ETV Bharat / bharat

ମୋଦିଙ୍କୁ ପ୍ରଶଂସା ଥରୁରଙ୍କୁ ମହଙ୍ଗା, ସ୍ପଷ୍ଟୀକରଣ ମାଗିବ କେରଳ କଂଗ୍ରେସ - ଜୟରାମ ରମେଶ

ଥରୁର ପ୍ରଥମ କଂଗ୍ରେସ ନେତା ନୁହନ୍ତି ଯିଏ ମୋଦିଙ୍କ ଫ୍ୟାନ୍ସ ଲିଷ୍ଟରେ ସାମିଲ ହୋଇଛନ୍ତି । ପୂର୍ବରୁ ଅଭିଷେକ ମନୁ ସିଙ୍ଘଭୀ ଓ ଜୟରାମ ରମେଶ ମଧ୍ୟ ମୋଦିଙ୍କୁ ପ୍ରଶଂସା କରିଛନ୍ତି ।

ଶଶି ଥରୁର(ଫାଇଲ ଫଟୋ)
author img

By

Published : Aug 27, 2019, 1:19 PM IST

ଥିରୁଅନନ୍ତପୁରମ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା ପଡିଲା ମହଙ୍ଗା । ଅଡୁଆରେ କଂଗ୍ରେସ ନେତା ଶଶି ଥରୁର । ସ୍ପଷ୍ଟୀକରଣ ମାଗିବ କେରଳ କଂଗ୍ରେସ ।

ଏନେଇ ଆଜି କେରଳ କଂଗ୍ରେସ ସଭାପତି ମୁଲ୍ଲାପ୍ପଲୀ ରାମଚନ୍ଦ୍ରନ ସୂଚନା ଦେଇଛନ୍ତି । କନ୍ନୌରରେ ସାମ୍ବାଦିକଙ୍କୁ ଏହି କଥାର ସୂଚନା ଦେଇ ସେ କହିଛନ୍ତି ଯେ ମୋଦିଙ୍କୁ ପ୍ରଶଂସା କରିଥିବାରୁ ଥରୁରଙ୍କୁ ସ୍ପଷ୍ଟୀକରଣ ମଗାଯିବ । ତାଙ୍କ ଉତ୍ତର ଉପରେ ଭବିଷ୍ୟତ କାର୍ଯ୍ୟାନୁଷ୍ଠାନ ସ୍ଥିର ହେବ । ବିରୋଧୀ ଦଳର ହୋଇ ମଧ୍ୟ ଶାସକ ଦଳ ନେତାଙ୍କୁ ପ୍ରଶଂସା କରିବା ଠିକ ନୁହେଁ । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

Shashi Tharoor
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ଉଲ୍ଲେଖଯୋଗ୍ୟ ଯେ ନିକଟରେ ଶଶି ଥରୁର ମୋଦିଙ୍କୁ ପ୍ରଶଂସା କରି ଟ୍ବିଟ କରିଥିଲେ । ସେ କହିଥିଲେ ଯେ ମୋଦି ଭଲ କାମ କରୁଛନ୍ତି ଅର୍ଥ ସେ ପ୍ରଶଂସାର ହକଦାର । ସବୁବେଳେ ସେ ଖରାପ କାମ କରୁନାହାନ୍ତି ଯେ ତାଙ୍କୁ ସମାଲୋଚନା କରାଯିବ । ତାଙ୍କ ଭଲ କାମକୁ ପ୍ରଶଂସା ଓ ଖରାପ କାମକୁ ସମାଲୋଚନା କରାଯିବା ଉଚିତ ।

ତେବେ ଥରୁର ପ୍ରଥମ କଂଗ୍ରେସ ନେତା ନୁହନ୍ତି ଯିଏ ମୋଦିଙ୍କ ଫ୍ୟାନ୍ସ ଲିଷ୍ଟରେ ସାମିଲ ହୋଇଛନ୍ତି । ପୂର୍ବରୁ ଅଭିଷେକ ମନୁ ସିଙ୍ଘଭୀ ଓ ଜୟରାମ ରମେଶ ମଧ୍ୟ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାମ ଯୋଗୁଁ ହିଁ ଲୋକେ ତାଙ୍କୁ ଚୟନ କରିଛନ୍ତି । ଗତ 6 ବର୍ଷରେ ସେ ଅନେକ ଭଲ କାମ ମଧ୍ୟ କରିଛନ୍ତି । ସବୁବେଳେ ତାଙ୍କୁ ରାକ୍ଷସ ସହ ତୁଳନା କରିବା ଠିକ ନୁହେଁ ବୋଲି ଉଭୟ ନେତା ମତ ରଖିଥିଲେ ।

Intro:Body:

d6uijk

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.