ETV Bharat / bharat

କେରଳରେ ପ୍ଲାଜମା ଥେରାପିରେ ସୁସ୍ଥ ହେଉଛନ୍ତି କୋଭିଡ-19 ରୋଗୀ

author img

By

Published : Jun 17, 2020, 5:24 PM IST

ପ୍ଲାଜମା ଥେରାପି ଦିଆଯିବା ପରେ କୋଭିଡ -19 ରୋଗୀ ସୁସ୍ଥ ହେଉଛନ୍ତି । ପ୍ଲାଜମା ଥେରାପି, ଏକ ପରୀକ୍ଷାମୂଳକ ଚିକିତ୍ସା ପ୍ରଣାଳୀ, ଯେଉଁଠାରେ ଗୁରୁତର କୋଭିଡ୍ -19 ରୋଗୀମାନଙ୍କୁ ଏହି ପ୍ରକ୍ରିୟା ଦ୍ବାରା ଚିକିତ୍ସା କରାଯାଉଛି । ଯାହାର ଚିକିତ୍ସା କେରଳର ଥ୍ରୀସୁର ମେଡିକାଲ କଲେଜ ହସ୍ପିଟାଲରେ ହେଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ କହିଛନ୍ତି। ଅଧିକ ପଢନ୍ତୁ...

ପ୍ଲାଜମା ଥେରାପିରେ ସୁସ୍ଥ ହେଉଛନ୍ତି କୋଭିଡ -19 ରୋଗୀ: କେରଳ

ଥିରୁଅନନ୍ତପୁରମ: ମହାମାରୀ କୋରୋନା ସାରାବିଶ୍ବରେ ଆତଙ୍କ ଖେଳାଇଛି । ଏଭଳି ସ୍ଥିତିରେ କିଛି ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ପ୍ଲାଜମା ଥେରାପି ଦିଆଯିବା ପରେ କୋଭିଡ -19 ରୋଗୀ ସୁସ୍ଥ ହେଉଛନ୍ତି । ପ୍ଲାଜମା ଥେରାପି, ଏକ ପରୀକ୍ଷାମୂଳକ ଚିକିତ୍ସା ପ୍ରଣାଳୀ, ଯେଉଁଠାରେ ଗୁରୁତର (କୋଭିଡ୍ -19) ରୋଗୀମାନଙ୍କୁ ଏହି ପ୍ରକ୍ରିୟା ଦ୍ବାରା ଚିକିତ୍ସା କରାଯାଉଛି । ଏହାର ଚିକିତ୍ସା କରୁଛନ୍ତି ଜଣେ 51 ବର୍ଷିୟ ବ୍ୟକ୍ତି, ଯିଏ ଏହି ଗମ୍ଭୀର ରୋଗରୁ ସୁସ୍ଥ ହେଇଛନ୍ତି । ଯାହାର ଚିକିତ୍ସା କେରଳର ଥ୍ରୀସୁର ମେଡିକାଲ କଲେଜ ହସ୍ପିଟାଲରେ ହେଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ କହିଛନ୍ତି।

ନିକଟରେ ଦିଲ୍ଲୀରୁ ଫେରିଥିବା ଜଣେ ରୋଗୀ ମାର୍ଚ୍ଚରେ କୋରୋନା ଆକ୍ରାନ୍ତ ହୋଇଥିଲେ । ତାଙ୍କ ଅବସ୍ଥା ବିଗିଡ଼ିବାରୁ ସେ 6 ଦିନ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ଥିଲେ । ତେବେ ତାଙ୍କୁ ଦୁଇଟି ବ୍ୟାଚ୍‌ରେ ପ୍ଲାଜମା ଥେରାପି ଦିଆଯିବାର ଚାରି ଦିନ ପରେ ମଙ୍ଗଳବାର ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା ବୋଲି ଥ୍ରିସୁର ମେଡିକାଲ କଲେଜ ହସ୍ପିଟାଲର ଅଧକ୍ଷ ଡକ୍ଟର ଏମଏ ଏଣ୍ଡ୍ରୟୁଜ କହିଛନ୍ତି । ରାଜ୍ୟରେ ଏକ ଗୁରୁତର କୋଭିଡ -19 ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ପ୍ଲାଜମା ଥେରାପି ସଫଳ ହେବାର ଏହା ହେଉଛି ପ୍ରଥମ ମାମଲା । ଡାକ୍ତରମାନେ କହିଛନ୍ତି ଯେ 400 ରୁ 800 ମିଲିଲିଟର (ମିଲି) ମଧ୍ୟରେ ପ୍ଲାଜମା ଏକ ସୁସ୍ଥ ରୋଗୀଙ୍କଠାରୁ ଆଣି ଏକ ଗୁରୁତର କୋଭିଡ -19 ରୋଗୀଙ୍କୁ ସ୍ଥାନାନ୍ତରିତ କରାଯାଏ।

ଦେଶର ପ୍ରଥମ ରୋଗୀ, ଜଣେ ମେଡିକାଲ୍ ଛାତ୍ର (21), ଯିଏ କି କେନ୍ଦ୍ରୀୟ ଚାଇନାର ୱୁହାନରୁ ଫେରିବା ପରେ କୋଭିଡ -19 ପଜିଟିଭ ପରୀକ୍ଷା କରିଥିଲେ, ତେବେ ସେ ସୁସ୍ଥ ହେବାର ଏକ ମାସ ପରେ ପ୍ଲାଜମା ଦାନ କରିଥିଲେ। ଏହା ରକ୍ତ ଦାନ ପରି ନୁହେଁ। ରକ୍ତରୁ କେବଳ ପ୍ଲାଜ୍ମା ସଂଗ୍ରହ କରାଯାଏ । ସାମାନ୍ୟ ରକ୍ତ ଦାନ ପରେ, ଅବଶିଷ୍ଟାଂଶ ଦାତାଙ୍କ ରକ୍ତ ସଞ୍ଚାଳନକୁ ଫେରିଯାଏ । ଜଣେ ସୁସ୍ଥ ବ୍ୟକ୍ତି 800 ମିଲି ପ୍ଲାଜମା ଦାନ କରିପାରିବେ, ଯାହା ଅତି କମରେ ଚାରି ଜଣଙ୍କୁ ଚିକିତ୍ସା କରିପାରିବ ବୋଲି ଥ୍ରିସୁର ମେଡିକାଲ କଲେଜ ହସ୍ପିଟାଲର ଅନ୍ୟ ଜଣେ ବରିଷ୍ଠ ଡାକ୍ତର କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.