ଥିରୁଅନନ୍ତପୁରମ୍: ଆସନ୍ତାକାଲି କେନ୍ଦ୍ରରେ ହେବାକୁ ଥିବା ଶପଥଗ୍ରହଣ ଉତ୍ସବରେ କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ଯୋଗ ଦେଉ ନ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ରୁ ସ୍ପଷ୍ଟ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ରୁ ପ୍ରକାଶିତ ତଥ୍ୟ ଅନୁସାରେ କେରଳର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ କେହି ପ୍ରତିନିଧି ମଧ୍ୟ ବୁଧବାର ହେବାକୁ ଥିବା ଶପଥଗ୍ରହଣ ଉତ୍ସବରେ ଯୋଗଦେବେ ନାହିଁ । ବିଜୟନଙ୍କ ବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଉ ନାହାଁନ୍ତି । ମମତା ପ୍ରଥମରୁ ରାଜି ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ମନା କରିଦେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସନ୍ଧ୍ୟା 7ଟା ସମୟରେ ଦ୍ବିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନିଜ ମନ୍ତ୍ରୀମଣ୍ଡଳ ସହ ଶପଥଗ୍ରହଣ କରିବେ ।