ETV Bharat / bharat

ପରିବାର ସହ କୃଷକ ସାଜିଲେ କେରଳ ମୁଖ୍ୟମନ୍ତ୍ରୀ - କେରଳ ମୁଖ୍ୟମନ୍ତ୍ରୀ କୃଷକ

ତାଲାବନ୍ଦରୁ ବାଦ ପଡିଥିବା ବା ପ୍ରଭାବିତ ହେଉନଥିବା ବିଭିନ୍ନ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ଜାରି ରହିବ । ଏଭଳି ସ୍ଥିତିରେ ରାଜ୍ୟରେ କୃଷି ଓ କୃଷକଙ୍କୁ ଉତ୍ସାହିତ କରିବା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

kerala
kerala
author img

By

Published : Apr 22, 2020, 7:37 PM IST

ଥିରୁଅନନ୍ତପୁରମ: କୋରୋନା ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ତାଲାବନ୍ଦ ସମୟରେ କୃଷିକ୍ଷେତ୍ର ଓ କୃଷକ ମାନଙ୍କ ପାଇଁ ଜାରି କରାଯାଇଛି ସରକାରୀ ନିୟମାବଳୀ । ତାଲାବନ୍ଦରୁ ବାଦ ପଡିଥିବା ବା ପ୍ରଭାବିତ ହେଉନଥିବା ବିଭିନ୍ନ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ଜାରି ରହିବ । ଏଭଳି ସ୍ଥିତିରେ ରାଜ୍ୟରେ କୃଷି ଓ କୃଷକଙ୍କୁ ଉତ୍ସାହିତ କରିବା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ।

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ ରାଜ୍ୟର ଲୋକଙ୍କୁ କୃଷି କାର୍ଯ୍ୟରେ ସହ ଜଡିତ ହେବାକୁ ଆହ୍ବାନ ଦେଇଛନ୍ତି । ଏହି ଆହ୍ବାନର କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ନିଜେ ଆସି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ବୁଧବାର ସକାଳେ ତାଙ୍କ ପତ୍ନୀ କମଲା ଏବଂ ପୁଅ ବିବେକଙ୍କ ସହ ଚାରା ରୋପଣ କରୁଥିବା ଦେଖିବାକୁ ମିଳିଥିଲା । ମଙ୍ଗଳବାର ରାତିରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ କୃଷି କାର୍ଯ୍ୟ ସହ ସମସ୍ତଙ୍କୁ ଜଡିତ ହେବା ପାଇଁ କହିଥିଲେ ।

ସେ କହିଥିଲେ ଆଗାମୀ ଦିନରେ ଯଦି କୋରୋନାଭାଇରସ୍ କାରଣରୁ ଅବସ୍ଥା ବିଗିଡିଯାଏ, ଅନ୍ତତଃ ପକ୍ଷେ ଲୋକଙ୍କୁ ଖାଦ୍ୟରେ କୌଣସି ଅଭାବ ରହିବ ନାହିଁ । ସିଏମ ବୁଧବାର ତାଙ୍କ ସରକାରୀ ବାସଭବନ କ୍ଲିଫ୍ ହାଉସରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.