ଥିରୁଅନନ୍ତପୁରମ: ରବିବାର ଅପରାହ୍ନରେ ଧୋନି ବଏ କୁହାଯାଉଥିବା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ବାନ୍ଦ୍ରାସ୍ଥିତ ବାସଭବନରୁ ମିଳିଛି । ତାଙ୍କ ମୃତ୍ୟୁକୁ ନେଇ ବଲିଉଡଠୁଁ ଆରମ୍ଭ କରି ରାଜନୀତିଯାଏଁ ସବୁଆଡେ ଶୋକର ଛାୟା ଖେଳିଯାଇଛି । ତେବେ ଏ ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍ ମଧ୍ୟ ଶୋକ ବ୍ୟକ୍ତ କରିବା ସହ ସୁଶାନ୍ତଙ୍କ ମହାନ ବ୍ୟକ୍ତିତ୍ବର ଉଦାହରଣ ଦେଇଛନ୍ତି ।
୨୦୧୮ କେରଳ ବନ୍ୟା ସମୟରେ ସୁଶାନ୍ତ ନିଜ ଫ୍ୟାନଙ୍କ ପାଇଁ ୧କୋଟିର ସହାୟତା ରାଶି କେରଳ ଆପଦ ପାଣ୍ଠିକୁ ଦାନ କରିଥିଲେ । ନିଜ ପାଖରେ ଏତେ ସମ୍ବଳ ନଥାଇ ମଧ୍ୟ ସେ ସଙ୍କଟ ସମୟର ସରକାରଙ୍କୁ ସହାୟତାର ହାତ ବଢାଇଥିଲେ । ସୁଶାନ୍ତ ବାସ୍ତବରେ ଜଣେ ଉତ୍ତମ ମାନବିକତା ସମ୍ପନ୍ନ ବ୍ୟକ୍ତି ଥିଲେ । ହେଲେ ତାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରି ରଖିଛି । ବଲିଉଡରେ ଏଭଳି ମ୍ରୁତ୍ୟୁ ଘଟଣା ସମସ୍ତଙ୍କୁ ଆହୁରି ମ୍ରିୟମାଣ କରିଛି ।