ଥିରୁଅନନ୍ତପୁରମ: ସାରା ଦେଶରେ କୋରୋନା ବିତ୍ପାତ ଜାରି ରହିଛି । ଏପରିସ୍ଥଳେ ଦେଶରେ କୋରୋନା ପ୍ରଭାବିତ ରାଜ୍ୟ ମାନଙ୍କ ମଧ୍ୟରୁ କେରଳ ଅନ୍ୟତମ । ଏବେ ରାଜ୍ୟରେ କୋଭିଡ -19ର ପ୍ରଭାବ ଆକଳନ ପରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ହୋମ ଟାଉନ କନ୍ନୁରରେ ନୂତନ ହଟସ୍ପଟ୍ ଭାବେ ଘୋଷଣା କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ହୋମଟାଉନ କନ୍ନୁରରେ ସୋମବାର 10ଟି ନୂତନ କୋରୋନା ମାମଲା ରିପୋର୍ଟ ହୋଇଛି । ଏହାସହ ଏଠାରେ ମୋଟ 77ଟି ପଜିଟିଭ ମାମଲା ରେକର୍ଡ ହୋଇଛି ।
ସୋମବାର ସୁଦ୍ଧା ରାଜ୍ୟରେ 59ଟି ହଟସ୍ପଟ ରହିଛି । ସୂଚନା ଯେ, ବର୍ତ୍ତମାନ କେରଳରେ 359 ସକ୍ରିୟ କୋରୋନା ମାମଲା ରହିଛି ଏବଂ ଏପର୍ଯ୍ୟନ୍ତ 532 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶର ପ୍ରଥମ ମାମଲା 30 ଜାନୁଆରୀରେ ତ୍ରିସୁରରେ ରେକର୍ଡ କରାଯାଇଥିଲା
@IANS