେତନତା ଆପ୍‌
କୋରୋନା ସଚେତନତା ପାଇଁ କେରଳ ସରକାରଙ୍କ ନୂଆ ଆପ୍‌ ଯୋଜନା
author img

By

Published : Mar 13, 2020, 2:23 PM IST

ଥିରୁଅନନ୍ତପୁରମ: କୋରୋନା କବଳରୁ ମୁକ୍ତି ପାଇଁ ସାରା ବିଶ୍ବରେ ଜୋରସୋରରେ ଚାଲିଛି ସଚେତନତା ବାର୍ତ୍ତାର ପ୍ରଚାର ଓ ପ୍ରସାର । ଏମିତିରେ କେରଳ ସରକାର ନେଇଛନ୍ତି ନିଆରା ପଦକ୍ଷେପ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏନେଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରିବା ସହ ଲଞ୍ଚ କରିଛନ୍ତି ନୂଆ ଆପ୍‌ ‘ଜିଓକେ ଡାଇରେକ୍ଟ’ ।

ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଫେସବୁକ ପେଜରେ ଏହି ଆପ ଡାଉନଲୋଡ କରିବାର ଲିଙ୍କ ଦିଆଯିବା ସହ ଏହାର ବ୍ୟବହାର ସମ୍ପର୍କରେ ସମ୍ୟକ ସୂଚନା ଦିଆଯାଇଛି । କୋରୋନାକୁ ନେଇ ରାଜ୍ୟ ତଥା ବିଶ୍ବରେ ଆତଙ୍କ ଖେଳିଥିବା ବେଳେ ଏହି ଆପ୍‌ ପ୍ରଚଳିତ ଆତଙ୍କରେ ପୂର୍ଣ୍ଣଛେଦ ପକାଇବ । ତେବେ ଏହି ଆପ୍‌ରେ କୋରୋନାର ରୋଗର ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ସବିଶେଷ ତଥ୍ୟ ରହିଛି ।

ଏଥିସହ ବିଦେଶରୁ ଫେରୁଥିବା ଭାରତୀୟ ତଥା କେରଳବାସୀ, ଆଇସୋଲେସନରେ ଥିବା ବ୍ୟକ୍ତି ଆଦିଙ୍କ ସମ୍ପର୍କରେ ମଧ୍ୟ ଏହି ଆପ୍‌ରେ ସୂଚନା ରହିଛି । ରାଜ୍ୟର ଜନସମ୍ପର୍କ ବିଭାଗ ଏହି ଆପ୍‌କୁ ଡିଜାଇନ କରିଥିବା ବେଳେ ଏଥିରେ କୋରୋନା ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ଓ ଜରୁରୀ ତଥ୍ୟ ରହିଛି । ଏହି ଆପ୍‌ ସାହାଯ୍ୟରେ ଜଣେ ଚାହିଁଲେ ଡାଇରେକ୍ଟ ଇଣ୍ଟରଭେନସନ ସିଷ୍ଟମ ଫର ହେଲ୍‌ଥ ଆୱେରନେସ (ଦିସା) ସହ ମଧ୍ୟ ସିଧାସଳଖ ସମ୍ପର୍କ କରିପାରିବ ।

ତେବେ ଯେଉଁ ୟୁଜର୍ସଙ୍କ ଫୋନରେ ଇଣ୍ଟରନେଟ ନାହିଁ, ସେମାନଙ୍କୁ ସାଧାରଣ ମେସେଜ ଜରିଆରେ ସଚେତନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ସ୍ମାର୍ଟଫୋନ ୟୁଜର୍ସ ଏହି ଆପକୁ ପ୍ଲେ ଷ୍ଟୋରରୁ ବି ଡାଉନଲୋଡ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.